ଜାତି ବିଚାରଧାରା

ନିକଟରେ ସୁପ୍ରିମକୋର୍ଟ ସମ୍ବିଧାନର ୧୦୩ତମ ସଂଶୋଧନକୁ କାଏମ ରଖିଛନ୍ତି। ଏହାକୁ ମଧ୍ୟବିତ୍ତ ବର୍ଗ ପ୍ରଶଂସା କରିଛନ୍ତି। ସମସ୍ତଙ୍କ ପାଇଁ ସଂରକ୍ଷଣ ଦ୍ୱାର ଉନ୍ମୁକ୍ତ କରାଯିବା ଦୃଷ୍ଟିକୋଣ ସାମଗ୍ରିକ ଭାବେ ହିନ୍ଦୁତ୍ୱକୁ ଦର୍ଶାଉଛି। ଏହି ସଂଶୋଧନ କାଏମ ରହିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଜାତିବାଦରୁ ଊର୍ଦ୍ଧ୍ୱରେ ବୋଲି ନିଜକୁ ପ୍ରକାଶ କରୁଛି। ଏହା କ’ଣ ସତ? ଏହା କ’ଣ ଜାତିକୁ ଅସ୍ବୀକାର କରେ। ଯଦି ନା, ତେବେ ହିନ୍ଦୁ ସମାଜରେ ପ୍ରାଥମିକ ସମସ୍ୟା ସହ ଏହାର କି ପ୍ରକାର ସମ୍ପର୍କ ରହିଛି? ଅନ୍ୟ ବିଚାରଧାରା ଭଳି ଜାତୀୟତାବାଦ ଓ ଧର୍ମ ଆଧାରରେ ପ୍ରତିଷ୍ଠିତ ହିନ୍ଦୁତ୍ୱ ବିଚାରଶୀଳ ବ୍ୟକ୍ତିଙ୍କୁ ସୃଷ୍ଟି କରି ନାହିଁ; ଯେଉଁଥିପାଇଁ ଏହାର ମହତ୍ତ୍ୱ କମ୍‌ ରହିଛି। କିନ୍ତୁ ଏମ୍‌.ଏସ୍‌. ଗୋଲଓ୍ବାଲକରଙ୍କ ବିଚାର ଏହାକୁ ସମର୍ଥନ କରେ। ଗୋଲଓ୍ବାଲକର ୧୯୪୦ରୁ ୩୦ ବର୍ଷ ଧରି ଆର୍‌ଏସ୍‌ଏସ୍‌କୁ ନେତୃତ୍ୱ ପ୍ରଦାନ କରିଥିଲେ ଓ ଏହାର ବିଚାରଧାରା ଏବଂ ସଫଳତା ପାଇଁ ସେ ହିଁ ଦାୟୀ।
ଗୋଲ୍‌ଓ୍ବାଲକରଙ୍କ ଉପରେ ପ୍ରଧାନମନ୍ତ୍ରୀ ଏକ ପ୍ରଶଂସାଭିତ୍ତିକ ଜୀବନୀ ଲେଖିଛନ୍ତି। ସେଥିରେ ସେ ଗୋଲ୍‌ଓ୍ବାଲକରଙ୍କୁ ବୁଦ୍ଧ, ମହାବୀର ଏବଂ ବି.ଆର୍‌. ଆମ୍ବେଡକରଙ୍କ ସହ ତୁଳନା କରିଛନ୍ତି। କହିବାକୁ ଗଲେ ଜାତିଭିତ୍ତିକ ହିନ୍ଦୁତ୍ୱ ଦୃଷ୍ଟିକୋଣ ଯଦି ରହିଥାଏ, ତେବେ ତାହା ଗୋଲ୍‌ଓ୍ବାଲକରଙ୍କ ଠାରୁ ଆସିଛି। ଏଣୁ ଆସନ୍ତୁ ଏହାର ସତ୍ୟସତ୍ୟ ପରୀକ୍ଷା କରିବା। ଗୋଲ୍‌ଓ୍ବାଲକରଙ୍କ କୃତି ପୁସ୍ତକ ହେଉଛି ‘ବଞ୍ଚ୍‌ ଅଫ୍‌ ଥଟ୍ସ’। ସଂଖ୍ୟାଲଘୁମାନଙ୍କୁ ସେ କେତେ ନାପସନ୍ଦ କରନ୍ତି ତାହା ଉକ୍ତ ପୁସ୍ତକରୁ ପ୍ରକାଶ ପାଇଛି। ହିନ୍ଦୁମାନଙ୍କ ସଂଜ୍ଞା ନିର୍ଦ୍ଧାରଣ କରିବାକୁ ଯାଇ ସେ କହିଛନ୍ତି ଯେ, ଯେଉର୍ଁମାନଙ୍କର ଈଶ୍ୱର ଉପଲବ୍ଧ ପାଇଁ କ୍ଷୁଧା ରହିଛି ସେମାନେ ହିଁ ବାସ୍ତବରେ ହିନ୍ଦୁ। ତେବେ ଅଧିକାଂଶ ଲୋକ ସେହି ଈଶ୍ୱରଙ୍କ ସମ୍ପର୍କରେ ଯାହା ଭାବୁଛନ୍ତି ସେ ସାକାର ଭଗବାନ ନ ଥିଲେ। ଗୋଲଓ୍ବାଲ୍‌କର ଜଣେ ଜୀବନ୍ତ ଈଶ୍ୱରଙ୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାହା ପ୍ରତିମା ନ ଥିଲେ, ବରଂ ଥିଲେ ନିରାକାର। ହେଲେ ନିରାକର ଏବଂ ନିର୍ଗୁଣ ଆମକୁ କେଉଁଠି ବି ମାର୍ଗଦର୍ଶନ କରିନାହିଁ। ସକ୍ରିୟ ପ୍ରତିମା ପୂଜା ଆମକୁ ସନ୍ତୁଷ୍ଟି ଦେଇନାହିଁ। ଆମେ ଜଣେ ଜୀବନ୍ତ ଈଶ୍ୱର ଚାହୁଁ, ଯିଏ ଆମକୁ ସକ୍ରିୟତା ପ୍ରତି ଆଗ୍ରହ ଜନ୍ମାଇବ ଏବଂ ଆମ ଭିତରେ ଶକ୍ତି ଉଦ୍ରେକ କରିବ। ଗୋଲଓ୍ବାଲକରଙ୍କ ଅନୁଯାୟୀ ଏହି ଜୀବନ୍ତ ଈଶ୍ୱର ଭାରତ ବର୍ଷ। କିନ୍ତୁ ଭାରତ ରୂପୀ ଈଶ୍ୱର ସବୁ ସମ୍ପ୍ରଦାୟକୁ ନୁହେଁ ବରଂ କେବଳ ଗୋଟିଏକୁ ସମାହିତ କରିଥିଲା। ତାଙ୍କ ଭାଷାରେ, ‘ଆମ ଲୋକ ଆମର ଈଶ୍ୱର, ଯାହା ଆମକୁ ଆମ ପୂର୍ବପୁରୁଷ କହିଥିଲେ’। କିନ୍ତୁ ସବୁ ଲୋକ ନୁହନ୍ତିି। ରାମକୃଷ୍ଣ ପରମହଂସ ଏବଂ ବିବେକାନନ୍ଦ କହିଥିଲେ, ଲୋକଙ୍କ ସେବା କର। ମାନବିକତା ଦୃଷ୍ଟିକୋଣରୁ ‘ମଣିଷ’ ଖୁବ୍‌ ବ୍ୟାପକ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଆକଳନ କରାଯାଇପାରେନା। ଏହା ନିଶ୍ଚିତ ଭାବେ ଜଣେ ସର୍ବଶକ୍ତିମାନ। ଏଠାରେ ମଣିଷ କହିଲେ ହିନ୍ଦୁଙ୍କୁ ବୁଝାଏ। ଆମ ପୂର୍ବପୁରୁଷ ହିନ୍ଦୁ ଶବ୍ଦ ବ୍ୟବହାର କରି ନ ଥିଲେ, ବରଂ ସୂର୍ଯ୍ୟ ଏବଂ ଚନ୍ଦ୍ର ତାହାର ଆଖି ବୋଲି ସେମାନେ କହିଥିଲେ। ଆକାଶ ଏବଂ ନକ୍ଷତ୍ରଗଣ ତାଙ୍କ ନାଭିରୁ ଜନ୍ମ ହୋଇଥିଲେ। ବ୍ରାହ୍ମଣ ତାଙ୍କ ମୁଣ୍ଡ, ରାଜା(କ୍ଷତ୍ରିୟ) ତାଙ୍କ ହାତ, ବୈଶ୍ୟ ତାଙ୍କ ଜଂଘ ଏବଂ ଶୂଦ୍ର ତାଙ୍କ ପାଦ। ଗୋଲ୍‌ଓ୍ବାଲକର କହିଛନ୍ତି ଯେ, ଯେଉଁ ଲୋକଙ୍କର ଏହି ଚାତୁଃବର୍ଣ୍ଣ ବ୍ୟବସ୍ଥା ରହିଛି, ସେମାନେ ହେଉଛନ୍ତି ହିନ୍ଦୁ ଓ ଆମ ଦେବତା। ସମାଜ ସେବା ହିଁ ଈଶ୍ୱର ସେବା। ଏଣୁ ନିଜ ବଦଳରେ ଏହି ଜାତିଭିତ୍ତିକ ସମାଜ ହିଁ ଉପାସ୍ୟ ହେବା ଉଚିତ। ଗୋଲ୍‌ଓ୍ବାଲକରଙ୍କ ମତରେ, ଜାତିରେ ଉଚ୍ଚ ଓ ନୀଚ ଭାବନା ଇଂରେଜଙ୍କ ‘ଗୁପ୍ତ ଯୋଜନା’ ଏବଂ ‘ବିଭାଜନ ଦ୍ୱାରା ଶାସନ କରିବା ନୀତି’ରୁ ସୃଷ୍ଟି ହୋଇଛି। ବାସ୍ତବରେ ଭାରତ ପାଇଁ ସେ ଜାତି ବ୍ୟବସ୍ଥାକୁ କ୍ଷତିକାରକ ବଦଳରେ ଲାଭଦାୟକ ଦୃଷ୍ଟିରେ ଦେଖିଛନ୍ତି। ଦଳିତ ବୁଦ୍ଧିଜୀବୀ ଚନ୍ଦ୍ର ଭାନ ପ୍ରସାଦ କହିଥିଲେ ଯେ, ସହସ୍ରାବ୍ଦି ଧରି ବ୍ରାହ୍ମଣମାନେ କେବଳ ଜ୍ଞାନ ପ୍ରଦାନ ଦାୟିତ୍ୱରେ ରହିଥିଲେ ମଧ୍ୟ ପୃଥିବୀରେ ସବୁଠୁ ବେଶି ନିରକ୍ଷର ରହିଛନ୍ତି ଭାରତରେ। ପ୍ରତିରକ୍ଷା ଦାୟିତ୍ୱରେ କ୍ଷତ୍ରିୟମାନେ ରହିଥିଲେ ବି ଭାରତକୁ ସବୁଠୁ ଅଧିକ ଆକ୍ରମଣ କରାଯାଇଥିଲା। ସେହିପରି ବୈଶ୍ୟମାନେ ବାଣିଜ୍ୟ ଦାୟିତ୍ୱରେ ରହିଥିଲେ, ହେଲେ ଭାରତ ବିଶ୍ୱରେ ଗରିବ ଦେଶ ହୋଇ ରହିଛି। କିନ୍ତୁ ଗୋଲଓ୍ବାଲ୍‌କର ବିପରୀତ ଦୃଷ୍ଟିକୋଣ ନେଇ କହିଛନ୍ତି ଯେ, ଆମ ଅଧଃପତନ ପାଇଁ ଜାତି ବ୍ୟବସ୍ଥା ଦାୟୀ ନୁହେଁ। ସେ ଉଲ୍ଲେଖ କରିଛନ୍ତି, ପୃଥ୍ବୀରାଜ ଚୌହାନ ତାଙ୍କ ଜାତିର ଜୟଚନ୍ଦଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ରାଣା ପ୍ରତାପଙ୍କୁ ମାନସିଂ ନିରାଶ କରିଥିଲେ। ୧୮୧୮ରେ ପୁଣେରେ ହିନ୍ଦୁମାନଙ୍କ ପରାଜୟ ପେଶଓ୍ବାଙ୍କ ନିଜ ଜାତିର ସାଥୀ ନାଟୁଙ୍କ ଦ୍ୱାରା ହୋଇଥିଲା ଯିଏ କି ଇଂରେଜ ପତାକା ଉତ୍ତୋଳନ କରିଥିଲେ।
ଗୋଲ୍‌ଓ୍ବାଲକର ଲେଖିଛନ୍ତି ଯେ, ଇସ୍‌ଲାମର ହିଂସକ ଆକ୍ରମଣକୁ ସାମ୍ନା କରିବାରେ ଭାରତ ସକ୍ଷମ ଥିଲା। କିନ୍ତୁ ଜାତିବିହୀନ ଓ ବୌଦ୍ଧଧର୍ମର ଆଫଗାନିସ୍ତାନ ମୁସ୍‌ଲିମ ହୋଇଗଲା। ଜାତି ହିନ୍ଦୁତ୍ୱର ଅସ୍ତିତ୍ୱକୁ ନିଶ୍ଚିତ କରିଛି। ଜାତିକୁ ନେଇ ଏବେ ଆମ ମଧ୍ୟବିତ୍ତ ଶ୍ରେଣୀର ଦୃଷ୍ଟିକୋଣ ଯାହା ରହିଛି ତାହା ଗୋଲ୍‌ଓ୍ବାଲକରଙ୍କର ରହିଥିଲା। ଉଦାହରଣସ୍ବରୂପ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭଳି ବାକ୍ୟାଂଶ ବ୍ୟବହାର କରିବା ଦ୍ୱାରା ବିଭେଦତା ସୃଷ୍ଟି ହୁଏ ବୋଲି ସେ ଅନୁଭବ କରିଥିଲେ। ତେବେ ସମସ୍ତଙ୍କୁ କାହିଁକି ହିନ୍ଦୁ କୁହାଯିବ ନାହିଁ।
ଉତ୍ତର ପ୍ରଦେଶରେ ହରିଜନ ସମୁଦାୟ ଉପରେ ହିନ୍ଦୁମାନେ ଆକ୍ରମଣ କରିଥିବା ଖବର ପ୍ରକାଶ ପାଇଥିଲା, କିନ୍ତୁ ସେଠାରେ ଗୋଟିଏ ହେଲେ ବି ହିନ୍ଦୁ ପରିବାର ବାସ କରୁ ନ ଥିଲେ। ହରିଜନଙ୍କ ଉପରେ ମୁସଲମାନଙ୍କ ଆକ୍ରମଣକୁ ଆଟ୍ରୋସିଟି ରଙ୍ଗ ଦିଆଯାଇଥିଲା। ମୋର ସନ୍ଦେହ ରହିଛି ଯେ, ଏହି ବ୍ୟବସ୍ଥିତ ଓ ସୂକ୍ଷ୍ମ ପ୍ରଚାର ପଛରେ କୌଣସି ବାହାର ଦେଶର ହାତ ରହିଛି। ନଚେତ୍‌ ଏଭଳି ଖବରକୁ ପ୍ରମୁଖତାର ସହ କାହିଁକି ଅଧିକ ପ୍ରସାରଣ କରାଯାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଯାଉଥିଲା। ସେହିଭଳି ଏବେ ସମାନ ପ୍ରକାର ଭାବନା ୧୦୩ ସଂଶୋଧନ ସୃଷ୍ଟି କରିଛି, ଯାହା ଜାତି ଊର୍ଦ୍ଧ୍ୱରେ ସଂରକ୍ଷଣ ଦେବାକୁ ସତ ବୋଲି ମନେ କରାଯାଉଛି। ବାସ୍ତବତା ହେଉଛି, ଭାରତୀୟମାନେ ଜାତିର ପୂଜାରୀ ହୁଅନ୍ତୁ ବୋଲି ହିନ୍ଦୁତ୍ୱ ଚାହୁଁଛି, ହେଲେ ଭାରତୀୟମାନେ ଏ ସମ୍ପର୍କରେ ମୁହଁ ଖୋଲନ୍ତୁ ବୋଲି ଚାହୁଁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri