ମା’ ବଇରାସରାଣୀ କ୍ରିକେଟ: ବେହେରାପାଲି ଚାମ୍ପିୟନ

ତରଭା,୧୭ା୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ନିକଟସ୍ଥ ବଇରାସର ପୂର୍ତ୍ତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିବା ମା ବଇରାସରାଣୀ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ ା ୬ ଓଭର ବିଶିଷ୍ଟ ଏହି ସରକଲ ମ୍ୟାଚର ଫାଇନାଲ ବଇରାସର ଓ ବେହେରାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ା ପ୍ରତି ଦଳରେ ୭ ଜଣ ଖେଳାଳି ଖେଳିବାର ନିୟମ ରଖାଯାଇଥିଲା ା ବଇରାସର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ା ନିର୍ଦ୍ଧାରିତ ୬ ଓଭରରେ ବଇରାସର ଦଳ ୩ ଉଇକେଟ ବିନିମୟରେ ୪୬ ରନ ସଂଗ୍ରହ କରିଥିଲା ା
ଏହାର ଜବାବରେ ବେହେରାପାଲି ଦଳ ୪ ଓଭର ୨ ବଲରେ ୨ ଉଇକେଟ ବିନିମୟରେ ୪୭ ରନ୍‌ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା ା ଏଥିରେ ମ୍ୟାନ ଅଫ୍‌ ଦି ମ୍ୟାଚ ଓ ବେଷ୍ଟ ବ୍ୟାଟ୍ସ ମ୍ୟାନ ବେହେରାପାଲି ଦଳର କ୍ୟାପଟେନ ଅରୁଣ ଦୋରା,ବେଷ୍ଟ ବୋଲର ବଇରାସର ଦଳର ଟିହିଲୁ ପୋଢ,ମ୍ୟାନ ଅଫ୍‌ ଦି ଟୁର୍ନାମେଣ୍ଟ ସୁଧୀର ଭୋଇଙ୍କୁ ଦିଆଯାଇଥିଲା ା ଏଥିରେ ମୁଖ୍ୟଅତିଥି ଭାବରେ ସୁଶିଳ କୁମାର ଅଗ୍ରୱାଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀପତି ବାଘ, ରାଧେଶ୍ୟାମ ସାହୁ, ରାଜେନ୍ଦ୍ର ବିଜୟ ସାହୁ, ଦାମୋଦର ନାଏକ, ରାଜକୁମାର ମାହାଣା ପ୍ରମୁଖ ମଞ୍ଚାସୀନ ଥିଲେ ା ଅତିଥିମାନଙ୍କ ଦ୍ୱାରା ଚମ୍ପିଆନ ବେହେରାପାଲି ଦଳକୁ ଟ୍ରଫି ସହ ୬୦୦୦ ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୪୦୦୦ଟଙ୍କା ପ୍ରଦାନ କରାଯାଇଥିଲା ା ପ୍ରବୀଣ ଦଳବେହେରା ଓ ସିଦ୍ଧାର୍ଥ ମାହାଣା ଖେଳ ପରିଚାଳନା କରିଥିବା ବେଳେ ସୁଶିଳ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ା ସୁଭମ ଅଗ୍ରୱାଲ, ପିୟୁଷ ଅଗ୍ରୱାଲ, ଆକାଶ ଷାଣ୍ଢ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର...

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ...

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।...

ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ଦଳ ପୁଣିଥରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri