୧୭ ହଜାର ଲାଞ୍ଚ ନେଇ ଏସଏଆର୍‌ସିଏସ୍‌ ଗିରଫ

ସୋନପୁର,୧୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଏସ୍‌ଏଆର୍‌ସିଏସ୍‌ (ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ) ସୋନପୁର ମଣ୍ଡଳ ଆଶିଷ କୁମାର ରାଉତ ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ରାଉତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛିଥ।

ଏସ୍‌ଏଆର୍‌ସିଏସ୍‌ ରାଉତ ସୋନପୁର ବ୍ଲକର ପ୍ୟାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ଗୁଡିକରେ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଥିଲେ । ସେ ଲଛିପୁର ପ୍ୟାକ୍ସରେ ଖରିଫ ଧାନ କିଣା ସକାଶେ ଅସ୍ଥାୟୀ ଚାଷୀ ଆଶ୍ରୟ ସ୍ଥଳ, ଚାଷୀଙ୍କ ପାଇଁ ପରିଶ୍ରାଗାର ନିର୍ମାଣ, ପାନୀୟ ଜଳ, ମାକ୍ସ ଓ ସାନିଟାଇଜର କ୍ରୟ ବାବଦ ବିଲ୍‌ କରିବା ପାଇଁ ସମ୍ପାଦକ ମଞ୍ଜୟ ଧରୁଆଙ୍କୁ ୧୭ହଜାର ଟଙ୍କା ଲାଞ୍ଚ ମାଗଥିଲେ । ମଞ୍ଜୟ ଏ ସମ୍ପର୍କରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ନିକଟରେ ସୋମବାର ଅଭିଯୋଗ କରିଥିଲେ । ମଙ୍ଗଳବାର ଅପରାହ୍ନରେ ରାଉତ ଉପନିବନ୍ଧକ, ସମବାୟ ସମିତି ସମୂହ, ସୋନପୁର ମଣ୍ଡଳ, ସୋନପୁରଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେଇ କମ୍ପ୍ୟୁଟର ଟେବୁଲ ଡ୍ରୟାରରେ ରଖିଥିଲେ । ତେବେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ କର୍ମଚାରୀମାନେ ରାସାୟନିକ ପ୍ରଲେପ ଥିବା ୩୪ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ ଜବତ କରିଛନ୍ତି । ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା(ନଂ ୩୫/୨୦) ରୁଜୁ ହୋଇଛି ।
ସୋନପୁର ଏଆରସିଏସ୍‌ଙ୍କ ଅଫିସ ଓ ରାଉତଙ୍କ ସୋନପୁର ସହର ଘୋଡାଘାଟପଡାସ୍ଥିତ ଭଡା ଘରେ ତନଖି ଜାରି ରହିଛି । ଏସଏଆରସିଏସଙ୍କ ନାମରେ ପୂର୍ବରୁ ଅନିୟମିତତା ଅଭିଯୋଗ ରହିଥିଲା । ସେ ନୟାଗଡରେ କାର୍ଯ୍ୟରତ ଥିବା ସମୟରେ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ ହୋଇଥିଲେ । ସୁବର୍ଣ୍ଣପୁରର ଭାରପ୍ରାପ୍ତ ଡିଏସ୍‌ପି କାଦମ୍ବିନୀ ସାମଲ, ବରଗଡ ଡିଏସ୍‌ପି ପରମେଶ୍ୱର କିଷାନ, ଇନ୍ସ୍‌ପେକ୍ଟର ତୁଷାର ମହାପାତ୍ର ଓ ସଦାନନ୍ଦ ପାଣି ଏହି ଚଢାଉରେ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri