ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବାର ସମ୍ମାନଜନକ ଯୋଗ୍ୟତା ରଖିଛନ୍ତିି। କିନ୍ତୁ ତାଙ୍କୁ ଜଣେ ଆଇନଜୀବୀ ‘ଆପଣ ଚେୟାରରେ ବସିବା ଲାଗି ଯୋଗ୍ୟ ନୁହନ୍ତି’ ବୋଲି କହିବା ଅସୁନ୍ଦର ମନେ ହେଉଥିଲେ ମଧ୍ୟ ବାସ୍ତବ ଘଟଣା ଉପରେ ଦୃଷ୍ଟି ପକାଯିବା ଆବଶ୍ୟକ ମନେ ହେଉଛି। ୧୬ ନଭେମ୍ବରରେ ଆଇନଜୀବୀ ପ୍ରବୀଣ ସିଙ୍ଘଲ ତାଙ୍କର ଏକ ମାମଲାର ଜରୁରୀ ଶୁଣାଣି ପାଇଁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ପହଞ୍ଚତ୍ଥିଲେ।
ତେବେ ତାଙ୍କର ଅଣତାଲିକାଭୁକ୍ତ ମାମଲା ଗ୍ରହଣଯୋଗ୍ୟ ନୁହେଁ ଏବଂ ତାଙ୍କୁ ଅପେକ୍ଷା କରିବାକୁ ପ୍ରଧାନ ବିଚାରପତି ଓ ବିଚାରପତି ମୋହନା କହିଥିଲେ। କିନ୍ତୁ ସମ୍ପୃକ୍ତ ଆଡ୍‌ଭୋକେଟ କହିଥିଲେ ଯେ, ସେ ଆଉ ଅପେକ୍ଷା କରିପାରିବେ ନାହିଁ। ସିଜେଆଇଙ୍କୁ ଉପଲକ୍ଷ୍ୟ କରି ସେ ପୁଣି କହିଥିଲେ ‘ଆପଣ ସେହି ଚୌକିରେ ବସିବା ପାଇଁ ଅଯୋଗ୍ୟ। ସେହି ସ୍ତରର ସଚ୍ଚୋଟତା ଆପଣଙ୍କ ପାଖରେ ନାହିଁ।’
ଏହା ପରେ କୋର୍ଟର ଅଡିଓ ଏବଂ ଭିଡିଓ ଫିଡ୍‌କୁ ବନ୍ଦ କରିଦିଆଯାଇଥିଲା ଏବଂ ସୁରକ୍ଷା କର୍ମୀମାନେ ଓକିଲଙ୍କୁ କୋର୍ଟ ରୁମ୍‌ରୁ ବାହାରକୁ ନେଇଯାଇଥିଲେ। ୧୭ ନଭେମ୍ବରରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ଦ୍ୱାରା ଏ ସଂକ୍ରାନ୍ତରେ ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆଡ୍‌ଭୋକେଟଙ୍କ ବିରୋଧରେ ଆପରାଧିକ ଅଦାଲତ ଅବମାନନା କରିବା ପାଇଁ ଆସୋସିଏଶନ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀଙ୍କ ସମ୍ମତି ମଧ୍ୟ ହାସଲ କରିଛି।
ପ୍ରବୀଣଙ୍କ ବିରୋଧରେ କେଉଁ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ପରେ ଜଣାପଡ଼ିବ। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ନ୍ୟାୟପାଳିକା ଯଦି ପ୍ରତ୍ୟେକ ସମାଲୋଚନାକୁ କୋର୍ଟ ଅବମାନନା ଭାବେ ଗ୍ରହଣ କରିବ, ତେବେ ତାହା ତାହାର ସ୍ବାତନ୍ତ୍ର୍ୟ ହରାଇବସିବ। କେହି କହିପାରନ୍ତି ଯଦି ନ୍ୟାୟପାଳିକା ଏଭଳି କଥାକୁ ପ୍ରଶ୍ରୟ ଦିଏ ତେବେ ତାହା ଜନବିଶ୍ୱାସ ହରାଇବ। ତେବେ ସଙ୍ଗେ ସଙ୍ଗେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇ ତାଙ୍କ ସ୍ବରକୁ ଶୁଣାଯିବା ଦରକାର। ଭାରତବର୍ଷରେ ହାକିମ ଆସନରେ ବସିଯାଇଥିବା ବ୍ୟକ୍ତିଙ୍କୁ କେହି ଡରିକରି ପ୍ରଶ୍ନ ପଚାରନ୍ତି ନାହିଁ। କାରଣ ତାହାର ପରିଣତି ଜେଲ ଯିବା ସହ ଅର୍ଥଦଣ୍ଡ ଯାଏ ରହିଛି। ହାକିମମାନଙ୍କୁ ଅତି ଉଚ୍ଚ ଆସନରେ ଦୀର୍ଘବର୍ଷ ଧରି ବସାଯାଇ ଆସିଥିବାରୁ ସେମାନଙ୍କ ସାମନ୍ତବାଦୀ ମାନସିକତାରେ ପରିବର୍ତ୍ତନ ଆସିପାରୁ ନାହିଁ। ସାଧାରଣରେ ଗୋଟେ ଧାରଣା ସୃଷ୍ଟି କରାଯାଇ ଆସିଛି ଯେ, ବଡ଼ ପଦବୀଧାରୀଙ୍କୁ ପ୍ରଶ୍ନ କରିହେବ ନାହିଁ। କଥାରେ ଅଛି ‘ସ୍ବର୍ଗକୁ ନିଶୁଣି ନାହିଁ, ବଡ଼ ଲୋକଙ୍କୁ ଉତ୍ତର ନାହିଁ’। ପିଢ଼ି ପରେ ପିଢ଼ି ଏହାକୁ ମାନି ଚାଲୁଥିବାରୁ ଅନେକ ଅନ୍ୟାୟ ସେମାନଙ୍କ ଗାଦି ତଳେ ଚାପିହୋଇ ରହିଯାଉଛି। ଆଡ୍‌୍‌ଭୋକେଟ ପ୍ରବୀଣଙ୍କ କହିବା କଥା ଯେ, ନଭେମ୍ବର ୨ରୁ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ତାଙ୍କ ମାମଲାର ଶୁଣାଣି ପାଇଁ ଆବେଦନ ହୋଇଥିଲେ ମଧ୍ୟ ତାହାର ଉତ୍ତର ପାଇ ନ ଥିବାରୁ ସେ କ୍ରୋଧିତ ହୋଇ ଏପରି କଲେ। ଅଦାଲତ ଭିତରେ ପ୍ରଧାନ ବିଚାରପତିଙ୍କୁ ଏଭଳି କହିବା ବାଧିଥାଇପାରେ। ଅପରପକ୍ଷରେ ପ୍ରବୀଣଙ୍କ ଅଭିଯୋଗକୁ ମଧ୍ୟ ବିଚାରକୁ ନିଆଯିବା ଦରକାର। ସେ ଯଦି ସିଜେଆଇଙ୍କ କୋର୍ଟରେ ୨ ତାରିଖରୁ ତାଙ୍କ ମାମଲାର ଶୁଣାଣି ପାଇଁ ଆବେଦନ କଲେଣି, ସେହି ସମ୍ବନ୍ଧରେ ତାଙ୍କୁ ଜବାବ ବା ଉତ୍ତର ଦିଆଯିବା ଆଦଲତୀ ପ୍ରକ୍ରିୟାର ଅଂଶବିଶେଷ। ସେଥିରୁ ସେ ବଞ୍ଚତ୍ତ ହେବାରୁ ସମ୍ଭବତଃ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଏହା କୁହାଯାଇପାରେ ଯେ, ପ୍ରଧାନ ବିଚାରପତିଙ୍କ ଦାୟିତ୍ୱ କେବଳ ମାମଲା ଶୁଣିବାରେ ସୀମିତ ରହି ନ ଥାଏ, ସେ ନ୍ୟାୟପାଳିକାର ଶୀର୍ଷ ସ୍ତରରେ ଥିବା ବ୍ୟକ୍ତି। ଏହି କଥା ଯୁକ୍ତିଯୁକ୍ତ। ମାତ୍ର ତାଙ୍କ ଇଜିଲାସରେ ମାମଲା ମାନେ ସେଥିରେ ନିଯୁକ୍ତ ଅଫିସର ଓ କର୍ମଚାରୀମାନେ ପ୍ରଥମତଃ ଉତ୍ତରଦାୟୀ ହେବା ଉଚିତ। ଆଜିର କମ୍ପ୍ୟୁଟର ଯୁଗରେ ମାମଲାଗୁଡ଼ିକ କ୍ରମାନ୍ବୟରେ ରଖାଯାଇପାରୁଛି। ‘ଫାଷ୍ଟ୍‌ ଇନ୍‌ ଫାଷ୍ଟ୍‌ ଆଉଟ୍‌’ ବା ଫିଫୋ ପଦ୍ଧତିରେ ଯେମିତି ନିୟମ ଅନୁସରଣ କରାଯାଇଥାଏ, ଅନୁରୂପ ଭାବେ ଯେଉଁ ମାମଲା ପ୍ରଥମେ ପଞ୍ଜୀକୃତ ହେଲା ତାହାର ତତ୍‌କ୍ଷଣାତ୍‌ ଉତ୍ତର ସମ୍ପୃକ୍ତ ଓକିଲଙ୍କୁ ଜଣାଇଦେଲେ ଅସୁବିଧା ହୁଅନ୍ତା ନାହିଁ। କେବଳ ଯେ ହାକିମଙ୍କର ସମୟ ମୂଲ୍ୟବାନ ତାହା ନୁହେଁ, ଓକିଲ ହୁଅନ୍ତୁ ବା ସାଧାରଣ ବ୍ୟକ୍ତି ସମସ୍ତଙ୍କ ପାଇଁ ସମୟ ଗୁରୁତ୍ୱ ବହନ କରିଥାଏ। ପ୍ରବୀଣ ୨ ତାରିଖରୁ ଆବେଦନ କରି ୧୬ ତାରିଖ ଯାଏ ଉତ୍ତର ନ ପାଇବା ଅର୍ଥ ସେ ତାଙ୍କ ମହକିଲଙ୍କ ପାଖରେ ମଧ୍ୟ ଜବାବ ଦେବାକୁ ଉତ୍ତରଦାୟୀ ରହିବେ। ଏ ବିଷୟ ମଧ୍ୟ ନୋଟ୍‌ କରାଯିବା ଦରକାର।
ଭାରତବର୍ଷରେ ଉତ୍ତରଦାୟିତ୍ୱର ସଙ୍କଟ ବିଦ୍ୟାଳୟ, ଡାକ୍ତରଖାନା, ପ୍ରଶାସନିକ କାର୍ଯ୍ୟାଳୟ, ପୋଲିସ ଷ୍ଟେଶନଠାରୁ ଆରମ୍ଭ କରି ଅଦାଲତ ଯାଏ ରହୁଛି। ନିଜ କାମରେ ଅନେକେ ଅବହେଳା କରୁଥିବାରୁ ପ୍ରଡକ୍ଟିଭ୍‌ ଓ୍ବାର୍କ ବା ଫଳପ୍ରଦ କାର୍ଯ୍ୟ ଆସିପାରୁ ନାହିଁ। ସମ୍ଭବତଃ କାର୍ଯ୍ୟାଳୟସ୍ତରୀୟ ବ୍ୟବସ୍ଥାରେ ଛିଦ୍ର ରହୁଥିବାରୁ ନିର୍ଦ୍ଧାରିତ ଅବଧିର କାର୍ଯ୍ୟ ଆଗକୁ ଆଗକୁ ଲମ୍ବିଚାଲୁଛି। ଏହା ଦ୍ୱାରା ଦେଶର ଦୁଇ ପ୍ରକାର କ୍ଷତି ଘଟୁଛି। ତାହା ହେଲା ଏଥିପାଇଁ ଖର୍ଚ୍ଚ ବଢ଼ିଯିବା ସହ ବିଳମ୍ବିତ ସମୟ ଦୁର୍ନୀତିକୁ ଡାକିଆଣୁଛି। ଓକିଲ ପ୍ରବୀଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପୂର୍ବରୁ ସବୁଠାରୁ ଜରୁରୀ ହେଉଛି ବ୍ୟବସ୍ଥାରେ ଥିବା ଅସଙ୍ଗତିକୁ ପ୍ରଥମେ ଚିହ୍ନଟ କରିବା। ଏଥିସହିତ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନର କର୍ତ୍ତବ୍ୟ ହେବା କଥା ଓକିଲଙ୍କ ସୁରକ୍ଷା। ଏହା ପରିବର୍ତ୍ତେ ହାତଗଣତି ଓକିଲ ନିର୍ବାଚନ ଜିତି ବାର୍‌ କାଉନ୍‌ସିଲକୁ ନିଜ ସୁବିଧା ସକାଶେ ବ୍ୟବହାର କରୁଥାଇପାରନ୍ତି। ଏହାଦ୍ୱାରା ହୁଏତ ସେହି କେତେ ଜଣ ପ୍ରଧାନ ବିଚାରପତିଙ୍କଠାରୁ ସୁବିଧା ପାଇପାରନ୍ତି। କିନ୍ତୁ ସେମାନେ ନିଜ କାର୍ଯ୍ୟରେ ଅବହେଳା କରିଛନ୍ତି ବୋଲି ଦୋଷାବହ ହେବାର ସମ୍ଭାବନା ମଧ୍ୟ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନହୀନ ଜନନୀ

ଭାରତୀୟ ସଂସ୍କୃତିରେ ପିତା ସ୍ବର୍ଗ, ପିତା ଧର୍ମ ବୋଲି ଶାସ୍ତ୍ର ଗାନ କରୁଥିଲାବେଳେ ବାସ୍ତବତାର ଆଖଡ଼ାରେ ଚିତ୍ର ବିପରୀତ। ପୁଅବୋହୂ କର୍ତ୍ତୃକ ଜନନୀ ଜନକଙ୍କୁ ଅନ୍ନ ମୁଠାଏ…

ସବୁଜ ପ୍ରଯୁକ୍ତି ଓ ପରିବେଶ ସୁରକ୍ଷା

ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ଏହି ଜିଲାରେ ପ୍ରବଳ ବର୍ଷା…

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା ଆହୁରି ଶକ୍ତିଶାଳୀ ହୋଇ…

ସନ୍ୟାସକୁ ନେଇ ଭାବୁକ ହେଲେ ଧୋନୀ, ସୋସିଆଲ ମିଡିଆରେ ଭିଡିଓ ଛାଡି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ, ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ନ୍ୟାସର ଘୋଷଣା କରିସାରିଥିଲା। ଯାହାପରେ ସମସ୍ତେ ଧୋନୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଅପେକ୍ଷା କରି…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?