ପ୍ରୋଟୋକଲ ବିବାଦ

Dillip Cherian

ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ଏବଂ କଷ୍ଟମ୍ସ(ସୀମାଶୁଳ୍କ) ଓ ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ)ରେ କାର୍ଯ୍ୟରତ ଅଧିକାରୀମାନଙ୍କ ମଧ୍ୟରେ ମତଭେଦ ଗମ୍ଭୀର ରୂପ ନେଉଥିବା ମନେହେଉଛି। ଆଇଆର୍‌ଏସ୍‌ ଅଧିକାରୀମାନେ ଦାବି କରୁଥିବା ଗାର୍ଡ ଅଫ୍‌ ଅନର୍‌ ଓ ସାଲ୍ୟୁଟ୍‌କୁ ନେଇ ରହିଥିବା ପ୍ରୋଟୋକଲ ଉପରେ ଏହି ମତଭେଦ ପ୍ରକାଶ ପାଇଛି। ସୀମାଶୁଳ୍କ ଅଧିକାରୀମାନେ କହନ୍ତି ,ଏହି ପରମ୍ପରା ସେମାନଙ୍କ ଦାୟିତ୍ୱରେ ବାଧା ଆଣୁଛି । ମୁମ୍ବାଇ କଷ୍ଟମ୍ସ ଓ ଜିଏସ୍‌ଟି ବିଭାଗକୁ ନିରୀକ୍ଷଣ କରୁଥିବା ବରିଷ୍ଠ ଅଧିକାରୀମାନେ ସୀମାଶୁଳ୍କ ଅଧିକାରୀଙ୍କୁ ସାଲ୍ୟୁଟ ମାରିବା, ବସିବା ଏବଂ ଆଇପିଏସ୍‌ ଅଧିକାରୀଙ୍କ ପଛରେ ଚାଲିବାର ତରିକା ଉପରେ ପ୍ରଶିକ୍ଷଣ ଦେବା ଲାଗି ନେଇଥିବା ପଦକ୍ଷେପକୁ ସେଣ୍ଟ୍ରାଲ ଏକ୍ସାଇଜ ଇନିସ୍‌ପେକ୍ଟର ଆସୋସିଏସନର ସେକ୍ରେଟାରି ଅଭିଜିତ ଶ୍ରୀବାସ୍ତବ ସମାଲୋଚନା କରିଛନ୍ତି। ନିକଟରେ ଏହି ପ୍ରଶିକ୍ଷଣ ଭାନଦୁପ୍‌ସ୍ଥିତ ନ୍ୟାଶନାଲ ଏକାଡେମୀ ଅଫ୍‌ କଷ୍ଟମ୍ସ, ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ୍‌ ନାର୍କୋଟିକ୍ସ ସେଣ୍ଟରରେ ଅତିରିକ୍ତ ମହାନିର୍ଦ୍ଦେଶକ (ପ୍ରଶିକ୍ଷଣ) ରାଜୀବ କପୁରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଆଗଧାଡ଼ିର ଅଧିକାରୀମାନଙ୍କୁ ସାଲ୍ୟୁଟ୍‌ ମାରିବା, ଡୋର୍‌ ଖୋଲିବା, ବସିବା ଓ ଆଇପିଏସ୍‌ ଅଧିକାରୀଙ୍କ ପଛରେ ଚାଲିବା, ପ୍ରୋଟୋକଲ ଓ ସୁରକ୍ଷା ଯୋଗାଇ ଦେବା, ଟୋପି ପିନ୍ଧିବା ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଅଯଥାରେ ସମୟ ନଷ୍ଟ କରାଯାଉଛି ବୋଲି କନିଷ୍ଠ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ତେବେ ଆଇଆର୍‌ଏସ୍‌ ଅଧିକାରୀମାନଙ୍କ ବିରୋଧରେ ମୁମ୍ବାଇ ଏୟାରପୋର୍ଟରେ କାର୍ଯ୍ୟରତ କନିଷ୍ଠ ଅଧିକାରୀମାନଙ୍କୁ ମାରପିଟ ଓ ଗାଳିଗୁଲଜ କରିବା ଘଟଣାର ରିପୋର୍ଟ ଦାୟର ହେବା ପରେ ବରିଷ୍ଠ ଆଇଆର୍‌ଏସ୍‌ ଅଧିକାରୀମାନେ ଅସନ୍ତୁଷ୍ଟ ହୋଇଥିଲେ। ମୁମ୍ବାଇ ଏୟାରପୋର୍ଟ କଷ୍ଟମ୍ସର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ର ଡେପୁଟି କଷ୍ଟମ କମିଶନର ମନୁଦେବ ଜୈନ ଜଣେ କନିଷ୍ଠ ଅଧିକାରୀଙ୍କୁ ଧମକାଇବା ସହ ମାରପିଟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ଓଏନ୍‌ଜିସିର ନୂଆ ମୁଖ୍ୟ
ଘରୋଇ କ୍ଷେତ୍ରରୁ ଜଣେ ବୃତ୍ତିଧାରୀ ବିଶେଷଜ୍ଞଙ୍କୁ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ପ୍ରଥମ ସିଇଓ ଭାବେ ନିଯୁକ୍ତ କରିବା ପାଇଁ କେନ୍ଦ୍ର ଯୋଜନା କରୁଛି ବୋଲି ଗୁଜବ ଉଠିଥିବାବେଳେ ଠିକ୍‌ ଏହି ସମୟରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ର ପୂର୍ବତନ ସିଏମ୍‌ଡି ଅରୁଣ କୁମାର ସିଂଙ୍କୁ ତୈଳ ଓ ପ୍ରାକୃତିକ ବାଷ୍ପ କମିଶନ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ଫଳରେ ଗତ ବର୍ଷ ଏପ୍ରିଲରୁ ଶଶୀ ଶଙ୍କରଙ୍କ ସେବାନିବୃତ୍ତି ପରେ ଆରମ୍ଭ ହୋଇଥିବା କାର୍ଯ୍ୟନିର୍ବାହୀ ଦାୟିତ୍ୱର ଧାରା ଶେଷ ହୋଇଛି। ଏହି ସମୟ ମଧ୍ୟରେ ୩ଜଣ ଅନ୍ତରୀଣ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଥିଲା। ଉପଯୁକ୍ତ ପ୍ରାର୍ଥୀ ଖୋଜି ଚୟନ କରିବା ଲାଗି ଗଠିତ କମିଟିର ନେତୃତ୍ୱରେ ରହିଥିଲେ ପିଇଏସ୍‌ବି ଅଧ୍ୟକ୍ଷ ମଲ୍ଲିକା ଶ୍ରୀନିବାସନ ଏବଂ ତାଙ୍କ ସହ ଥିଲେ ତୈଳ ସଚିବ ତଥା ପୂର୍ବତନ ଇଣ୍ଡିଆନ ଅଏଲ ମୁଖ୍ୟ ବି. ଅଶୋକ। ସେମାନେ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍‌ର ସିଏମ୍‌ଡି ବର୍ତ୍ତିକ ଶୁକ୍ଳାଙ୍କ ସହ ବହୁ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ନେଇଥିଲେ। ସିଂଙ୍କ ନିଯୁକ୍ତି ହିଁ ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ବୟସ ଯୋଗ୍ୟତା କୋହଳ କଲା। ପୂର୍ବରୁ ଯୋଗ୍ୟତା ପାଇଁ ନିର୍ଦ୍ଧାରିତ ବୟସ ଥିଲା ୪୫ । କିନ୍ତୁ ନିୟମ କୋହଳ ହେବା ପରେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କର ବୟସ ୬୦ରୁ ଊର୍ଦ୍ଧ୍ୱ ହେବା ଉଚିତ ନୁହେଁ ବୋଲି ଧାର୍ଯ୍ୟ ହୋଇଛି। ତେବେ ଆଇଏନ୍‌ଜିସିର ରିପୋର୍ଟ ମୁତାବକ ଅନ୍ତର୍ଜାତୀୟ ତୈଳ ଓ ଗ୍ୟାସ୍‌ ମୂଲ୍ୟରୁ ଲାଭ ନେବା ଲାଗି ସରକାରଙ୍କ ଦ୍ୱାରା ଲାଗୁ ଅତ୍ୟଧିତ୍କ ଟିକସ କାରଣରୁ ମୋଟ ଲାଭରେ ୩୦ ପ୍ରତିଶତ ହ୍ରାସ ଘଟିଥିବାରୁ ସିଂଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଅଛି ।
ନୋଏଡାର ପ୍ରଥମ ମହିଳା ପୋଲିିସ ଅଧିକାରୀ
ଗତ ସପ୍ତାହରେ ୨୦୦୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଲକ୍ଷ୍ମୀ ସିଂ ନୋଏଡାର ପୋଲିିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି। ଉତ୍ତରପ୍ରଦେଶରେ ଏକ କମିଶନରେଟ୍‌କୁ ନେତୃତ୍ୱ ଦେବାରେ ସିଂ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ। ତେବେ ରାଜ୍ୟ ପୋଲିସର ଉଚ୍ଚ ପଦବୀରେ ମହିଳାକୁ କ୍ୱଚିତ ଦେଖିବାକୁ ମିଳେ। ପୋଲିସରେ ମହିଳାଙ୍କ ନିଯୁକ୍ତିକୁ ନେଇ ବହୁତ କିଛି କୁହାଯାଉଥିଲେ ମଧ୍ୟ ନିକଟରେ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ଭାରତର ପୋଲିସ ଫୋର୍ସରେ ମହିଳାଙ୍କ ସଂଖ୍ୟା କମ୍‌ ଅର୍ଥାତ୍‌ ୧୦.୫%। ସ୍ପଷ୍ଟତଃ, ମହିଳାଙ୍କ ପାଇଁ ଦେଶରେ ଲାଗୁ କରାଯାଇଥିବା ସଂରକ୍ଷଣର ଲକ୍ଷ୍ୟ କୌଣସି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ହାସଲ କରିପାରିନାହାନ୍ତି। ସୂତ୍ରରୁ ପ୍ରକାଶ, ସିଂଙ୍କ ଅତ୍ୟନ୍ତ ଭଲ ରେକର୍ଡକୁ ଉପେକ୍ଷା କରିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ କଠିନ ଥିଲା। ଗତ ବର୍ଷ ଲଖିମପୁର ଖେରି ଘଟଣାରେ ଉତ୍ତ୍ୟକ୍ତ କୃଷକଙ୍କୁ ଶାନ୍ତ କରିବାରେ ସିଂ ମୁଖ୍ୟ ଭୂମିକା ନେଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୋାଲିିସ ସେବା ପଦକ ପାଇଥିଲେ। ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ ଏକାଡେମୀରେ ତାଙ୍କର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକାଳରେ ତାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷାର୍ଥ ଘୋଷଣା କରାଯାଇଥିଲା ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସିଲ୍‌ଭର ବାଟନ ଗ୍ରହଣ କରିଥିଲେ। ବାରାଣସୀ, ବାଘପତ ଏବଂ ବୁଲନ୍ଦସହରରେ ଉଚ୍ଚ ପଦବୀରେ ରହି ସେ ଦାୟିତ୍ୱ ତୁଲାଇଛନ୍ତି। ଏବକାର ତାଙ୍କ ହାଇ ପ୍ରୋଫାଇଲ ନିଯୁକ୍ତି ଅଧିକ ଆହ୍ବାନପୂର୍ଣ୍ଣ ହୋଇପାରେ। ଉତ୍ତରପ୍ରଦେଶରେ ମହିଳା ପୋଲିସ ଅଧିକାରୀଙ୍କ ଗ୍ରହଣୀୟତା ଅଧିକ ହେଉଥିବାରୁ ଜଣେ ‘ଲେଡି ବସ୍‌’ ଙ୍କୁ ଗ୍ରହଣ କରିବା ଅନେକ ପୁରୁଷ ପୋଲିସ ଅଧିକାରୀମାନଙ୍କ ପକ୍ଷରେ କଷ୍ଟକର ହେଉଛି। କିନ୍ତୁ ସିଂ ଏହି ରୂଢିବାଦୀ ଧାରଣାକୁ ପରିବର୍ତ୍ତନ କରିବାକୁ ନିଶ୍ଚିତ ଅଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri