ସୁବର୍ଣ୍ଣପୁର

ଏପଟେ ଡ଼ହଡ଼ହ ଖରା, ସେପଟେ ୧୪ ଦିନ ହେଲା ବନ୍ଦ ପଡିଛି ଜଳ ପ୍ରକଳ୍ପ

ଅମରପାଲି,୧ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗତ ୧୪ଦିନ ହେଲା ଅଚଳ ହୋଇ ପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନାହିଁ। ତେଣୁ ଏବେ ଗ୍ରାମରେ...

ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ

ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୁବର୍ଣ୍ଣପୁର ଜିଲା ସୋନପୁର ପୌର ପରିଷଦର ୯ ନଂ....

ଝସକେତନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସୋନପୁର,୨୫।୩(ନି. ପ୍ର): ସୁବର୍ଣ୍ଣପୁର ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ଝସକେତନ ବଘାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି. ତାଙ୍କୁ ଜିଲାପାଳ ଆବୋଲି ସୁନିଲ ନରୱାଣେ ଉପାଧ୍ୟକ୍ଷ ଭାବେ ଶୁକ୍ରବାର ଶପଥ ପାଠ କରାଇଛନ୍ତି. ସେ ଏକମାତ୍ର ପ୍ରାର୍ଥୀ...

ବାଜିଖୋଲ ଜଙ୍ଗଲରେ ଦାନ୍ତହାତୀର ମୃତ୍ୟୁ

ସୋନପୁର,୨୩।୩(ନି.ପ୍ର.): ସୁବର୍ଣ୍ଣପୁର ବନାଞ୍ଚଳ ଅନ୍ତର୍ଗତ ନାରାୟଣପୁର ବାଜିଖୋଲ ଜଙ୍ଗଲରେ ମଙ୍ଗଳବାର ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ହାତୀଟି ୫ ରୁ ୬ ବର୍ଷ ବୟସର ବୋଲି ଜଣାପଡିଛି। ବନ ବିଭାଗର...

ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସୋନପୁର,୧୩ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ସୁପରା ଠେଲା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ଠେଲା ଜିଲାର ୩ ନମ୍ବର ଜୋନ୍‌ରୁ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ମୋଟ୍‌ ୧୩ ଜିଲାପରିଷଦ ଜୋନ୍‌ରୁ...

ବୀରମହାରାଜପୁରରେ ପ୍ରଥମ ମହିଳା ବ୍ଲକ ଅଧ୍ୟକ୍ଷା

ଅମରପାଲି,୧୨।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଲୁହା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ବ୍ଲକ ମହିଳା ଅଧ୍ୟକ୍ଷା ଭାବେ ସେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ବ୍ଲକ...

ଜିଲାର ୬ ବ୍ଲକରେ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ

ସୋନପୁର,୧୨।୩ (ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ନିକଟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ଶନିବାର ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟାନୁଯାୟୀ ନବ ନିର୍ବାଚିତ ସମିତି ସଭ୍ୟା ଓ ସଭ୍ୟ...

ଆସିଲେନି ଓ୍ବାର୍ଡ ସଭ୍ୟ, ହୋଇପାରିଲାନି ନିର୍ବାଚନ

ଅମରପାଲି,୧୨ା୩(ଡି.ଏନ.ଏ.): ରାଜ୍ୟରେ ସମସ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ବୀରମହାରାଜପୁର ବ୍ଲକର ୧୫ ଗୋଟି ପଞ୍ଚାୟତରୁ କେବଳ ଖଣ୍ଡହତା ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହୋଇନାହିଁ...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଗଛରେ ପିଟି ହୋଇଯାଇଥିଲା। ଫଳରେ ୨ ଜଣଙ୍କ ଜୀବନ...

ଆଜିଠୁ ଯାଞ୍ଚ କଡାକଡ଼ି

ସୋନପୁର,୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସଡକ ଦୁର୍ଘଟଣା ହ୍ରାସ ପାଇଁ ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା...

ଚା ଦୋକାନୀରୁ ହେଲେ ସରପଞ୍ଚ

ଡୁଙ୍ଗୁରିପାଲି,୫ା୩(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକର ପଣ୍ଡକିଟାଲ, ନାଇକେନପାଲି ପଞ୍ଚାୟତରେ ଜଣେ ଚା ଦୋକାନୀ ବିଜୟୀ ହୋଇ ସରପଞ୍ଚ ହୋଇଛନ୍ତି। ସେ ହେଲେ ପଣ୍ଡକିଟାଲ ଗ୍ରାମର ଗୋବିନ୍ଦ ସେଠ। ଲୋକସମ୍ପର୍କ ଯୋଗୁ ସେ ଆଜି ସରପଞ୍ଚ...

୧୦୦ ଖଣ୍ଡ ଭୋଟରେ ବାଜି ମାରିନେଲା ଭାଜପା

ସୋନପୁର,୨୭।୨(ନି. ପ୍ର .): ସୁବର୍ଣ୍ଣପୁର ଜିଲା ବିନିକା ଜୋନ-୧ରେ ଭାଜପା ଜିଲା ପରିଷଦ ପ୍ରାର୍ଥୀ ପ୍ରମିଳା କଲତା ବିଜୟୀ ହୋଇଛନ୍ତି। ସେ ବିଜେଡିର ଅରୁଣା ହରିପାଲଙ୍କଠାରୁ ୧୦୦ ଖଣ୍ଡ ଭୋଟ ବ୍ୟବଧାନରେ ବାଜି ମାରିଛନ୍ତି।

Advertisement
Archives

Model This Week

Why Dharitri