ଭଙ୍ଗା ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସାଳୟ

ଅମରପାଲି,୨୭।୧୧(ଡି.ଏନ.ଏ): ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଚିକିତ୍ସାଳୟ ସ୍ଥାପନ, ମାଗଣା ଔଷଧ ବଣ୍ଟନ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ। ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟ ନେଇ ୨୩ ମେ, ୨୦୦୪ରେ ସ୍ଥାପନ କରାଯାଇଥିଲା ଏକ ଆୟୁର୍ବେଦ ଚିକିତ୍ସାଳୟ। ଚିକିତ୍ସାଳୟ ଉପରେ ବହଳପଦର, ଦୁର୍ଜନତୈଳା, ରେଢ଼ାଖୋଲ ବ୍ଲକର ରେଙ୍ଗାଲି, ବଡମାଳ, ଭାଲିଆକଟା, ଗରଗଡବାହାଲ ଆଦି ପଞ୍ଚାୟତର ପ୍ରାୟ ୮୦ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ଆରମ୍ଭରୁ ସ୍ଥାନୀୟ ହାଇସ୍କୁଲ ପରିସରରେ ଏକ ଅସ୍ଥାୟୀ ଗୃହରେ ଚାଲିଛି । ବିଭିନ୍ନ ସମୟରେ ପ୍ରାୟ ୭ରୁ ଅଧିକ ଡାକ୍ତର ବଦଳି ହେଲେଣି । ଅଞ୍ଚଳର ଲୋକଙ୍କ ବାରମ୍ବାର ଦାବି ପରେ ଗତ ୮ ବର୍ଷ ତଳେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କୋଠା ଘର ନିର୍ମାଣ କାମ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ତାହା ବ୍ୟବହାର ହେଉନାହିଁ। କୋଠାରେ ବିଦ୍ୟୁତ୍‌କରଣ ହୋଇଥିବା ବେଳେ ଲାଗିଥିବା ବଲବ, ପଙ୍ଖା ସବୁ ଅଚଳ ହୋଇଗଲାଣି। ପାନୀୟ ଜଳ ଯୋଗାଣ ପାଇଁ ଏ ଯାଏ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏପରି କି ୩-୪ ବର୍ଷ ହେଲା ଏଠାକୁ କେବେ ଡାକ୍ତର ଆସୁଛନ୍ତି ଲୋକେ ମଧ୍ୟ ଜାଣି ପାରୁନାହାନ୍ତି। ଅଞ୍ଚଳରେ ଲୋକେ ଚିକିତ୍ସା ସେବା ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କ୍ବାକ୍‌ମାନଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ଉକ୍ତ ଅଞ୍ଚଳରେ ଏବେ ପ୍ରାୟ ୨ଶହରୁ ଅଧିକ ଲୋକ କିଡ୍‌ନୀ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା, କଟକ, ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଯାଉଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କିଡ୍‌ନୀ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁବରଣ କରି ସାରିଲେଣି। ତଥାପି ସ୍ବାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ତତ୍ପର ହେଉନାହାନ୍ତି।

ନିକଟରେ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁଙ୍କ ନେତୃତ୍ୱରେ ଅମରପାଲି ଗ୍ରାମବାସୀ ବଲାଙ୍ଗୀର ଆୟୁର୍ବେଦ ଚିକିତ୍ସା ଅଧିକାରୀ ସନତ ଶତପଥୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭଙ୍ଗା ଘରେ ଅସ୍ଥାୟୀ ଭାବେ ଚାଲିଥିବା ଚିକିତ୍ସାଳୟକୁ ନୂତନ କୋଠା ଘରକୁ ସ୍ଥାନାନ୍ତର କରି ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏନେଇ ଏଡିଏମଓ ଶତପଥୀଙ୍କୁ ପଚାରିବାରୁ ଖୁବଶୀଘ୍ର ଉକ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଂସଦଙ୍କ ପ୍ରତିନିଧି ହେଲେ ବଣ୍ଟି ଜୈନ, ସମର୍ଥକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା, ୧୪।୧୧: କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସ୍ବୀକୃତିକ୍ରମେ କେସିଙ୍ଗା ଟାଉନ୍‌ର ବଣ୍ଟି ଜୈନଙ୍କୁ ସାଂସଦଙ୍କ କେସିଙ୍ଗା ଟାଉନ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତି…

୮ ବର୍ଷୀୟା ଝିଅକୁ ଗଣବଳାତ୍କାର: ଘରୁ ଡାକିନେଲେ ୨ ନାବାଳକ, ଆଉ ତା’ପରେ…

ପଟ୍ଟାମୁଣ୍ଡାଇ, ୧୪ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ୮ ବର୍ଷୀୟା ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ୨ଜଣ ବି…

ବିଶ୍ୱବ୍ୟାପୀ କମ୍ପାନୀ, ସରକାରୀ ସଂସ୍ଥା ପ୍ରଭାବିତ

ହଂକଂ,୧୪ା୧୧: ଆଉଟ୍‌ଲୁକ୍‌ ଓ ଟିମ୍ସ ସମେତ ମାଇକ୍ରୋସଫ୍ଟର କାର୍ଯ୍ୟସ୍ଥଳ ସେବାରେ ବ୍ୟାଘାତ ଯୋଗୁ ଭାରତରେ ୟୁଜରମାନଙ୍କ ସମେତ ବିଶ୍ୱବ୍ୟାପୀ ବହୁ କମ୍ପାନୀ ଓ ସରକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ…

ପାକିସ୍ତାନ-ଶ୍ରୀଲଙ୍କା ଟେଷ୍ଟ ଡ୍ର ପରେ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ଭାରତ କେତେ ସ୍ଥାନରେ, ଦେଖନ୍ତୁ ତାଲିକା…

ନୂଆଦିଲ୍ଲୀ,୧୪।୧୧: ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଡ୍ର ରହିଛି। ରାୱଲପିଣ୍ଡିରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଉଭୟ…

BCCI ଅଣ୍ଡର-୧୯ ଦଳରେ ମିଳିଥିଲା ସ୍ଥାନ, ଅଧାରେ ରହିଗଲା କ୍ରିକେଟର ହେବାର ସ୍ବପ୍ନ; ଆତ୍ମହତ୍ୟା କଲେ ଯୁବ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ତେଲଙ୍ଗାନାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଜଣେ ୧୭ ବର୍ଷୀୟା ମହିଳା କ୍ରିକେଟର ଆତ୍ମହତ୍ୟା କରିଛନ୍ତି। ମୃତ ଖେଳାଳିଙ୍କ ପରିଚୟ ନନ୍ଦିନୀ ବୋଲି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ଶିକ୍ଷକ, ଅଣଶିକ୍ଷକଙ୍କ ୧୫ ଦାବି

ଭୁବନେଶ୍ୱର,୧୪।୧୧(ସୁନିତ୍‌ ମିଶ୍ର):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ…

ଆଜି ଫାଇନାଲରେ ଭାରତ-ପାକିସ୍ତାନ ମହାଲଢ଼େଇ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୧୪ ତାରିଖରେ ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମହାମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗ୍ରୁପ ପର୍ଯ୍ୟାୟରେ…

ହୃଦୟ ଜିତିଲେ ସଞ୍ଜୁ ସାମସନ, ଅସହାୟ ପରିବାର ପାଇଁ ଦେବଦୂତ ସାଜି କଲେ ଏମିତି କାମ, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୧୪।୧୧: ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଚାରିଟେବଲ ଫାଉଣ୍ଡେସନର ସହାୟତାରେ ଶେଷରେ କେରଳର ଏକ ପରିବାରକୁ ୧୦ ବର୍ଷ ପରେ ନିଜ ଘରର ଚାବି ମିଳିଛି। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?