ଜିଲାପାଳଙ୍କ ଗାଡ଼ି ଅଟକାଇ ବିରୋଧ କଲେ ଗ୍ରାମବାସୀ

ଗୁଣପୁର,୧୯ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବଂଶଧାରା ନଦୀ ବାଲିଶଯ୍ୟାରୁ ବାଲି ଉଠାଣକୁ କେନ୍ଦ୍ରକରି ଜିଲାପାଳ ସ୍ବଧାଦେବ ସିଂ ସୋମବାର କତୁରୁ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ଜିଲାପାଳ ଗୁଣପୁର ଆସିଥିବାବେଳେ ଗ୍ରାମବାସୀଙ୍କ ବଲି ଉଠାଣ ବନ୍ଦ ଦାବି ଉପରେ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଫଳରେ ସେମାନେ ଜିଲାପାଳଙ୍କ ଗାଡ଼ି ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା, ଜିଲାପାଳ ଫେରିବା ସମୟରେ ଗାଡ଼ି ଛାଡ଼ି କିଛିଦୂର ଚାଲିଚାଲି ଯିବାକୁ ବାଧ୍ୟ ହୋଇଥିଲେ। ତଥାପି ଗ୍ରାମବାସୀ ଜିଲାପାଳଙ୍କ ପିଛା କରି ତାଙ୍କୁ ଯିବାକୁ ଦେଇ ନ ଥିଲେ। ଏସ୍‌ପି ବିବେକାନନ୍ଦ ଶର୍ମା ଏବଂ ସୁରକ୍ଷା କର୍ମୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲାପାଳଙ୍କୁ ନେଇଥିଲେ। ପରେ ଜିଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ହେଲା, ବାଲି ଖନନ ଦ୍ୱାରା ଗଁା ବୁଡ଼ିଯିବ। ସେହିପରି ନିୟମିତ ଗାଁ ଦେଇ ଗାଡ଼ିରେ ବାଲି ଚାଲାଣ ହେଉଥିବାରୁ ପିଲାମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ତେଣୁ ଗୁଣପୁର ବଂଶଧାରା ନଦୀ କତୁରୁ ବାଲିଶଯ୍ୟା-୧ ରୁ ବାଲି ଖନନ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଥିଲେ। ରବିବାର ଗ୍ରାମର ମହିଳା ଓ ପୁରୁଷଙ୍କ ସମେତ ସ୍କୁଲ ଛାତ୍ରୀଛାତ୍ର ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସି ବାଲି ଉଠାଣ ବନ୍ଦ କରିବାକୁ ଦାବି ଜଣାଇଥିଲେ। ତେବେ ବାଲି ଉଠାଣ ନେଇ ସମସ୍ତ ପ୍ରକିୟା ସରିଥିବା ଜିଲାପାଳ କହିଥିଲେ। ଏଥିରୁ ରାଜସ୍ବ ମିଳୁଥିବାରୁ ବାଲି ଉଠାଣ ବନ୍ଦ କରାଯାଇପାରିବ ନାହିଁ ବୋଲି ସେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗ୍ରାମବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଜିଲାପାଳଙ୍କୁ ଅପେକ୍ଷା କରିଥିଲେ। କାର୍ଯ୍ୟକ୍ରମରୁ ଫେରିବା ପରେ ଜିଲାପାଳଙ୍କ ଗାଡ଼ି ସମ୍ମୁଖରେ ବିରୋଧ କରିଥିଲେ। ଏହି ସମୟରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଜିଲାପାଳ କତୁରୁ ଗ୍ରାମର ୫ ଜଣ ଲେଖାଏ ମହିଳା ଏବଂ ପୁରୁଷଙ୍କୁ ଡକାଇ ଆଲୋଚନା କରିଥିଲେ। ଗାଁକୁ ଯାଇ ସମସ୍ୟା ଦେଖିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ସମସ୍ୟା ଶୁଣିବା ପରେ ଲିଜ୍‌ ଅଞ୍ଚଳ ଏବଂ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରାଯିବ ଏବଂ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କେଶ୍ୱରୀ ଘାଟିରେ ଅଟୋ ଓଲଟି ଚାଳକ ମୃତ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟିରେ ରବିବାର ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ଗ୍ରାମ...

ଦିଲ୍ଲୀରୁ ଫେରି ଶୁଦ୍ଧି ହେଲେ ଭୁଞ୍ଜିଆ ଦମ୍ପତି

ନୂଆପଡ଼ା ଅଫିସ,୪।୨: ଦିଲ୍ଲୀରେ ୭୪ତମ ଜାତୀୟ ସାଧାରଣତନ୍ତ୍ର ଦିବସରେ ନୂଆପଡ଼ା ଜିଲାର ଆଦିବାସୀ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝି ରାଜଅତିଥି ଭାବେ...

ବ୍ୟକ୍ତିଗତ ଜମିରେ ହେବ ବ୍ୟାସ ସରୋବର ମେଳା

ଯାଜପୁର ଅଫିସ,୧୯ା୧: ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବର ମେଳା ନିର୍ଦ୍ଧାରିତ ତିଥି ତଥା ଫେବୃୟାରୀ ୧ରେ ପାଳନ କରାଯିବ। ତେବେ ସେହି ପବିତ୍ର...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା...

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର

ପାଟପୁର,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ଅଟୋ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପଳାସପୁର କାଳୀମନ୍ଦିର ନିକଟରେ ଏକ ଇଟା...

ଟାଟା ଚା’ ପ୍ୟାକେଜିଂ ୟୁନିଟରେ ନିଯୁକ୍ତି ଦାବି: ଅଫିସ ଘେରାଉ କଲା ଭାଜପା

ଛତ୍ରପୁର, ୨୪।୭(ଡି.ଏନ୍‌.ଏ.): ଛତ୍ରପୁର ଉପକଣ୍ଠ ଟାଟା ଷ୍ଟିଲ କମ୍ପାନୀ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଟାଟା ଚା’ ପ୍ୟାକେଜିଂ ୟୁନିଟରେ ଜମି ହରାଇଥିବା ଲୋକଙ୍କୁ...

ଦାଉ ସାଧିଲା ବାତ୍ୟା ‘ଜଓ୍ବାଦ’

ଜଗତ୍‌ସିଂହପୁର ଅଫିସ/ପାରାଦୀପ/ ଏରସମା/ତିର୍ତ୍ତୋଲ/ରଘୁନାଥପୁର/ ନାଉଗାଁ,୬ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): ବାତ୍ୟା ‘ଜୱାଦ’ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ହାରାହାରି ବର୍ଷା ୧୧୪.୩୭୫ ମିଲିମିଟର ରେକର୍ଡ ହୋଇଛି। ଅପରାହ୍ନ ୪ଟା ମଧ୍ୟରେ ଜଗତ୍‌ସିଂହପୁର ପୌରାଞ୍ଚଳର...

ଲଗାଣ ବର୍ଷା : ରାଜପଥ ପାର୍ଶ୍ୱ ଗାର୍ଡୱାଲ ଧସିିଲା

ଖଣ୍ଡପଡ଼ା,୨୫।୧୦(ସ୍ବ.ପ୍ର.): ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଫଳରେ ବାଘମାରୀ-କଣ୍ଟିଲୋ ୪୮ ନଂ. ରାଜପଥର ନୟାଗଡ଼ ଜିଲା କଣ୍ଟିଲୋ ପଲଟନ ପଡ଼ିଆ ନିକଟରେ ନିର୍ମିତ ଗାର୍ଡୱାଲଟି ଗୁରୁବାର...

Advertisement
Archives

Model This Week