ମା’ ବଇରାସରାଣୀ କ୍ରିକେଟ: ବେହେରାପାଲି ଚାମ୍ପିୟନ

ତରଭା,୧୭ା୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ନିକଟସ୍ଥ ବଇରାସର ପୂର୍ତ୍ତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିବା ମା ବଇରାସରାଣୀ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ ା ୬ ଓଭର ବିଶିଷ୍ଟ ଏହି ସରକଲ ମ୍ୟାଚର ଫାଇନାଲ ବଇରାସର ଓ ବେହେରାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ା ପ୍ରତି ଦଳରେ ୭ ଜଣ ଖେଳାଳି ଖେଳିବାର ନିୟମ ରଖାଯାଇଥିଲା ା ବଇରାସର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ା ନିର୍ଦ୍ଧାରିତ ୬ ଓଭରରେ ବଇରାସର ଦଳ ୩ ଉଇକେଟ ବିନିମୟରେ ୪୬ ରନ ସଂଗ୍ରହ କରିଥିଲା ା
ଏହାର ଜବାବରେ ବେହେରାପାଲି ଦଳ ୪ ଓଭର ୨ ବଲରେ ୨ ଉଇକେଟ ବିନିମୟରେ ୪୭ ରନ୍‌ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା ା ଏଥିରେ ମ୍ୟାନ ଅଫ୍‌ ଦି ମ୍ୟାଚ ଓ ବେଷ୍ଟ ବ୍ୟାଟ୍ସ ମ୍ୟାନ ବେହେରାପାଲି ଦଳର କ୍ୟାପଟେନ ଅରୁଣ ଦୋରା,ବେଷ୍ଟ ବୋଲର ବଇରାସର ଦଳର ଟିହିଲୁ ପୋଢ,ମ୍ୟାନ ଅଫ୍‌ ଦି ଟୁର୍ନାମେଣ୍ଟ ସୁଧୀର ଭୋଇଙ୍କୁ ଦିଆଯାଇଥିଲା ା ଏଥିରେ ମୁଖ୍ୟଅତିଥି ଭାବରେ ସୁଶିଳ କୁମାର ଅଗ୍ରୱାଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀପତି ବାଘ, ରାଧେଶ୍ୟାମ ସାହୁ, ରାଜେନ୍ଦ୍ର ବିଜୟ ସାହୁ, ଦାମୋଦର ନାଏକ, ରାଜକୁମାର ମାହାଣା ପ୍ରମୁଖ ମଞ୍ଚାସୀନ ଥିଲେ ା ଅତିଥିମାନଙ୍କ ଦ୍ୱାରା ଚମ୍ପିଆନ ବେହେରାପାଲି ଦଳକୁ ଟ୍ରଫି ସହ ୬୦୦୦ ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୪୦୦୦ଟଙ୍କା ପ୍ରଦାନ କରାଯାଇଥିଲା ା ପ୍ରବୀଣ ଦଳବେହେରା ଓ ସିଦ୍ଧାର୍ଥ ମାହାଣା ଖେଳ ପରିଚାଳନା କରିଥିବା ବେଳେ ସୁଶିଳ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ା ସୁଭମ ଅଗ୍ରୱାଲ, ପିୟୁଷ ଅଗ୍ରୱାଲ, ଆକାଶ ଷାଣ୍ଢ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri