Posted inTrending, ଖେଳ

ଅଷ୍ଟ୍ରେଲିଆ କ୍ରିକେଟରେ ହଲଚଲ: କମିନ୍ସଙ୍କ ସମର୍ଥନରେ ଦେଲେ ଅବସର ଚେତାବନୀ

ନୂଆଦିଲ୍ଲୀ,୨୧।୧୧: ଉସମାନ ଖୱାଜା ସାଣ୍ଡପେପର୍‌ ବିବାଦକୁ ନେଇ କରିଥିବା ଦାବି ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଖେଳାଳିମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିବା ଚର୍ଚ୍ଚା ହେଉଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଖୱାଜାଙ୍କ ଦାବିକୁ ନିରାଧାର ବୋଲି କହିବା ସହ ଯଦି ତାଙ୍କୁ ସେତେବେଳେ ଏ ସମ୍ପର୍କରେ ଜଣାଥିଲା, ତେବେ ସେ ଘଟଣାକୁ ରୋକି ପାରିଥାନ୍ତେ ବୋଲି କହିଛନ୍ତି। ଏବେ କମିନ୍ସଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ଜୋଶ ହେଜଲଉଡ। କମିନ୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ନିଜ ଅବସର ନେଇ ଚିନ୍ତା କରିପାରନ୍ତି ବୋଲି ହେଜଲଉଡ କହିଛନ୍ତି।

ସାକ୍ଷାତକାର ସମୟରେ ଜୋଶ ହେଜଲଉଡ କହିଛନ୍ତି ଯେ, ବଲ ଟାମ୍ପରିଂ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ନଥିଲା। ସୂଚନାଯୋଗ୍ୟ, ଉସମାନ ଖୱାଜାଙ୍କ ପୁସ୍ତକ ‘ସବ୍ର’ରେ ୨୦୧୮ ମସିହାର ସାଣ୍ଡପେପର୍‌ ଘଟଣା ସମ୍ପର୍କରେ ଦାବି କରାଯାଇଛି ଯେ, ଏହି ଘଟଣା ବିଷୟରେ ପୂର୍ବରୁ ପୂରା ଟିମକୁ ଜଣାଥିଲା। ଏହି ଅଭିଯୋଗର ଜବାବରେ ପ୍ୟାଟ କମିନ୍ସ ପ୍ରାୟ ଏକ ଘଣ୍ଟା ଧରି ଖବରଦାତା ସମ୍ମିଳନୀ କରି ନିଜ ପକ୍ଷ ରଖିଥିଲେ। ଗତ ଦୁଇ ସପ୍ତାହ ଧରି ହେଜଲଉଡ ସିଡନୀରେ କମିନ୍ସଙ୍କ ସହ ଅଭ୍ୟାସ କରୁଛନ୍ତି। ସେ କହିଛନ୍ତି ଯେ, ଯଦି ପର୍ଥରେ କମିନ୍ସ ଅଧିନାୟକ ନରୁହନ୍ତି, ତେବେ ସେ ନିଜ ଭବିଷ୍ୟତ ବିକଳ୍ପ ଉପରେ ବିଚାର କରିବେ। ହେଜଲଉଡ କହିଛନ୍ତି, “ଗତ କିଛି ଦିନ ମଧ୍ୟରେ ବିଭିନ୍ନ ଲୋକଙ୍କ ପକ୍ଷରୁ ଅନେକ ଚାପ ପକାଯାଇଛି। ମୁଁ କମିନ୍ସଙ୍କୁ ସମର୍ଥନ କରୁଛି। ତାଙ୍କ ଖବରଦାତା ସମ୍ମିଳନୀରେ କହିଥିବା ପ୍ରତ୍ୟେକ କଥାକୁ ମଧ୍ୟ ସମର୍ଥନ କରୁଛି। ଗତ କିଛି ବର୍ଷ ଧରି, ବିଶେଷକରି ଅଧିନାୟକ ଭାବେ ସେ ଯାହା କରିଛନ୍ତି, ତାହାକୁ ମଧ୍ୟ ମୁଁ ସମର୍ଥନ କରୁଛି।”

ହେଜଲଉଡ ଆହୁରି କହିଛନ୍ତି, “ସାଣ୍ଡପେପର୍‌ ଘଟଣା ପରେ କମିନ୍ସ ଯେଉଁଭଳି ଭାବେ ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। ସେ ଜଣେ ଚମତ୍କାର ଅଧିନାୟକ। ଦଳର ପ୍ରତ୍ୟେକ ସଦସ୍ୟ ଆପଣଙ୍କୁ ଏହି କଥା କହିବେ। ଯଦି ଆମେ ପ୍ରଥମ ଟେଷ୍ଟ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ଏବଂ କମିନ୍ସ ଅଧିନାୟକ ନଥିବେ, ତେବେ ସତ କହିବାକୁ ଗଲେ ଏହା ପରେ କ’ଣ ହେବ, ମୁଁ ଜାଣିନାହିଁ।”

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮୯ ବଲ୍‌ରେ ୮୫ ରନ, ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ ପଛର ଗୁମର ଖୋଲିଲେ ଜଶସ୍ବୀ ଜୟସ୍ବାଲ୍‌

ଓ୍ବେଲିଂଟନ,୨୧।୧୧: ଯେଉଁ ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଗୋଟିଏ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥିଲା, ସେହି ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଛନ୍ତି ଭାରତୀୟ…

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

ନୂଆ ଇତିହାସ ଲେଖିଲେ କେ.ଏଲ. ରାହୁଲ: ଯାହା କୌଣସି ଭାରତୀୟ ଓପନର୍‌ କରିପାରି ନ ଥିଲେ ତାହା କଲେ ହାସଲ

ଓ୍ବେଲିଂଟନ,୨୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାର ତୃତୀୟ ଦିନରେ ଚମକିଛନ୍ତି…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

କୃତ୍ରିମ ଚନ୍ଦ୍ର ମାଟିରେ ଆଳୁ ଚାଷ କଲେ ବୈଜ୍ଞାନିକ

ୱାଶିଂଟନ, ୨୧ା୧୧: କୃତ୍ରିମ ଚନ୍ଦ୍ର ମାଟିରେ ପୁଷ୍ଟିକର ଏବଂ ଖାଇବା ଉପଯୋଗୀ ଆଳୁ ଚାଷ କରିବାରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି। ନାସା ସହାୟତାରେ ଓରେଗନ୍‌ ଷ୍ଟେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?