ଏଇ ଭାରତରେ

ବାୟୁ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ଟେକ୍‌ନୋଲୋଜିର ବୈଦ୍ୟୁତିକ ଗାଡ଼ି ବଜାରକୁ ଆସୁଛି। ହେଲେ ଗାଡ଼ି ଚାଲିବା ସମୟରେ ବାୟୁକୁ ସ୍ବଚ୍ଛ କଲା ଭଳି କାର୍‌ କଥା କେବେ ଶୁଣିଛନ୍ତି କି? ଏମିତିକା କାର୍‌ ନିର୍ମାଣ କରିଛନ୍ତି ଲକ୍ଷ୍ନୌର ୪ ଜଣ ସ୍କୁଲ ପିଲା। ବିରାଜ, ଗର୍ବିତ, ଶ୍ରେୟାଂଶ ଏବଂ ଆର୍ଯ୍ୟଭ ଏକ ବିଦ୍ୟୁତ୍‌ଚାଳିତ କାର୍‌ ନିର୍ମାଣ କରିଛନ୍ତି, ଯାହା ଚାଲିବାବେଳେ ୬ ଫୁଟ ପରିଧି ମଧ୍ୟରେ ବାହାରର ବାୟୁକୁ ସ୍ବଚ୍ଛ କରିପାରୁଛି। ସେମାନେ କାର୍‌ରେ ଏକ ସ୍ବତନ୍ତ୍ର ଟେକ୍‌ନୋଲୋଜି ଡଷ୍ଟ ଫିଲ୍‌ଟ୍ରେଶନ ସିଷ୍ଟମ ଖଞ୍ଜିଛନ୍ତି, ଯାହା ଏୟାର ପ୍ୟୁରିଫାୟର ଭାବେ କାମ କରୁଛି। ସେମାନେ ନିଜକୁ ‘ଫୋର୍‌ ଏଭର୍‌’ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ୨୫୦ ଦିନର ପ୍ରୟାସରେ କାର୍‌ ନିର୍ମାଣରେ ସଫଳତା ପାଇଛନ୍ତି। ପିଲାମାନଙ୍କ ପରିବାର ଏଥପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଉକ୍ତ କାର୍‌ ଘଣ୍ଟାକୁ ୭୦ରୁ ୯୦ କି.ମି. ଯାଇପାରିବ। ଏହା ପରୀକ୍ଷଣ ଓ ସ୍ବୀକୃତି ଅପେକ୍ଷାରେ ରହିଛି। ଟେସ୍‌ଲା କମ୍ପାନୀ ଏବେ ଯେଉଁ ବୈଦ୍ୟୁତିକ କାର୍‌ ନିର୍ମାଣ କରିଛି ତାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହୋଇପାରେ। କିନ୍ତୁ ଏମାନେ ତାହାଠାରୁ ଶସ୍ତା କାର୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri