ରାମପୁର ପ୍ୟାକ୍ସରେ ଧାନ ବିକ୍ରୟରେ ଟୋକନ ଅବ୍ୟବସ୍ଥା: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି,୧୯।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ବିକ୍ରୟ ସମୟରେ ଟୋକନ ଅବ୍ୟବସ୍ଥା ନେଇ ଶୁକ୍ରବାର ରାମପୁର ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ରାମପୁର ପ୍ୟାକ୍ସର ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ା ଚଳିତ ମାସ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ ବିକ୍ରୟ ପାଇଁ ଟୋକନର ସୁବ୍ୟବସ୍ଥା କରା ନ ଗଲେ ଚାଷୀମାନେ ଧାନ ବିକ୍ରି କରିବାରୁ ବଞ୍ଚତ୍ତ ହେବେ ବୋଲି ପ୍ୟାକ୍ସର ଚାଷୀମାନେ ଅଭିଯୋଗ କରିଛନ୍ତି ା ଦାବିପତ୍ର ପ୍ରଦାନ ସମୟରେ କୃପାସିନ୍ଧୁ ପୂଜାରୀ, ଶିବରାଜ ବେହେରା, ପ୍ରସନ୍ନ କୁମାର ନାୟକ, ଗୌତମ ଆଚାର୍ଯ୍ୟ, ବୃନ୍ଦାବନ ଝାଙ୍କର, ଲିଙ୍ଗ ମେହେର, ଯୁବରାଜ ସେଠ, ମୁନାପାଲ ସାହୁ, କରୁଣାକର ଭୋଇ, ହୃଷୀକେଶ ବେହେରା, ଘାସିରାମ ପୁଟେଲ, ସୁନୀଲ କୁମାର ଦାଶ, ପ୍ରଶାନ୍ତ ମେହେର, ପ୍ରଫୁଲ୍ଲ ପ୍ରଧାନ, ଅଲେଖ ପଧାନ, ଭାଗିରଥି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ସହକାରୀ ନିବନ୍ଧକ ସମବାୟ ସମିତି ସୁବର୍ଣ୍ଣପୁର ଅଧିକାରୀ ଗିରିଶଚନ୍ଦ୍ର ପୁରୋହିତଙ୍କୁ ପଚାରିବାରେ ପୂର୍ବତନ କାର୍ଯ୍ୟାଳୟରେ ସ୍ଥାନ ଅଭାବରୁ ଚାଷୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇପାରୁ ନାହିଁ । ନୂତନ ଭାବରେ ନିର୍ମିତ ହୋଇଥିବା କାର୍ଯ୍ୟାଳୟରେ ଓଜନ ମାପ ଯନ୍ତ୍ର, ୧୦,୦୦୦ କୁଇଣ୍ଟାଲ ଧାନ ରଖିବା ପାଇଁ ବ୍ୟବସ୍ଥା ଥିବା ବେଳେ ଚାଷୀମାନଙ୍କ ରହିବା ପାଇଁ ବିଶ୍ରାମ ଗୃହ ମଧ୍ୟ ରହିଛି ା କୋଭିଡ ନିୟମକୁ ମାନି ନୂତନ କୋଠାରେ ଧାନ ବିକ୍ରୟ କରିବାର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଟୋକନ ମିଳି ନ ଥିବାରୁ ବହୁ ଚାଷୀଙ୍କ ଧାନ ପ୍ୟାକ୍ସ ଓ ଖଳାରେ ପଡିରହିଛି ା ଏଥିନେଇ ଚାଷୀ ଅସନ୍ତୋଷ ଲାଗି ରହିଛି ା ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥା ପରିଚାଳିତ ହେଉଥିବା ଆଳ ଦେଖାଇ ଜିଲାସ୍ତରୀୟ ଯୋଗାଣ ଅଧିକାରୀ ଓ ପ୍ରଶାସନିକ କର୍ମକର୍ତ୍ତା ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri