ଯାହା ଅଛି ତା’ରି ଭିତରେ ରହ

ଆରତି ମହାନ୍ତି

 

ସଂଘର୍ଷ କହିଲେ କାହାକୁ ବୁଝାଏ ତାହା ଆମେ ଜାଣିଛୁ। ପ୍ରତିଦିନର ଘଟଣା ପ୍ରବାହ ଭିତରେ ସଂଘର୍ଷକୁ ଯେତେ ବୁଝି ନ ହୁଏ ତା’ଠୁ ବେଶି ବୁଝିହୁଏ ମନ ଭିତରେ ଅର୍ଥାତ୍‌ ଆମର ମାନସ ସ୍ତରରେ। ଆଉ ଏତକ ବି ଜାଣୁ ଯେ ସଂଘର୍ଷରତ ମନ ଶାନ୍ତି କ’ଣ କେବେ ଜାଣେ ନାହିଁ। ତମେ ଜୀବନକୁ ଲକ୍ଷ୍ୟ କଲେ ତାହା ବୁଝିପାରିବ। ଆଉ ଗୋଟିଏ ପ୍ରକାରର ସଂଘର୍ଷ ହେଉଛି ଯେଉଁଟା ଆମକୁ ଏକାଗ୍ରତା ଅଭ୍ୟାସ କରାଇଥାଏ – କହିବାକୁ ଗଲେ ତା’ ତଳେ ପ୍ରଚ୍ଛନ୍ନ ଭାବରେ ରହିଥାଏ ଆକାଂକ୍ଷା ବା କାମନାକୁ ପୂର୍ଣ୍ଣ କରିବାର ଗଭୀର ଅଭୀପ୍ସା। ସେଇଟା ହିଁ ହେଉଛି ଟଣା ଓଟରା ଚାଲିଥିବା ଅଥବା ସଂଘର୍ଷରତ ମନ। ସେଇ ମନକୁ ଲକ୍ଷ୍ୟ କଲେ ଦେଖିବ ସକାଳର ପ୍ରାର୍ଥନା ବା ପୂଜା କଲେ ମନ କେମିତି କାମକରେ। କିଛି ଗୋଟାଏ ଶ୍ଳୋକ କି ସ୍ତବ କି ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର ଉପରେ ତମେ ଯେତେବେଳେ ମନ ନିବେଶ କରିବାକୁ ବସ ସେତେବେଳେ ଟିକେ ସଚେତନ ରହି ଖାଲି ନିରୀକ୍ଷଣ କର ତେବେ ବୁଝିପାରିବ କେମିତି ମନ ତମର ନିର୍ଦ୍ଦିଷ୍ଟ ଜିନିଷଟିକୁ ଛାଡ଼ି ପଳାଉଛି। ତା’ ଦ୍ୱାରା ଖାଲି ମନକୁ ସିନା ତମେ ବୁଝେଇ ଦିଅ ଯେ ତମେ ପୂଜା କଲ କି ଧ୍ୟାନ କଲ ହେଲେ ସେଇଟା କ’ଣ ସତ? ତା’ ପରକୁ ଦେଖ ଦିନସାରା ତମେ କ’ଣ କରୁଛ – ହାତରେ କରୁଛ କିନ୍ତୁ ମନରେ ଅନ୍ୟ ଭାବନାର ଅବାଧ ପ୍ରବେଶ। ସେଇଟା ଜଣକର ଅଫିସ ବା ବ୍ୟବସାୟରେ ହେଉ କି ଗୃହିଣୀର ନିଜ କାମଧନ୍ଦା ଭିତରେ ହେଉ କେମିତି ଏକ ବିଶୃଙ୍ଖଳିତ ନିରାନନ୍ଦ ଭାବରେ ତମର ସମୟ କଟୁଛି। ତେବେ ପ୍ରଶ୍ନ ହେଉଛି ଜଣେ କ’ଣ କରିବ? କେମିତି ଜୀବନ କଟାଇଲେ ବଞ୍ଚତ୍ଥିବା ସମୟ ତକ ସେ ଖୁସି ଆନନ୍ଦରେ କଟାଇ ଦେଇପାରିବ।
ଏଠି ଆମେ ବୁଝିବାକୁ ଯାଉଛୁ କୌଣସି ରକମର ସଂଘର୍ଷ ନ ଥାଇ କ’ଣ ଜୀବନ କଟାଇ ପାରିବା ନାହିଁ? ଦେଖିବ ଗୋଟିଏ ଛୋଟ ପିଲାକୁ ତମେ ଯଦି କିଛି ଗୋଟାଏ ନ କରିବାକୁ କହିବ ସେ ତାକୁ ଇ କରିବାକୁ ଚାହିଁବ। ଏହା ଏକ ଆଦିମ ପ୍ରକୃତି କହିଲେ ଚଳିବ, ସେଇ ଅଭ୍ୟାସରେ ଆମେ ବଡ଼ମାନେ ବି ଚଳୁ। ଯେଉଁଟା ଆମକୁ ବେଶି ଦୁଃଖ ଲାଗେ କି ବିବ୍ରତ ହେଉ ସେଇ ଭାବନା ଆମ ମନକୁ ବାରମ୍ବାର ଆସୁଥାଏ। ଆଉ ଆମେ ତାକୁ ସେତିକି ଜୋର୍‌ ଲଗେଇ ମନରୁ କାଢ଼ିଦେବାରେ ଲାଗିଥାଉ। ଏବେ ଯଦି ଅନ୍ୟ ଏକ ପ୍ରକାର ଅବସ୍ଥାକୁ କୁହାଯାଏ ଯେ ତମେ ତାକୁ ଖାଲି ଦେଖ ଓ ବୁଝ। ସେଠୁ ପଳେଇବାକୁ ଶକ୍ତି ଖଟାଅ ନାହିଁ। ତେବେ ତମେ ଦେଖିବ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ଘଟିବ। ମନରେ ଖୁସି ଆନନ୍ଦ ଦେଖାଦେବ ଆଉ ତମେ ବିମର୍ଷ ରହିବ ନାହିଁ। ଆମ ଭାବନା ଗୁଣକୁ ଦେଖିଲେ ସେଥିରେ ରାଗ, ଈର୍ଷା, ଅନ୍ୟ ପ୍ରତି ବିରୋଧତା ଆଦି ଥିବାର ବୁଝିପାରୁ। ଦେଖ କାହିଁକି ଏସବୁ ମନରେ ଦେଖାଦେଉଛି ତାକୁ ଯେ ମନରେ ଧରି ନ ରଖି ଯଦି ସେସବୁ ଅଶାନ୍ତି ଆଣୁଛି ବୋଲି ଜାଣିଯାଅ ତେବେ ତମେ ନିଶ୍ଚେ ସେଥିରୁ ବାହାରି ଆସିବ। ତେବେ ସେଇଟା ସେତେ ସହଜ ନୁହେଁ। କିନ୍ତୁ ହୋଇପାରିବ ନାହିଁ ବୋଲି ଯଦି ପ୍ରଥମରୁ ଧରିନିଅ ତେବେ ତମର ସବୁ ଶକ୍ତି ସରିଯିବ ବୋଲି ଜାଣିବ। ଆମ ଭିତରେ ଅଫୁରନ୍ତ ଶକ୍ତି ରହିଛି – ଆମେ ଯାହା କରିବାକୁ ପ୍ରକୃତରେ ଚାହୁଁ, ତାକୁ ନିଶ୍ଚୟ କରିଦେଉ। ସେଥିପାଇଁ ମନର ସବୁଶକ୍ତି ଏକତ୍ରିତ ହୋଇଯାଆନ୍ତି। ଯଦି ଜଣେ ବିରାଟ ଶୃଙ୍ଗ ଉପରକୁ ଚଢ଼ିବାକୁ ଚାହେଁ ସେ ଚଢ଼ିପାରେ, ଯଦି ଜୀବନରେ କିଛି ଗୋଟାଏ କରି ଦୃଢ଼ ସଂକଳ୍ପ ନିଏ ସେ ତାହା କରିପାରେ, ତେବେ ଜଣେ କାହିଁକି ଏପରି କରିପାରିବ ନାହିଁ? ଯଦି ଜଣେ ପ୍ରକୃତରେ ଜୀବନରେ ଶାନ୍ତି ରଖି ଶେଷଯାକେ ଚଳିବାକୁ ଚେଷ୍ଟା କରେ ସେ ନିଶ୍ଚୟ ସେତକ କରିପାରିବ। ସେଥିପାଇଁ ସଚେତନତା ରହିବା ଦରକାର । ଏହି ସଚେତନତା ତମ ମନରୁ ସବୁ ଅଳିଆ ସଫା କରିନେଇପାରେ। ସେଥିରେ କୌଣସି ରକମର ଟଣାଓଟରା ନାହିଁ। କାରଣ ତମେ ତମ ଭିତରେ ପ୍ରକୃତ କଥାଟିକୁ ବୁଝିପାରୁଛ – ତମ ଆଗରେ ଦୁଇଟି ରାସ୍ତା ରହିଛି – ଗୋଟିଏରେ ତମେ ସୁଖଆନନ୍ଦ ରଖି ଚଳିବ ଆଉ ଅନ୍ୟଟିରେ ଦୁଃଖ ଯନ୍ତ୍ରଣାରେ ଓ ଘୋଷାରି ହେବ। ଏଥିରେ ଅଭ୍ୟାସର କଥା ନାହିଁ କୌଣସି ଗୁରୁଙ୍କର ଦୀକ୍ଷା ନବାର ଦରକାର ନାହିଁ। କେବଳ ନିଜକୁ ଦେଖ ଆଉ ଯାହା ଅଦରକାରୀ ସେଠୁ ବାହାରି ଆସ। ତମେ କ’ଣ ନିଜକୁ ନିଜେ ସ୍ବଚ୍ଛ ନିର୍ମଳ ଓ ସତ୍‌ଭାବରେ ଜୀବନ କଟାଇ ପାରିବ ନାହିଁ? ନିଜକୁ ପ୍ରଶ୍ନକର – ଥରେ ନୁହେଁ କି ଦୁଇଥର ନୁହେଁ ଯେତେବେଳେ ବି ତମେ ଜୀବନ କଟାଉଛ ମନ ଭିତରେ ସେଇତକ ଖାଲି ଭାବନାରେ ରଖ ଦେଖିବ ଜୀବନ ବଦଳି ଯାଇଛି।
ମୋ -୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସଂରକ୍ଷଣର ଅଜଣା କଥା

ପରିବେଶ ସଂରକ୍ଷଣ ବର୍ତ୍ତମାନର ପ୍ରମୁଖ ଆହ୍ବାନଗୁଡିକ ଭିତରୁ ଅନ୍ୟତମ ା ପରିବେଶ ସୁରକ୍ଷା ନୂଆକଥା ନୁହେଁ। ଆଗରୁ ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ପରିବେଶପ୍ରେମୀମାନେ ପ୍ରାଣବଳି...

ଉତ୍କର୍ଷ ଓଡ଼ିଶା-୨୦୨୫ ଏକ ସଂକଳ୍ପ

ଆସନ୍ତା ସପ୍ତାହରେ ଉତ୍କର୍ଷ ଓ ସମାବେଶ ହେବାକୁ ଥିବାବେଳେ, ଏହାର ୧୦ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଆମେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ।...

ଗଭୀର ଅମଲା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ତଦାରଖରେ ଆମେରିକା ସରକାରଙ୍କ ବିରାଟକାୟ ଅମଲାତନ୍ତ୍ର ବ୍ୟବସ୍ଥାକୁ ସୁଧାରିବା ସହିତ କ୍ଷୁଦ୍ର କରିବା ପାଇଁ ଏକ ନୂତନ ବିଭାଗ...

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ ଝାଡ଼ଖଣ୍ଡର ଏକ ଜିଲାରେ ମାଣ୍ଡିଆ ଉପତ୍ାଦନ ୩୦୦ ପ୍ରତିଶତ ବୃଦ୍ଧି ହୋଇପାରିଛି। ଆଇଏଏସ୍‌ ଅଧିକାରୀ ଗୌରବ ଝାଡ଼ଖଣ୍ଡର ଗୁମଲା...

ଦୟାର ଦୟନୀୟ ଅବସ୍ଥା

ଯେଉଁ ନଦୀଜଳରେ କପିଳମୁନି ସ୍ନାନକରିବା ସହ ତପସ୍ୟାକରି ମୋକ୍ଷପ୍ରାପ୍ତି ହୋଇଥିଲେ,ଉକ୍ତ ନଦୀରେ ଅବଗାହନକରି ପଞ୍ଚପାଣ୍ଡବ ପାପମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟାପରବଶ ହୋଇ...

ଦକ୍ଷତା ବିକାଶରେ ପାଠାଗାର

ନିକଟରେ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପାଠାଗାରର ବ୍ୟବହାର ସମ୍ପର୍କରେ ଏକ ତାଲିମରେ ଯୋଗଦାନ କରିବାର ସୁଯୋଗ ପାଇଥିଲି। ତାଲିମ ଥିଲା ବିଦ୍ୟାଳୟରେ ପାଠାଗାରର ସୃଜନାତ୍ମକ ବ୍ୟବହାରକୁ...

ମେଳା ବି ଡିଜି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ...

ଟ୍ରମ୍ପ୍‌ଙ୍କ ଆରମ୍ଭ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ସକାଶେ ଚୁକ୍ତି ହୋଇଯାଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri