ମହିଳା ଚାଷକୁ ରୋଜଗାରର ମାଧ୍ୟମ କରିଥିବାରୁ ଖୁସିହେଲେ

ରାୟଗଡ଼ା ଅଫିସ,୧୩ା୯-:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାୟଗଡ଼ା ଜିଲା ଗସ୍ତରେ ଆସି ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶା ଜୀବିକା ମିଶନ ଜରିଆରେ ସ୍ବୟଂ ସହାୟିକା ଗେଷ୍ଠୀ(ଏସ୍‌ଏଚ୍‌ଜି) ମହିଳାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଚାଷ କାର୍ଯ୍ୟ ବୁଲି ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଶିରିଗୁଡ଼ା ସ୍ଥିତ ମଙ୍ଗଳ ବିଭାଗ ଅଧୀନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ୫-ଟି ରେ ରୂପାନ୍ତରିତ ଜିସିଡି ହାଇସ୍କୁଲ ଗସ୍ତକରି ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକରିତା ଏବଂ ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଜିଲା ସ୍ତରୀୟ ଅଧିକାରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।
ରାଜ୍ୟପାଳ ପୂର୍ବାହ୍ନରେ ପ୍ରଥମେ କୋଲେନରା ବ୍ଳକ ଗସ୍ତକରି ଡୁମୁରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ଧ ଡେଙ୍ଗାସରଗି ଗ୍ରାମରେ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ୩୦ ଏକର ଜାଗାରେ କରାଯାଇଥିବା ଗେଣ୍ଡୁଫୁଲ ଚାଷ, ନନ୍ଦିନୀ ଓ କାବେରୀ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ମହୁଚାଷ ଏବଂ ପରିବାଚାଷ ଅଞ୍ଚଳ ପରିଦର୍ଶନ କରିଥିଲେ। ମହିଳାମାନେ ସ୍ବାବଲମ୍ବୀ ହୋଇପାରିଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ। ସେମାନଙ୍କ ସହ ବଜାର ସୁବିଧା ଏବଂ ଅନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେଠାରୁ ଦେଓପୁର ଯାଇ ଅମୃତ ସରୋବର ବୁଲି ଦେଖିଥିଲେ। କୋଲନରା ବ୍ଲକ କୈଳାସପୁର ପଞ୍ଚାୟତର ସାରାବୁଗୁଡ଼ା ଗ୍ରାମରେ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ଉନ୍ନତ ଧରଣର ଛେଳିଚାଷ, କୁକୁଡ଼ା ଚାଷ, ଉଠାକୁଣ୍ଡରେ ମିଠାପାଣିରେ ସ୍ବର୍ଣ୍ଣ ଚାନ୍ଦି ମାଛଚାଷ ଦେଖିଥଲେ। ସୋଲାର ବିଦ୍ୟୁତ୍‌ ଚାଳିତ ସ୍ୟାମ୍ପ ରୋଲ ପାଣିକୁଣ୍ଡରେ ମାଛଚାଷ ହେଉଥିବା ମହିଳାମାନେ ରାଜ୍ୟପାଳଙ୍କୁ କହିଥିଲେ। ଏଠାରୁ ଛେଳି ବିକ୍ରି ପାଇଁ ନିକଟସ୍ଥ ବଜାର ସମେତ ରାୟଗଡ଼ା ସଦର ଏବଂ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଉଥିବା ମହିଳାମାନେ ପ୍ରକାଶ କରିଥିଲେ। ସହର ଠାରୁ ଦୂରରେ ଥିବା ଛୋଟ ଛୋଟ ଗ୍ରାମପୁଞ୍ଜରେ ମହିଳାମାନେ ଏଭଳି ଚାଷକୁ ରୋଜଗାରର ମାଧ୍ୟମ ଭାବେ ଆପଣାଇଥିବାରୁ ରାଜ୍ୟପାଳ ଖୁସି ହୋଇଥିଲେ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ରାଜ୍ୟପାଳ କୋରାପୁଟ ଗସ୍ତ ସାରି ରାୟଗଡ଼ାରେ ପହଞ୍ଚିଥିଲେ। ସ୍ଥାନୀୟ ସର୍କିଟ ହାଉସଠାରେ ଜିଲାପାଳ ସ୍ବଧା ଦେବ ସିଂ, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ସର୍କିିଟ ହାଉସରେ ସେ ରାତ୍ରୀଯାପନ କରିଥିଲେ। ସୋମବାର ପୂର୍ବାହ୍ନରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ତାଙ୍କୁ ସାକ୍ଷାତ କରି ସ୍ବାଗତ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ଥାନୀୟ ପ୍ରଦକ୍ଷଣ ଗୃହଠାରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆର୍‌ଡିଏ ପିଡି ରବି ନାରାୟଣ ତ୍ରିପାଠୀ, କୋଲନରା ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଓର୍‌ମାସ ସିଇଓ ମନୋଜ କୁମାର ପାତ୍ର, ଓଏଲ୍‌ଏମ୍‌ର ଡିପିଏମ ହେମନ୍ତ ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲା ମତ୍ସ୍ୟ ଅଧିକାରୀ ଚାଲୁକାନ୍ତି ତାଜନ, ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଆଇଟିଡିଏ ପିଏ ପଦ୍ମ ଚରଣ ନାୟକ, ଡିଇଓ ପୂର୍ଣ୍ଣଚନ୍ଦ୍ର ବାରିହା, ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସାରି ରାଜ୍ୟପାଳ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛନ୍ତି ଅଧିକାରୀ, ବଦଳୁନି ସୂଚନା ଫଳକ

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର କାର୍ଯ୍ୟ ଧାରାକୁ ଦେଖିଲେ ଏହାର ଶାସନ ବ୍ୟବସ୍ଥାର ସ୍ବଚ୍ଛତା ସ୍ପଷ୍ଟ ହୁଏ। ସାଧାରଣରୁ ଅତି ସାଧାରଣ ଘଟଣାକୁ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି...

ପରିବାରର ସାହାରା ଗୁରମଣି

ପଦ୍ମପୁର, ୧୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଗ୍ରାମର କୈଳାସ ସେଠୀଙ୍କ ବଡ଼ଝିଅ ଗୁରମଣି। ବୟସ ୨୯।  ଭୁଲ୍‌ ଇଞ୍ଜେକଶନ ଯୋଗୁ...

ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ: ପ୍ରଶଂସା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଗତ କିଛି ଦିନ ତଲେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ବୋଲ ବମ୍‌ ଧ୍ୱନିରେ କମ୍ପିଲା ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୨୨।୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାର ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର...

ପୋଲିସ ହେପାଜାତରେ ଯୁବକଙ୍କ ମୃତ୍ୟୁ ଘଟଣା: ବହୁଜନ ମିଳିତ ମଞ୍ଚର ବିକ୍ଷୋଭ

ବରଗଡ଼ ଅଫିସ,୮।୧୦: ବରଗଡ଼ ସହର ଉପକଣ୍ଠ ତୋରା ତଳିପଡ଼ାର ଜଣେ ଯୁବକ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କର...

୬୯ କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା: ୩୦ ମିନିଟ ନଜରରେ ରହିଲେ

ଧର୍ମଗଡ଼,୧୬।୧: ଶନିବାର କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଆଗ ଧାଡିର କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି।...

Advertisement
Archives

Model This Week