ଜାତି ବିଚାରଧାରା

ନିକଟରେ ସୁପ୍ରିମକୋର୍ଟ ସମ୍ବିଧାନର ୧୦୩ତମ ସଂଶୋଧନକୁ କାଏମ ରଖିଛନ୍ତି। ଏହାକୁ ମଧ୍ୟବିତ୍ତ ବର୍ଗ ପ୍ରଶଂସା କରିଛନ୍ତି। ସମସ୍ତଙ୍କ ପାଇଁ ସଂରକ୍ଷଣ ଦ୍ୱାର ଉନ୍ମୁକ୍ତ କରାଯିବା ଦୃଷ୍ଟିକୋଣ ସାମଗ୍ରିକ ଭାବେ ହିନ୍ଦୁତ୍ୱକୁ ଦର୍ଶାଉଛି। ଏହି ସଂଶୋଧନ କାଏମ ରହିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଜାତିବାଦରୁ ଊର୍ଦ୍ଧ୍ୱରେ ବୋଲି ନିଜକୁ ପ୍ରକାଶ କରୁଛି। ଏହା କ’ଣ ସତ? ଏହା କ’ଣ ଜାତିକୁ ଅସ୍ବୀକାର କରେ। ଯଦି ନା, ତେବେ ହିନ୍ଦୁ ସମାଜରେ ପ୍ରାଥମିକ ସମସ୍ୟା ସହ ଏହାର କି ପ୍ରକାର ସମ୍ପର୍କ ରହିଛି? ଅନ୍ୟ ବିଚାରଧାରା ଭଳି ଜାତୀୟତାବାଦ ଓ ଧର୍ମ ଆଧାରରେ ପ୍ରତିଷ୍ଠିତ ହିନ୍ଦୁତ୍ୱ ବିଚାରଶୀଳ ବ୍ୟକ୍ତିଙ୍କୁ ସୃଷ୍ଟି କରି ନାହିଁ; ଯେଉଁଥିପାଇଁ ଏହାର ମହତ୍ତ୍ୱ କମ୍‌ ରହିଛି। କିନ୍ତୁ ଏମ୍‌.ଏସ୍‌. ଗୋଲଓ୍ବାଲକରଙ୍କ ବିଚାର ଏହାକୁ ସମର୍ଥନ କରେ। ଗୋଲଓ୍ବାଲକର ୧୯୪୦ରୁ ୩୦ ବର୍ଷ ଧରି ଆର୍‌ଏସ୍‌ଏସ୍‌କୁ ନେତୃତ୍ୱ ପ୍ରଦାନ କରିଥିଲେ ଓ ଏହାର ବିଚାରଧାରା ଏବଂ ସଫଳତା ପାଇଁ ସେ ହିଁ ଦାୟୀ।
ଗୋଲ୍‌ଓ୍ବାଲକରଙ୍କ ଉପରେ ପ୍ରଧାନମନ୍ତ୍ରୀ ଏକ ପ୍ରଶଂସାଭିତ୍ତିକ ଜୀବନୀ ଲେଖିଛନ୍ତି। ସେଥିରେ ସେ ଗୋଲ୍‌ଓ୍ବାଲକରଙ୍କୁ ବୁଦ୍ଧ, ମହାବୀର ଏବଂ ବି.ଆର୍‌. ଆମ୍ବେଡକରଙ୍କ ସହ ତୁଳନା କରିଛନ୍ତି। କହିବାକୁ ଗଲେ ଜାତିଭିତ୍ତିକ ହିନ୍ଦୁତ୍ୱ ଦୃଷ୍ଟିକୋଣ ଯଦି ରହିଥାଏ, ତେବେ ତାହା ଗୋଲ୍‌ଓ୍ବାଲକରଙ୍କ ଠାରୁ ଆସିଛି। ଏଣୁ ଆସନ୍ତୁ ଏହାର ସତ୍ୟସତ୍ୟ ପରୀକ୍ଷା କରିବା। ଗୋଲ୍‌ଓ୍ବାଲକରଙ୍କ କୃତି ପୁସ୍ତକ ହେଉଛି ‘ବଞ୍ଚ୍‌ ଅଫ୍‌ ଥଟ୍ସ’। ସଂଖ୍ୟାଲଘୁମାନଙ୍କୁ ସେ କେତେ ନାପସନ୍ଦ କରନ୍ତି ତାହା ଉକ୍ତ ପୁସ୍ତକରୁ ପ୍ରକାଶ ପାଇଛି। ହିନ୍ଦୁମାନଙ୍କ ସଂଜ୍ଞା ନିର୍ଦ୍ଧାରଣ କରିବାକୁ ଯାଇ ସେ କହିଛନ୍ତି ଯେ, ଯେଉର୍ଁମାନଙ୍କର ଈଶ୍ୱର ଉପଲବ୍ଧ ପାଇଁ କ୍ଷୁଧା ରହିଛି ସେମାନେ ହିଁ ବାସ୍ତବରେ ହିନ୍ଦୁ। ତେବେ ଅଧିକାଂଶ ଲୋକ ସେହି ଈଶ୍ୱରଙ୍କ ସମ୍ପର୍କରେ ଯାହା ଭାବୁଛନ୍ତି ସେ ସାକାର ଭଗବାନ ନ ଥିଲେ। ଗୋଲଓ୍ବାଲ୍‌କର ଜଣେ ଜୀବନ୍ତ ଈଶ୍ୱରଙ୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାହା ପ୍ରତିମା ନ ଥିଲେ, ବରଂ ଥିଲେ ନିରାକାର। ହେଲେ ନିରାକର ଏବଂ ନିର୍ଗୁଣ ଆମକୁ କେଉଁଠି ବି ମାର୍ଗଦର୍ଶନ କରିନାହିଁ। ସକ୍ରିୟ ପ୍ରତିମା ପୂଜା ଆମକୁ ସନ୍ତୁଷ୍ଟି ଦେଇନାହିଁ। ଆମେ ଜଣେ ଜୀବନ୍ତ ଈଶ୍ୱର ଚାହୁଁ, ଯିଏ ଆମକୁ ସକ୍ରିୟତା ପ୍ରତି ଆଗ୍ରହ ଜନ୍ମାଇବ ଏବଂ ଆମ ଭିତରେ ଶକ୍ତି ଉଦ୍ରେକ କରିବ। ଗୋଲଓ୍ବାଲକରଙ୍କ ଅନୁଯାୟୀ ଏହି ଜୀବନ୍ତ ଈଶ୍ୱର ଭାରତ ବର୍ଷ। କିନ୍ତୁ ଭାରତ ରୂପୀ ଈଶ୍ୱର ସବୁ ସମ୍ପ୍ରଦାୟକୁ ନୁହେଁ ବରଂ କେବଳ ଗୋଟିଏକୁ ସମାହିତ କରିଥିଲା। ତାଙ୍କ ଭାଷାରେ, ‘ଆମ ଲୋକ ଆମର ଈଶ୍ୱର, ଯାହା ଆମକୁ ଆମ ପୂର୍ବପୁରୁଷ କହିଥିଲେ’। କିନ୍ତୁ ସବୁ ଲୋକ ନୁହନ୍ତିି। ରାମକୃଷ୍ଣ ପରମହଂସ ଏବଂ ବିବେକାନନ୍ଦ କହିଥିଲେ, ଲୋକଙ୍କ ସେବା କର। ମାନବିକତା ଦୃଷ୍ଟିକୋଣରୁ ‘ମଣିଷ’ ଖୁବ୍‌ ବ୍ୟାପକ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଆକଳନ କରାଯାଇପାରେନା। ଏହା ନିଶ୍ଚିତ ଭାବେ ଜଣେ ସର୍ବଶକ୍ତିମାନ। ଏଠାରେ ମଣିଷ କହିଲେ ହିନ୍ଦୁଙ୍କୁ ବୁଝାଏ। ଆମ ପୂର୍ବପୁରୁଷ ହିନ୍ଦୁ ଶବ୍ଦ ବ୍ୟବହାର କରି ନ ଥିଲେ, ବରଂ ସୂର୍ଯ୍ୟ ଏବଂ ଚନ୍ଦ୍ର ତାହାର ଆଖି ବୋଲି ସେମାନେ କହିଥିଲେ। ଆକାଶ ଏବଂ ନକ୍ଷତ୍ରଗଣ ତାଙ୍କ ନାଭିରୁ ଜନ୍ମ ହୋଇଥିଲେ। ବ୍ରାହ୍ମଣ ତାଙ୍କ ମୁଣ୍ଡ, ରାଜା(କ୍ଷତ୍ରିୟ) ତାଙ୍କ ହାତ, ବୈଶ୍ୟ ତାଙ୍କ ଜଂଘ ଏବଂ ଶୂଦ୍ର ତାଙ୍କ ପାଦ। ଗୋଲ୍‌ଓ୍ବାଲକର କହିଛନ୍ତି ଯେ, ଯେଉଁ ଲୋକଙ୍କର ଏହି ଚାତୁଃବର୍ଣ୍ଣ ବ୍ୟବସ୍ଥା ରହିଛି, ସେମାନେ ହେଉଛନ୍ତି ହିନ୍ଦୁ ଓ ଆମ ଦେବତା। ସମାଜ ସେବା ହିଁ ଈଶ୍ୱର ସେବା। ଏଣୁ ନିଜ ବଦଳରେ ଏହି ଜାତିଭିତ୍ତିକ ସମାଜ ହିଁ ଉପାସ୍ୟ ହେବା ଉଚିତ। ଗୋଲ୍‌ଓ୍ବାଲକରଙ୍କ ମତରେ, ଜାତିରେ ଉଚ୍ଚ ଓ ନୀଚ ଭାବନା ଇଂରେଜଙ୍କ ‘ଗୁପ୍ତ ଯୋଜନା’ ଏବଂ ‘ବିଭାଜନ ଦ୍ୱାରା ଶାସନ କରିବା ନୀତି’ରୁ ସୃଷ୍ଟି ହୋଇଛି। ବାସ୍ତବରେ ଭାରତ ପାଇଁ ସେ ଜାତି ବ୍ୟବସ୍ଥାକୁ କ୍ଷତିକାରକ ବଦଳରେ ଲାଭଦାୟକ ଦୃଷ୍ଟିରେ ଦେଖିଛନ୍ତି। ଦଳିତ ବୁଦ୍ଧିଜୀବୀ ଚନ୍ଦ୍ର ଭାନ ପ୍ରସାଦ କହିଥିଲେ ଯେ, ସହସ୍ରାବ୍ଦି ଧରି ବ୍ରାହ୍ମଣମାନେ କେବଳ ଜ୍ଞାନ ପ୍ରଦାନ ଦାୟିତ୍ୱରେ ରହିଥିଲେ ମଧ୍ୟ ପୃଥିବୀରେ ସବୁଠୁ ବେଶି ନିରକ୍ଷର ରହିଛନ୍ତି ଭାରତରେ। ପ୍ରତିରକ୍ଷା ଦାୟିତ୍ୱରେ କ୍ଷତ୍ରିୟମାନେ ରହିଥିଲେ ବି ଭାରତକୁ ସବୁଠୁ ଅଧିକ ଆକ୍ରମଣ କରାଯାଇଥିଲା। ସେହିପରି ବୈଶ୍ୟମାନେ ବାଣିଜ୍ୟ ଦାୟିତ୍ୱରେ ରହିଥିଲେ, ହେଲେ ଭାରତ ବିଶ୍ୱରେ ଗରିବ ଦେଶ ହୋଇ ରହିଛି। କିନ୍ତୁ ଗୋଲଓ୍ବାଲ୍‌କର ବିପରୀତ ଦୃଷ୍ଟିକୋଣ ନେଇ କହିଛନ୍ତି ଯେ, ଆମ ଅଧଃପତନ ପାଇଁ ଜାତି ବ୍ୟବସ୍ଥା ଦାୟୀ ନୁହେଁ। ସେ ଉଲ୍ଲେଖ କରିଛନ୍ତି, ପୃଥ୍ବୀରାଜ ଚୌହାନ ତାଙ୍କ ଜାତିର ଜୟଚନ୍ଦଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ରାଣା ପ୍ରତାପଙ୍କୁ ମାନସିଂ ନିରାଶ କରିଥିଲେ। ୧୮୧୮ରେ ପୁଣେରେ ହିନ୍ଦୁମାନଙ୍କ ପରାଜୟ ପେଶଓ୍ବାଙ୍କ ନିଜ ଜାତିର ସାଥୀ ନାଟୁଙ୍କ ଦ୍ୱାରା ହୋଇଥିଲା ଯିଏ କି ଇଂରେଜ ପତାକା ଉତ୍ତୋଳନ କରିଥିଲେ।
ଗୋଲ୍‌ଓ୍ବାଲକର ଲେଖିଛନ୍ତି ଯେ, ଇସ୍‌ଲାମର ହିଂସକ ଆକ୍ରମଣକୁ ସାମ୍ନା କରିବାରେ ଭାରତ ସକ୍ଷମ ଥିଲା। କିନ୍ତୁ ଜାତିବିହୀନ ଓ ବୌଦ୍ଧଧର୍ମର ଆଫଗାନିସ୍ତାନ ମୁସ୍‌ଲିମ ହୋଇଗଲା। ଜାତି ହିନ୍ଦୁତ୍ୱର ଅସ୍ତିତ୍ୱକୁ ନିଶ୍ଚିତ କରିଛି। ଜାତିକୁ ନେଇ ଏବେ ଆମ ମଧ୍ୟବିତ୍ତ ଶ୍ରେଣୀର ଦୃଷ୍ଟିକୋଣ ଯାହା ରହିଛି ତାହା ଗୋଲ୍‌ଓ୍ବାଲକରଙ୍କର ରହିଥିଲା। ଉଦାହରଣସ୍ବରୂପ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭଳି ବାକ୍ୟାଂଶ ବ୍ୟବହାର କରିବା ଦ୍ୱାରା ବିଭେଦତା ସୃଷ୍ଟି ହୁଏ ବୋଲି ସେ ଅନୁଭବ କରିଥିଲେ। ତେବେ ସମସ୍ତଙ୍କୁ କାହିଁକି ହିନ୍ଦୁ କୁହାଯିବ ନାହିଁ।
ଉତ୍ତର ପ୍ରଦେଶରେ ହରିଜନ ସମୁଦାୟ ଉପରେ ହିନ୍ଦୁମାନେ ଆକ୍ରମଣ କରିଥିବା ଖବର ପ୍ରକାଶ ପାଇଥିଲା, କିନ୍ତୁ ସେଠାରେ ଗୋଟିଏ ହେଲେ ବି ହିନ୍ଦୁ ପରିବାର ବାସ କରୁ ନ ଥିଲେ। ହରିଜନଙ୍କ ଉପରେ ମୁସଲମାନଙ୍କ ଆକ୍ରମଣକୁ ଆଟ୍ରୋସିଟି ରଙ୍ଗ ଦିଆଯାଇଥିଲା। ମୋର ସନ୍ଦେହ ରହିଛି ଯେ, ଏହି ବ୍ୟବସ୍ଥିତ ଓ ସୂକ୍ଷ୍ମ ପ୍ରଚାର ପଛରେ କୌଣସି ବାହାର ଦେଶର ହାତ ରହିଛି। ନଚେତ୍‌ ଏଭଳି ଖବରକୁ ପ୍ରମୁଖତାର ସହ କାହିଁକି ଅଧିକ ପ୍ରସାରଣ କରାଯାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଯାଉଥିଲା। ସେହିଭଳି ଏବେ ସମାନ ପ୍ରକାର ଭାବନା ୧୦୩ ସଂଶୋଧନ ସୃଷ୍ଟି କରିଛି, ଯାହା ଜାତି ଊର୍ଦ୍ଧ୍ୱରେ ସଂରକ୍ଷଣ ଦେବାକୁ ସତ ବୋଲି ମନେ କରାଯାଉଛି। ବାସ୍ତବତା ହେଉଛି, ଭାରତୀୟମାନେ ଜାତିର ପୂଜାରୀ ହୁଅନ୍ତୁ ବୋଲି ହିନ୍ଦୁତ୍ୱ ଚାହୁଁଛି, ହେଲେ ଭାରତୀୟମାନେ ଏ ସମ୍ପର୍କରେ ମୁହଁ ଖୋଲନ୍ତୁ ବୋଲି ଚାହୁଁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?