ଭାଙ୍ଗିଲା ଗତବର୍ଷର ରେକର୍ଡ

ସୋନପୁର,୭।୧(ନି.ପ୍ର.):ନଦୀ, ନାଳ ଓ ବନ୍ଧ ପରିବେଷ୍ଟିତ ସୁବର୍ଣ୍ଣପୁର ଜିଲାରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଜିଲାକୁ ଆସିଥିବା ଜଣାପଡିଛି। ଏଥର ୯୧ ପ୍ରଜାତିର ମୋଟ ୩୫ ହଜାର ୪୬୦ରୁ ଅଧିକ ପକ୍ଷୀ ଆସିଛନ୍ତି। ଗତବର୍ଷ ଗଣନାରେ ଜିଲାକୁ ଏହି ସମୟରେ ୨୭ ହଜାର ପକ୍ଷୀ ଆସିଥିଲେ। ରବିବାର ସକାଳ ୬ଟାରୁ ଜିଲାର ଶତାଧିକ ଜଳାଶୟ ଓ ଚାଷ ଜମିରେ ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଣନାରେ ବନ ବିଭାଗର ୧୭ଟି ଟିମ୍‌ ନିୟୋଜିତ ହୋଇଥିଲେ। ପକ୍ଷୀ ଗଣନାରେ ଜିପିଏସ୍‌, କ୍ୟାମେରା ଓ ବାଇନାକୁଲାର ବ୍ୟବହାର କରାଯାଇଥିଲା। ଏହି ସମୟରେ ୫ ନୂଆ ପ୍ରଜାତିର ୟୁରୋପିଆନ ଦେଶର ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ବିନିକା ଅଞ୍ଚଳରେ ପେଣ୍ଟେଡ୍‌ ଷ୍ଟର୍କ ଓ ନର୍ଦନ ପିଣ୍ଟେଲ୍‌ ପ୍ରଜାତିର ଦୁଇଟି ପକ୍ଷୀ ଦେଖିବାକୁ ମିଳିଥିଲା। ସେହିପରି ହରିହରଯୋର ଡ୍ୟାମ୍‌ରେ ଗ୍ରେଟ୍‌ କ୍ରେଷ୍ଟେଡ୍‌ ଗ୍ରୀବେ ଓ ଟଫ୍ଟେଡ୍‌ ଡକ୍‌ ଭଳି ପକ୍ଷୀମାନଙ୍କୁ ଦେଖିବାକୁ ମିଳିଛି। ସୋନପୁର ଓ ବିନିକା ଉଭୟ ସ୍ଥାନରେ ବିରଳ ପକ୍ଷୀ ରେଡ୍‌ କ୍ରେଷ୍ଟେଡ୍‌ ପୋଚାର୍ଡ ପକ୍ଷୀ ଦେଖିବାକୁ ମିଳିଥିଲା। ସେହିପରି ଗତବର୍ଷ ମହାନଦୀରେ ଦେଖିବାକୁ ମିଳିଥିବା କମନ୍‌ ମରଗାନସର ପକ୍ଷୀଙ୍କୁ ଏଥର ମଧ୍ୟ ବନବିଭାଗର କର୍ମଚାରୀ ଦେଖିବାକୁ ପାଇଛନ୍ତି। ପ୍ରଚଣ୍ଡ ଶୀତ ଯୋଗୁ ଆମେରିକା ଓ ୟୁରୋପ ମହାଦେଶର ପକ୍ଷୀ ମାନେ ଶୀତଦିନରେ ସୁବର୍ଣ୍ଣପୁର ଜିଲାକୁ ଆସୁଥିବା କହିଛନ୍ତି ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ। ଚଳିତବର୍ଷ କୋଭିଡ୍‌ ପାଇଁ ପରିବେଶ ଶାନ୍ତ ରହିଛି। ତେଣୁ ଦେଶ ତଥା ଦେଶ ବାହାରର ପକ୍ଷୀ ଚିରସ୍ରୋତା ମହାନଦୀ ଓ ତେଲନଦୀକୁ ଅଧିକ ସଂଖ୍ୟାରେ ଆସିଛନ୍ତି। କିନ୍ତୁ ଗତ ୩ ତାରିଖ ନବବର୍ଷର ପ୍ରଥମ ରବିବାର ପଡି ଥିବାରୁ ମହାନଦୀ ଓ ତେଲନଦୀରେ ବଣଭୋଜି ପାଇଁ ପ୍ରବଳ ଭିଡ ଲାଗିଥିଲା। ଲୋକେ ଡିଜେ ଓ ମାଇକ୍‌ ବଜାଇଥିଲେ। ଶବ୍ଦ ପ୍ରଦୂଷଣ ଯୋଗୁ ଉଭୟ ନଦୀରେ ପକ୍ଷୀ ଗଣନା ସମ୍ଭବ ହୋଇନାହିଁ। କେବଳ ଜିଲାର ଛୋଟ ବଡ ଜଳାଶୟରେ ହିଁ ପକ୍ଷୀଗଣନା କରାଯାଇଛି। ନଦୀରେ ପକ୍ଷୀ ଗଣନା ହୋଇଥିଲେ ପକ୍ଷୀଙ୍କ ସଂଖ୍ୟା ବହୁ ଅଧିକ ହୋଇଥାନ୍ତା ବୋଲି ସହକାରୀ ବନ ସଂରକ୍ଷକ ତଥା ପକ୍ଷୀ ବିଶାରଦ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri