ଖଇରମାଳ ଫୁଟବଲ୍‌: ତୁରୁମ ସେମିରେ

ବିନିକା,୧୭ା୧୨(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗ୍ରାପ ଖଇରମାଳ ଗ୍ରାମ ହରିଶଙ୍କର ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ୍‌ କପ୍‌ର ଦ୍ୱିତୀୟ ଦିବସ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି ା ବୁଧବାର ଦ୍ୱିତୀୟ ଦିବସ ମ୍ୟାଚ୍‌ରେ ସିଲାଟି ଓ ସାରସମାଳ ପରସ୍ପରକୁ ଭେଟିଥିଲେ। ସାରସମାଳ ଦଳ ସିଲାଟି ଦଳକୁ ୩-୦ ଗୋଲରେ ପରାଜିତ କରି ଅଗ୍ରଗତି କରିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଫୁଟବଳ ଖେଳ ବାଞ୍ଜିପାଳି ବନାମ ତୁରୁମ ମଧ୍ୟରେ ହୋଇଥିଲା ା ମାତ୍ର ଖେଳରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ କରି ନ ପାରିବାରୁ ଉଭୟ ଦଳ ମଧ୍ୟରେ ପେନାଲଟି ଶୁଟ୍‌ଆଉଟ୍‌ ହୋଇଥିଲା ା ପେନାଲଟି ଶୁଟ୍‌ଆଉଟ୍‌ରେ ତୁରୁମ ଦଳ ବାଞ୍ଜିପାଳି ଦଳକୁ ୪-୩ ଗୋଲରେ ପରାସ୍ତ କରି ଅଗ୍ରଗତି କରିଥିଲା। ପରେ ସାରସମାଳ ଏବଂ ତୁରୁମ୍‌ ଦଳ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ଏଥିରେ ତୁରୁମ୍‌ ଦଳ ସାରସମାଳ ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବରେ ସେମିଫାଇନାଳକୁ ଉଠିଥିଲା ା ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଥିବାରୁ ତୁରୁମ୍‌ ଦଳର ଟେମ୍ପୁ ପ୍ରଧାନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ା ସମାଜସେବୀ ସୁଶାନ୍ତ ମହାକୁର ଓ ରାମଜୀ ପଧାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ ହୋଇଥିଲା ା

 


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri