ରାମପୁର ପ୍ୟାକ୍ସରେ ଧାନ ବିକ୍ରୟରେ ଟୋକନ ଅବ୍ୟବସ୍ଥା: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି,୧୯।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ବିକ୍ରୟ ସମୟରେ ଟୋକନ ଅବ୍ୟବସ୍ଥା ନେଇ ଶୁକ୍ରବାର ରାମପୁର ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ରାମପୁର ପ୍ୟାକ୍ସର ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ା ଚଳିତ ମାସ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ ବିକ୍ରୟ ପାଇଁ ଟୋକନର ସୁବ୍ୟବସ୍ଥା କରା ନ ଗଲେ ଚାଷୀମାନେ ଧାନ ବିକ୍ରି କରିବାରୁ ବଞ୍ଚତ୍ତ ହେବେ ବୋଲି ପ୍ୟାକ୍ସର ଚାଷୀମାନେ ଅଭିଯୋଗ କରିଛନ୍ତି ା ଦାବିପତ୍ର ପ୍ରଦାନ ସମୟରେ କୃପାସିନ୍ଧୁ ପୂଜାରୀ, ଶିବରାଜ ବେହେରା, ପ୍ରସନ୍ନ କୁମାର ନାୟକ, ଗୌତମ ଆଚାର୍ଯ୍ୟ, ବୃନ୍ଦାବନ ଝାଙ୍କର, ଲିଙ୍ଗ ମେହେର, ଯୁବରାଜ ସେଠ, ମୁନାପାଲ ସାହୁ, କରୁଣାକର ଭୋଇ, ହୃଷୀକେଶ ବେହେରା, ଘାସିରାମ ପୁଟେଲ, ସୁନୀଲ କୁମାର ଦାଶ, ପ୍ରଶାନ୍ତ ମେହେର, ପ୍ରଫୁଲ୍ଲ ପ୍ରଧାନ, ଅଲେଖ ପଧାନ, ଭାଗିରଥି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ସହକାରୀ ନିବନ୍ଧକ ସମବାୟ ସମିତି ସୁବର୍ଣ୍ଣପୁର ଅଧିକାରୀ ଗିରିଶଚନ୍ଦ୍ର ପୁରୋହିତଙ୍କୁ ପଚାରିବାରେ ପୂର୍ବତନ କାର୍ଯ୍ୟାଳୟରେ ସ୍ଥାନ ଅଭାବରୁ ଚାଷୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇପାରୁ ନାହିଁ । ନୂତନ ଭାବରେ ନିର୍ମିତ ହୋଇଥିବା କାର୍ଯ୍ୟାଳୟରେ ଓଜନ ମାପ ଯନ୍ତ୍ର, ୧୦,୦୦୦ କୁଇଣ୍ଟାଲ ଧାନ ରଖିବା ପାଇଁ ବ୍ୟବସ୍ଥା ଥିବା ବେଳେ ଚାଷୀମାନଙ୍କ ରହିବା ପାଇଁ ବିଶ୍ରାମ ଗୃହ ମଧ୍ୟ ରହିଛି ା କୋଭିଡ ନିୟମକୁ ମାନି ନୂତନ କୋଠାରେ ଧାନ ବିକ୍ରୟ କରିବାର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଟୋକନ ମିଳି ନ ଥିବାରୁ ବହୁ ଚାଷୀଙ୍କ ଧାନ ପ୍ୟାକ୍ସ ଓ ଖଳାରେ ପଡିରହିଛି ା ଏଥିନେଇ ଚାଷୀ ଅସନ୍ତୋଷ ଲାଗି ରହିଛି ା ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥା ପରିଚାଳିତ ହେଉଥିବା ଆଳ ଦେଖାଇ ଜିଲାସ୍ତରୀୟ ଯୋଗାଣ ଅଧିକାରୀ ଓ ପ୍ରଶାସନିକ କର୍ମକର୍ତ୍ତା ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?