ରାୟଗଡା

ଲାଗିଲାଣି ମାଓବାଦୀ ପୋଷ୍ଟର

ମୁନିଗୁଡ଼ା/ରାୟଗଡ଼ା ଅଫିସ,୨୬।୧୦(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅଧୀନ କୁମୁଡ଼ାବାଲି ଶିବମନ୍ଦିର ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ମଙ୍ଗଳବାର ୫ଟି ମାଓବାଦୀ ପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି।…

ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ

ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା ବନ୍ଦ ପାଳନ କରାଯାଇଛିl ବସ୍ତି ବାସିନ୍ଦା ନ୍‌ଦୀର୍ଘ ଦିନରୁ ସହରରେ ଥିବା ବିଭିନ୍ନ ବସ୍ତିରେ…

ଭୁଲ୍‌ ଔଷଧ ନେଲା ଶିଶୁର ଜୀବନ

ଟିକିରି,୨୩ା୧୦(ଡି.ଏନ୍‌.ଏ.): ଭୁଲ୍‌ ଔଷଧ ଦେବାରୁ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଏନ୍‌ଏମ୍‌ କର୍ମୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଧାଙ୍ଗଡ଼ିସିଲ ଗ୍ରାମର ମହାନନ୍ଦ ନାୟକ ଏଭଳି…

ଶଗଡ଼ରେ ପହଞ୍ଚିଲେ ଡାକ୍ତରୀ ଦଳ

ରାୟଗଡ଼ା ଅଫିସ,୨୨ା୧୦-ରାୟଗଡ଼ା ଜିଲାକୁ କରୋନାମୁକ୍ତ କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି। ଆର୍‌ଆର୍‌ଟି ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରୁଛନ୍ତି। ତେବେ ରାୟଗଡ଼ା ବ୍ଲକ କେରେଡ଼ା ପଞ୍ଚାୟତର ଅଣିଜା ଗ୍ରାମକୁ ରାସ୍ତା ନ ଥିବାବେଳେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ…

ସ୍ତ୍ରୀହନ୍ତାଙ୍କୁ ରାତିସାରା ଜଗିଲେ ଗାଁ ଲୋକେ

ଅମ୍ବାଦୋଳା,୨୨ା୧୦(ଡି.ଏନ୍‌.ଏ.): ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ରାୟଗଡ଼ା ଜିଲା ଅମ୍ବାଦୋଳା ଥାନା ଅଧୀନ ଶୁକ୍ଳାଭଟ୍ଟା ଗ୍ରାମରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ସୁରେନ୍ଦ୍ର ବଚା(୩୨)ଙ୍କ ସ୍ତ୍ରୀ ଝରଣା(୩୦)। ସୂଚନା ଅନୁଯାୟୀ, ରାତିରେ…

ଏବେ ବି ବାପା ନିଖୋଜ

ରାୟଗଡ଼ା ଅଫିସ, ୧୮।୧୦: ରାୟଗଡ଼ାସ୍ଥିତ ନାଗାବଳୀ ନଦୀ ଝୁଲାପୋଲ ନିକଟରୁ ରବିବାର ଭାସିଯାଇଥିବା ବାପ ପୁଅଙ୍କ ମଧ୍ୟରୁ ସୋମବାର ପୁଅଙ୍କ ମୃତଦେହ ମିଳିଛି। ରାୟଗଡ଼ାରୁ ୩ କିଲୋମିଟର ଦୂର ବେହେରାଗୁଡ଼ାରୁ ଅଗ୍ନିଶମ ବାହିନୀ କେ. ଜିତେନ୍ଦ୍ରଙ୍କ ମୃତଦେହ ଜବତ କରିଛି। ତେବେ…

ପାଇଖାନା ଟାଙ୍କିରେ ଗଲା ୩ ଶ୍ରମିକଙ୍କ ଜୀବନ

ରାୟଗଡା ଅଫିସ/ଟିକିରି(ଡି.ଏନ୍‌.ଏ.), ୧୮।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ପଞ୍ଚାଳି ଗ୍ରାମରେ ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକ ହେଲେ ପଣସପଦର ଗାଁର…

ବାପାଙ୍କୁ ବଞ୍ଚାଇବାକୁ ଯାଇ ଭାସିଗଲେ ପୁଅ

ରାୟଗଡ଼ା ଅଫିସ, ୧୭।୧୦: ପରିବାର ଓ ସମ୍ପର୍କୀୟଙ୍କ ସହ ଗଜପତି ଜିଲା ପାରଳାଖେମୁଣ୍ଡିରୁ ରାୟଗଡ଼ା ବୁଲିବାକୁ ଆସିଥିଲେ। ସେଠାରେ ମା’ ମଝି ଘରିଆଣୀଙ୍କ ଦର୍ଶନ କରି ଝୁଲାପୋଲ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ବୁଲିବେ ବୋଲି ସମସ୍ତେ ବେଶ୍‌ ଉତ୍ସାହିତ ଥିଲେ।…

ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ରାୟଗଡ଼ା ଅଫିସ/ରାମନାଗୁଡ଼ା,୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଚାକୁଣ୍ଡା ଛକ ନିକଟସ୍ଥ ବୁଲାଣି ପାଖରେ ଏକ ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ ହେଲ୍‌ପର ଶିବ ଗୌଡ଼ ଏଥିରେ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ଜେକେ କାଗଜକଳରୁ ବାହାରି…

ଚାଲିଛି ମା’ ମଝିଘରିଆଣୀଙ୍କ ଦଶମୀପୂଜା

ରାୟଗଡ଼ା ଅଫିସ, ୧୫।୧୦: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦଶମୀପୂଜା ଚାଲିଛି। ତହସିଲ ଅଫିସ ପ୍ରାଙ୍ଗଣରେ ୯ ଦିନ ଧରି ଦୁର୍ଗା ଏବଂ ମଝି ଘରିଆଣୀଙ୍କର ଖଣ୍ଡାପୂଜା କରାଯାଉଥିଲା। ଉକ୍ତ ଖଣ୍ଡାକୁ ଦଶହରା ପୂଜା ପରେ ମଝିଘରିଆଣୀଙ୍କ ମନ୍ଦିରକୁ ନିଆଯିବ।…

ଲେମ୍ବୁରେ ସଜେଇ ହୋଇଛନ୍ତି ମା’ ମଝିଘରିଆଣୀ, ମଧ୍ୟରାତ୍ରିରେ ସରିଛି ମହାନବମୀ ପୂଜା

ରାୟଗଡ଼ା ଅଫିସ, ୧୪।୧୦: ଆରାଧ୍ୟା ଠାକୁରାଣୀ ମା’ ମଝିଘରିଆଣୀଙ୍କ ମହାନବମୀ ପୂଜା ବୁଧବାର ବିଳମ୍ବିତ ରାତ୍ରିରେ ଶେଷ ହୋଇଛି। ତହସିଲ ପ୍ରାଙ୍ଗଣରେ କରାଯାଇଥିବା ଅସ୍ଥାୟୀ ମଣ୍ଡପରେ ବିଧିବଦ୍ଧ ଭାବେ ଚଣ୍ଡୀପାଠ ସହ ସନ୍ଧିପୂଜା କରାଯାଇଛି। ଗୁରୁବାର ସକାଳୁ ମା’ଙ୍କୁ ଲେମ୍ବୁମାଳରେ ସଜ୍ଜିତ…

ମୋରମ ଖୋଳିବା ବେଳେ ଦୁର୍ଘଟଣା, ଅତଡ଼ା ଧସି ମହିଳା ମୃତ

ରାୟଗଡ଼ା ଅଫିସ, ୧୪।୧୦: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଦୁଲୁଣିଗୁଡ଼ାରେ ମୋରମ ଖୋଳିବାବେଳେ ଦୁର୍ଘଟଣା ଘଟିଛି। ଅତଡ଼ା ଧସି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଖବର ଲେଖା ଯିବା ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri