ଜଳବାୟୁ ପରିବର୍ତ୍ତନ ଓ ବାଣିଜ୍ୟ ନୀତି

ଡାନି ରୋଡ୍ରିକ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ‘ସୁପର୍‌ ଆଗ୍ରେସିଭ’ ବା ଅତି ଆକ୍ରାମକ ଶିଳ୍ପନୀତି ଜାରି କରାଯିବା ପରେ ତାକୁ ନେଇ ଗତମାସ ଶେଷାର୍ଦ୍ଧରେ ବିଦେଶର ଜଣେ ନେତା ଅଭିଯୋଗ କରିଥିଲେ। ଏହି ନେତା ଜଣକ ଆମେରିକାର ଶତ୍ରୁ ଦେଶ ଭାବେ ଜଣାଶୁଣା ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କିମ୍ବା ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିନ୍‌ ନ ଥିଲେ କିମ୍ବା ଆମେରିକାର କଟକଣାର ବୋଝକୁ ସମ୍ଭାଳୁଥିବା ଦେଶ ଇରାନର ରାଷ୍ଟ୍ରପତି ଇବ୍ରାହିମ ରୟିସ କିମ୍ବା ଭେନେଜୁଆଲ ରାଷ୍ଟ୍ରପତି ନିକୋଲାସ ମାଦୁରୋ ନ ଥିଲେ। ଅଭିଯୋଗ ଆଣିଥିଲେ ଆମେରିକାର ମିତ୍ର ଦେଶ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍‌ରଁ। ସେ ବାଇଡେନ୍‌ଙ୍କ ଇନ୍‌ଫ୍ଲେସନ ରିଡକ୍‌ସନ ଆକ୍ଟ (ଆଇଆର୍‌ଏ) ଉପରେ ଅଭିଯୋଗ ଆଣିଥିଲେ। ଏଥିରେ ବାଇଡେନ୍‌ ଆମେରିକା ଅର୍ଥ ବ୍ୟବସ୍ଥାରେ କାର୍ବନ ନିର୍ଗମନ କମ୍‌ କରିବାକୁ ନେଇ ବୈଦ୍ୟୁତିକ ଯାନ, ବ୍ୟାଟେରି ଏବଂ ଅନ୍ୟ ନବୀକରଣୀୟ ଟେକ୍‌ନୋଲୋଜି କ୍ଷେତ୍ରରେ ଘରୋଇ ନିବେଶରେ ସବ୍‌ସିଡି ବ୍ୟବସ୍ଥା କରିଛନ୍ତି। ସବସିଡ଼ି ପାଇଁ କମ୍ପାନୀଗୁଡ଼ିକ ଲାଗି ମାନଦଣ୍ଡ ରହିଛି, ଯେଉଁଥିରେ ସେମାନେ ଆମେରିକାର ଉପତ୍ାଦକମାନଙ୍କରୁ ଗୁରୁତ୍ୱପୂର୍ଣ୍ଣ ଇନ୍‌ପୁଟ ଆଣିବାକ୍‌ୁ ହେବ। ଏହି ବ୍ୟବସ୍ଥା ମାକ୍ରୋନଙ୍କ ସମେତ ଅନ୍ୟ ନେତାମାନଙ୍କୁ କ୍ଷୁବ୍ଧ କରିଛି। ମାକ୍‌ରଁଙ୍କ ଅଭିଯୋଗ ଯେ, ଏହି ନୂଆ ଆଇନ ୟୁରୋପୀୟ ଶିଳ୍ପକୁ ଅଣଦେଖା କରିବ। ଆଇଆର୍‌ଏର ପରିଣାମକୁ ନେଇ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ,‘ତୁମ ସମସ୍ୟା ସମାଧାନ କରିବା ଲାଗି ଏହା ଆଣିଥାଇପାର, କିନ୍ତୁ ଏହାଦ୍ୱାରା ତୁମେ ମୋ ସମସ୍ୟା ବଢାଇଦେବ’।
ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଲାଗି ଅନ୍ୟ ଦେଶଗୁଡ଼ିକ ଉପରେ ୟୁରୋପୀୟ ସଂଘ(ଇୟୁ) ସ୍ପଷ୍ଟତଃ ଆର୍ଥିକ ବୋଝ ଲଦିଦେବାକୁ ଯୋଜନା କରିଆସୁଛି। କାବର୍ନ ବର୍ଡର ଆଡ୍‌ଜଷ୍ଟମେଣ୍ଟ ମେକାନିଜମ୍‌(ସିବିଏଏମ୍‌) ମାଧ୍ୟମରେ ଇୟୁ ଖୁବ୍‌ଶୀଘ୍ର ଅଧିକ କାର୍ବନ ନିର୍ଗମନ କରୁଥିବା ଆମଦାନୀ ଦ୍ରବ୍ୟଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବ। କାର୍ବନ ପାଇଁ ଏବକାର ଅର୍ଥ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ଜିନିଷ କିମ୍ବା ସେବାର ମୂଲ୍ୟ ବଜାୟ ରଖିବା ହେଉଛି ଏହାର ଲକ୍ଷ୍ୟ। ଶସ୍ତା ଆମଦାନୀ ଦ୍ରବ୍ୟ ମାଧ୍ୟମରେ ୟୁରୋପୀୟ ଉପତ୍ାଦକମାନଙ୍କୁ ଦୁର୍ବଳ କରିବା ପାଇଁ ବିଦେଶୀ କମ୍ପାନୀଗୁଡ଼ିକୁ ଅନୁମତି ନ ଦେଇ ଏହା କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଆମଦାନୀ ଶୁୁଳ୍କଗୁଡ଼ିକ ମଧ୍ୟ ଅନେକ ନିମ୍ନ ଆୟକାରୀ ଦେଶ ଯଥା ମୋଜାମ୍ବିକ୍‌, ଇଜିପ୍ଟ ଏବଂ ଭାରତ ଆଦି ଦେଶକୁ କ୍ଷତି କରିବ। ଆଇଆର୍‌ଏଠାରୁ ସିବିଏଏମ୍‌ ଭିନ୍ନ ବୋଲି ୟୁରୋପୀୟ ନେତାଗଣ ଯୁକ୍ତି କରନ୍ତ। କାରଣ ଏହା ବହୁଦେଶୀୟ ଭାଗୀଦାରିରେ ‘ବିନା ଭେଦଭାବ’ରେ ବାଣିଜ୍ୟ ଚାଲିବ ବୋଲି ଯେଉଁ ମୌଳିକ ସିଦ୍ଧାନ୍ତ ରଖିଛି ତାହାକୁ୍‌ ଉଲ୍ଲଂଘନ କରେ ନାହିଁ। କେବଳ କାର୍ବନ ନିର୍ଗମନ କମ୍‌ କରିବା ବ୍ୟବସାୟରେ ଲିପ୍ତ ୟୁରୋପୀୟ କମ୍ପାନୀ ଏବଂ ବିଦେଶୀ ଉପତ୍ାଦକଗୁଡ଼ିକୁୁ ଲାଭ ପହଞ୍ଚାଇବାକୁ ଏକ ବୈଧ ଓ ସମାନ ସୁଯୋଗ ଦେବା ସିବିଏଏମ୍‌ର ଲକ୍ଷ୍ୟ ବୋଲି ୟୁରୋପୀୟ ଶୀର୍ଷ ଅଧିକାରୀମାନେ ଦାବି କରନ୍ତି। ସିବିଏଏମ୍‌ ୟୁରୋପୀୟ କମ୍ପାନୀଗୁଡ଼ିକୁ ଅନୁଚିତ ଲାଭ ଦିଏ ନାହିଁ ବୋଲି ସେମାନେ ଦାବି କରନ୍ତି। କିନ୍ତୁ ଗୋଟିଏ ଦେଶ ଲାଭ ପାଇବା ଭଳି ସ୍ଥିତି ଅନ୍ୟ ଦେଶର ଲାଭକୁ ତୁଳନାମତ୍କ ଭାବେ କ୍ଷତି କରେ। ସେଥିପାଇଁ ଘରୋଇ ଓ ରପ୍ତାନି ଦ୍ରବ୍ୟଗୁଡ଼ିକୁ ସେଗୁଡ଼ିକର ଉପତ୍ାଦନ ପଦ୍ଧତି ଆଧାରରେ ଭିନ୍ନ ଭାବେ ବିବେଚନା କରିବା ପ୍ରକ୍ରିୟାକୁ ଅନ୍ତର୍ଜାତୀୟ ବାଣିଜ୍ୟ ନିୟମଗୁଡ଼ିକ ନାପସନ୍ଦ କରିଆସିଛି।
ଜଳବାୟୁ ପରିବର୍ତ୍ତନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, ଯାହାର ମହତ୍ତ୍ୱ ବାଣିଜ୍ୟ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବିଚାରଗୁଡ଼ିକ ଦ୍ୱାରା ହ୍ରାସ ପାଉଛି। ଏହି ଯୁକ୍ତିକୁ ଆଇଆର୍‌ଏ ଏବଂ ସିବିଏଏମ୍‌ ଗ୍ରହଣ କରିବା ଦରକାର। ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ମହତ୍ତ୍ୱାକାଂକ୍ଷୀ ପରିିବେଶଗତ କାର୍ଯ୍ୟକ୍ରମ ଆପଣାଇବା ଲାଗି ସରକାରଗୁଡ଼ିକୁ ଅନୁମତି ଦେବା ହିଁ କାର୍ବନ ନିର୍ଗମନ କମାଇବାର ସବୁଠୁ ଉତ୍ତମ ସମ୍ଭାବ୍ୟ ପଥ ହେବ। ଏ କ୍ଷେତ୍ରରେ ଚାଇନା କଥା ବିଚାର କରାଯାଇପାରେ। ସୌର ଓ ପବନରୁ ଶକ୍ତି ପାଇଁ ଦେଶରେ ଶିଳ୍ପଗୁଡ଼କୁ ଅଧିକ ସବ୍‌ସିଡିି ଦେବା ଦ୍ୱାରା କମ୍ପାନୀଗୁଡ଼ିକ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ନମ୍ବର ହୋଇଛନ୍ତ। ଚାଇନା ବିଶ୍ୱରେ ପ୍ରମୁଖ ଅକ୍ଷୟ ଶକ୍ତି ଉପତ୍ାଦକ ହୋଇପାରିଛି। ବୈଶ୍ୱିକ ମାର୍କେଟର ମୂଲ୍ୟ ଦୃଷ୍ଟିକୋଣରୁ ପଛରେ ରହିଥିବା ଆମେରିକୀୟ ଓ ୟୁରୋପୀୟ କମ୍ପାନୀଗୁଡ଼ିକ ସହିତ ପାଶ୍ଚାତ୍ୟ ଚାଇନାର ଏଭଳି ପ୍ରବଳ ପକ୍ଷପାତି ନୀତିକୁ ସମାଲୋଚନା କରିଛନ୍ତି। ଚାଇନାର ଅତ୍ୟଧିକ ସବ୍‌ସିଡି ପାଶ୍ଚାତ୍ୟ କମ୍ପାନୀଗୁଡ଼ିକୁ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ କରିଥାଇପାରେ, କିନ୍ତୁ ସେମାନେ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଭଲ କରିଥିଲେ। ଏ କ୍ଷେତ୍ରରେ କମ୍ପାନୀଗୁଡ଼ିକୁ ସକ୍ଷମ କରାଯିବା ଫଳରେ ସୌର ଶକ୍ତିର ମୂଲ୍ୟ ୯୦% କମିଥିଲା ଏବଂ ଏପରିକି ପବନ ଶକ୍ତି ମୂଲ୍ୟ ଅଧା ହ୍ରାସ ପାଇଥିଲା। ବିଦେଶୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ଷତି କରି ବି ଚାଇନା ମାନବ ଜାତି ସମ୍ମୁଖୀନ ହେଉଥିବା ସବୁଠୁ ଯନ୍ତ୍ରଣାଦାୟକ ଆହ୍ବାନକୁ ସମାଧାନ କରିବାରେ ଯେଉଁ ପଦକ୍ଷେପ ନେଇଛି ତାହାକୁ ଅସ୍ବୀକାର କରାଯାଇପାରିବ ନାହିଁ।
ସବୁଜ ନୀତି ଉପରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ଉତ୍ସାହିତ କରିବା ଦ୍ୱାରା ଭଲ ପରିଣାମ ହାସଲ କରାଯାଇପାରିବ। ହାର୍ଭାର୍ଡ ୟୁନିଭର୍ସିିଟିର ସାଥୀ ଜେଫ୍ରି ଫ୍ରାଙ୍କେଲ କହନ୍ତି ଯେ, ଆଇଆର୍‌ଏ ଏବଂ ସିବିଏଏମ୍‌ ଉପରେ ବିଶ୍ୱ ବାଣିଜ୍ୟ ସଂଗଠନ( ଡବ୍ଲ୍ୟୁଟିଓ) ଏକ ବିଚାରକ ଭାବେ ବିଚାର କରିବା ଉଚିତ। ତାଙ୍କ ମତରେ, ପରିବେଶ କ୍ଷେତ୍ରରେ ସ୍ବାଧୀନ ଭାବେ ନିଜସ୍ବ ନୀତି ଲାଗୁ କରିବାକୁ ଡବ୍ଲ୍ୟୁଟିଓ ଦେଶଗୁଡ଼ିକୁ ଅନୁମତି ଦେଉ। କିନ୍ତୁ ଡବ୍ଲ୍ୟୁଟିଓର ଅନୁମାନ ଯେ, ସରକାରଗୁଡ଼ିକ ଅଣ ବିଣିଜ୍ୟିକ ଲକ୍ଷ୍ୟ ଯାହା ପରିବେଶୀୟ ସହନୀୟତା କିମ୍ବା ସାର୍ବଜନୀନ ସ୍ବାସ୍ଥ୍ୟକୁ ଅନୁସରଣ କରିବା ଉଚିତ। ସେହିପରି ମୁଖ୍ୟଧାରା ବାଣିଜ୍ୟର ଅର୍ଥନୀତିଜ୍ଞମାନଙ୍କ ସିଦ୍ଧାନ୍ତ କହେ ଯେ,ଦକ୍ଷତା ଏବଂ ଅନ୍ୟ ସାର୍ବଜନୀନ ନୀତିର ଲକ୍ଷ୍ୟଗୁଡ଼ିକୁ ପୂରା ପୃଥକ୍‌ କରାଯାଇପାରେ। ସେହି ଅନୁଯାୟୀ ଯଦି ସରକାରଗୁଡ଼ିକ ଠିକ୍‌ ନୀତିମାନ ଲାଗୁ କରନ୍ତି ତେବେ ଭେଦଭାବଶୂନ୍ୟ ଏକ ମୁକ୍ତ ବାଣିଜ୍ୟ ସମ୍ଭବ ହେବ। ବିଶେଷକରି ପରିବେଶ ଉପଯୋଗୀ ସହନୀୟ ଲକ୍ଷ୍ୟଗୁଡ଼ିକ କାର୍ବନ ନିର୍ଗମନ ହ୍ରାସ କରିିବା ଲାଗି ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ଦ୍ୱାରା ପୂରଣ ହୋଇପାରିବ। ଏହା ପରିବେଶ ପ୍ରଭାବଜନିତ କ୍ଷତିକୁ ହୃଦୟଙ୍ଗମ କରିବାକୁ କମ୍ପାନୀଗୁଡ଼ିକୁ ପ୍ରେରିତ କରିବ।
ବିଶ୍ୱରେ ବିଭିନ୍ନ ସରକାର ଆରମ୍ଭ କରୁଥିବା ସବୁଜନୀତିଗୁଡ଼ିକ ପ୍ରଶାସନିକ ଓ ରାଜନୈତିକ ବାଧାର ସମ୍ମୁଖୀନ ହେଉଛି। ଏହାକୁ ଦୂର କରିବା ସକାଶେ ବିରୋଧୀ ଓ ଅତ୍ୟଧିକ କ୍ଷତି ସହୁଥିବା ଦେଶଗୁଡ଼ିକୁ ଏକାଠି କାମ କରିବାକୁ ଚୁକ୍ତିର ଆବଶ୍ୟକତା ରହିଛି। ଏହା ନ କଲେ ବୁଝାମଣା, ପ୍ରତିବଦ୍ଧତାପୂର୍ଣ୍ଣ କାର୍ଯ୍ୟ ଏବଂ ସବୁଜ କ୍ଷେତ୍ରକୁ ପରିବର୍ତ୍ତନ କରିବା ଲାଗି ସେମାନଙ୍କ ଚୁକ୍ତିରେ ଘରୋଇ ଉପତ୍ତ୍ାଦକଙ୍କୁ ଲାଭ ହୋଇ ପାରିବ ନାହିଁ। ଏହିସବୁ ସ୍ଥିତିରେ ବିକଳ୍ପ ସରଞ୍ଜାମ ଉପଲବ୍ଧତା ଏବଂ ଘରୋଇ ରାଜନୈତିକ ବୁଝାମଣା ଉପରେ ବିଚାର କରି ରାୟ ଦେବା ବୈଶ୍ୱିକ ବାଣିଜ୍ୟ ପ୍ୟାନେଲଗୁଡ଼ିକୁ କଷ୍ଟକର ହେବ, ଏପରି କି ଅନୁପଯୁକ୍ତ ହୋଇପାରେ। ଚାଇନାର ସବୁଜ ଶକ୍ତି ଉପତ୍ାଦନ ସବ୍‌ସିଡିକୁ ନେଇ ବାଣିଜି୍ୟକ ବିବାଦ ଦେଖାଦେଇଥିବା ଓ ବିଶ୍ୱରେ କାର୍ବନ ନିର୍ଗମନ ହ୍ରାସ କରିବାରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ନେଇ ପ୍ରଶ୍ନଉଠୁଥିବାବେଳେ ବାଣିଜ୍ୟିକ ନିୟମଗୁଡ଼ିକୁ ତା’ ବାଟରେ ରହିବାକୁ ଦେବା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଏକ ଆଦର୍ଶ ତଥା ଅନୁକୂଳ ବିଶ୍ୱରେ ବୈଶ୍ୱିକ ସହଯୋଗଭିତ୍ତିକ ନୀତିଗୁଡ଼ିକ ସହ କାର୍ବନ ନିଗମନ ହ୍ରାସ ପଦ୍ଧତି, ସବୁଜ ଟେକ୍‌ନୋଲୋଜି ପାଇଁ ଭେଦଭାବଶୂନ୍ୟ ସବ୍‌ସିଡି ଓ ଧନୀ ଦେଶରୁ ଗରିବ ଦେଶକୁ ଟେକ୍‌ନୋଲୋଜିି ସ୍ଥାନାନ୍ତର ପ୍ରକ୍ରିୟା ଦ୍ୱାରା ଜଳବାୟୁ ପରିବର୍ତ୍ତନର ସମାଧାନ ହୋଇପାରିବ। କିନ୍ତୁ ଏକବାର ବିଶ୍ୱରେ ଏକ ପରିବେଶ ସହନୀୟ ଭବିଷ୍ୟତ ନିଶ୍ଚିତ କରିବାକୁ ସୁଯୋଗ ରହିଛି। ଏହା ସ୍ଥାନୀୟ ରାଜନୈତିକ ବିଚାରଧାରା ଦ୍ୱାରା ପରିଚାଳିତ ବିବିଧ ଜାତୀୟ ନୀତିଗୁଡ଼ିକର ମିଶ୍ରଣ ଉପରେ ନିର୍ଭର କରେ। ଆମେ ବାଣିଜି୍ୟର ପାରମ୍ପରିକ ନୀତିଗୁଡ଼ିକୁ ଅନୁସରଣ କରିବା ଉଚିତ ନୁହେଁ କିମ୍ବା ଯାହା ବାସ୍ତବ ବା ଭଲ ତାହାକୁ ଶତ୍ରୁ କିମ୍ବା ମନ୍ଦ ଭାବେ ଦେଖିବା ଉଚିତ ନୁହେଁ।
ପ୍ରାଧ୍ୟାପକ, ଇଣ୍ଟରନ୍ୟାଶନାଲ ପଲିଟିକାଲ ଇକୋନୋମି, ହାର୍ଭାର୍ଡ କେନେଡି ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri