ତହସିଲଦାର ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

ରାୟଗଡ଼ା ଅଫିସ,୨ା୯: କର୍ତ୍ତବ୍ୟରେ ଅବହେଳା ବିରୋଧରେ ରାୟଗଡ଼ା ଜିଲାପାଳ ସ୍ବଧାଦେବ ସିଂ ଶୁକ୍ରବାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାଶୀପୁର ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର ୩୦ କର୍ମଚାରୀଙ୍କ ମାସକର ଦରମା ବନ୍ଦ କରିଛନ୍ତି।
ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟରେ ଅନେକ ସମୟରେ କର୍ମଚାରୀଙ୍କ ଅନୁପସ୍ଥିତି, ଠିକ୍‌ ସମୟରେ ଲୋକଙ୍କୁ ସେବା ପ୍ରଦାନ କରାଯାଉ ନ ଥିବାରୁ ଲୋକେ ନିରାଶ ହୋଇ ଫେରିବା ଏବଂ ସରକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା। ବିଶେଷକରି କାଶୀପୁର ତହସିଲ କାର୍ଯ୍ୟାଳୟରେ ଲୋକେ ସେବା ନ ପାଇ ଅଧିକ ହଇରାଣ ହେଉଥିବା ଜିଲାପାଳଙ୍କ ନଜରକୁ ଆସିଥିଲା। ଶୁକ୍ରବାର ଜିଲାପାଳ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିବାବେଳେ ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବୈଠକ ପରେ ଜିଲାପାଳ କାଶୀପୁର ତହସିଲଦାର ଏବଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଜିଲାର ଅନ୍ୟ ସମସ୍ତ ତହସିଲଦାରଙ୍କୁ ତାଗିଦକରି ତୁରନ୍ତ ରାଜସ୍ବ ମାମଲାଗୁଡ଼ିକର ଫଇସଲା କରିବାକୁ କହିଥିଲେ। ପ୍ରତ୍ୟେକ ବ୍ଲକରେ ହେବାକୁ ଥିବା ମିନି ଷ୍ଟାଡିୟମ ପାଇଁ ତୁରନ୍ତ ୫ ଏକର ଜାଗା ଚିହ୍ନଟ, ବସ୍‌ଷ୍ଟାଣ୍ଡ ପାଇଁ ଜାଗା ପ୍ରଦାନ, ମିଶନ ଶକ୍ତି ଗୃହ ପାଇଁ ରାୟଗଡ଼ା ତହସିଲ ପକ୍ଷରୁ ଶୀଘ୍ର ଜାଗା ଚିହ୍ନଟ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଦାନ, ଗୁଣପୁର ଉପଜିଲାପାଳ ସୋମନାଥ ଦଳବେହେରା, ରାୟଗଡ଼ା ଉପଜିଲାପାଳ ଭୀମସେନ ଶବରଙ୍କ ସମେତ ଜିଲାର ସମସ୍ତ ତହସିଲଦାର ଉପସ୍ଥିତ ଥିଲେ। ତେବେ କାଶୀପୁର ତହସିଲଦାର ଓ କର୍ମଚାରୀଙ୍କ ଦରମା ବନ୍ଦ ବିଷୟରେ ଜିଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ପ୍ରଶାସନିକ ସ୍ତରର ନିଷ୍ପତ୍ତି। ତେଣୁ ଏ ବିଷୟରେ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri