ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ
ଅମରପାଲି,୧୬ା୮(ଡି.ଏନ୍.ଏ.): ଶନିବାରଠାରୁ ହେଉଥିବା ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ନାଳ, ଯୋର ଏବଂ ଜଳାଶୟରେ ପାଣି ଭର୍ତ୍ତି ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ବ୍ଲକର ହରିହର ଯୋର, ଘୁଙ୍ଗିନାଳ, ବାଇଗଣି ଯୋର ଆଦିରେ ବନ୍ୟାଜଳ ପ୍ରବାହିତ ହେଉଛି।…
ହୋମ୍ କ୍ୱାରାଣ୍ଟାଇନ୍ରେ ଅର୍ଥମନ୍ତ୍ରୀ, ପରିବହନମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉତ୍ତୋଳନ କରିବେ ଜିଲାପାଳ
ସୋନପୁର,୧୫।୮(ନି.ପ୍ର.): ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ପୁରୀରେ ଅର୍ଥମନ୍ତ୍ରୀ ପୂଜାରୀ ଓ ଗଞ୍ଜାମରେ ପରିବହନମନ୍ତ୍ରୀ ବେହେରା ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଶନିବାର ମୁଖ୍ୟଅତିଥି ଭାବରେ…
ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ
ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି…
ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍ଡାଉନ
ତରଭା,୧୩ା୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଞ୍ଚଳକୁ ତରଭା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟରାଇଜ୍ କରାଯାଇଛି ବୋଲି ବିଡିଓ ନିହାର…
ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ
ସୋନପୁର,୧୩।୮(ନି.ପ୍ର.)-ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ବୁଧବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ ତାରିଖ ଋଷି ପଞ୍ଚମୀ ଶୁକ୍ଳ ପକ୍ଷ ରବିବାର ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା ସକାଳ…
କର୍ଦ୍ଦମାକ୍ତ ହୋଇପଡିଛି ଅମାମୁଣ୍ଡା-କୁହିବାହାଲ ରାସ୍ତା
ବିନିକା, ୧୩ା୮(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମାମୁଣ୍ଡାରୁ କୁହିବାହାଲକୁ ସଂଯୋଗ କରୁଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଦୀର୍ଘବର୍ଷ ହେଲା ଏହି ମାଟିରାସ୍ତାର ପୁନରୁଦ୍ଧାର ହୋଇନି ା ଫଳରେ ଏହି ରାସ୍ତା ଉପରେ ନିର୍ଭର…
ତରଭା ବ୍ଲକରେ ଅନ୍ଲାଇନ ପାଠପଢାର ଶୁଭାରମ୍ଭ
ତରଭା,୧୩ା୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ଚାରଭଟା, କମସରା, ଶିବତୁଲା ଓ ରାଣୀସର୍ଡା ଗ୍ରାମରେ ଥିବା ଗ୍ରାମୀଣ ପାଠାଗାର ଓ ସୂଚନା କେନ୍ଦ୍ରଠାରେ ବୁଧବାର ଅନ୍ଲାଇନ ପାଠପଢା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଡିଓ ନିହାର ରଞ୍ଜନ କହଁର ଯୋଗ…
ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ
ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍ ସୁନାମ ରହିଛି। ମା’ ମାଳତୀ ଓ ବାପା…
ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା
ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ ସୀମିତ ନୁହେଁ। ଏଥିରେ ଏମିତି କେତେଜଣ ମହିଳା ଅଛନ୍ତି ଯେଉଁମାନେ ଘରର ଚାରିକାନ୍ଥ ଭିତରେ…
ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର
ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ…
ବର୍ଷା ନାହିଁ, ଶୁଖିଲା ପଡ଼ିଛି ଜମି
ସୋନପୁର, ୨।୮(ନି.ପ୍ର.) ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷ ଜମି ହୀରାକୁଦ କେନାଲ ଦ୍ୱାରା ଜଳସେଚିତ ହୋଇପାରୁଛି। କିନ୍ତୁ ସୋନପୁର, ତରଭା,…
ମିଳୁନି ସରକାରୀ ବିହନ, ସାର
ସୋନପୁର,୧୪।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଚାଷୀମାନେ ଧାନ ବୁଣା, ରୁଆକାର୍ଯ୍ୟ ପାଇଁ ଜମି ପ୍ରସ୍ତୁତି କରିଛନ୍ତି । ହେଲେ ଏ ଯାଏ ସେମାନଙ୍କୁ ସରକାରୀ ବିହନ ମିଳିଲା ନାହିଁ। କେବେ ମିଳିବ ସେ ନେଇ ମଧ୍ୟ କୃଷି ବିଭାଗ ବା ପ୍ରାଥମିକ କୃଷି ସମବାୟ…

