Posted inTrending, ଖେଳ

ନୂଆ ଇତିହାସ ଲେଖିଲେ କେ.ଏଲ. ରାହୁଲ: ଯାହା କୌଣସି ଭାରତୀୟ ଓପନର୍‌ କରିପାରି ନ ଥିଲେ ତାହା କଲେ ହାସଲ

ଓ୍ବେଲିଂଟନ,୨୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାର ତୃତୀୟ ଦିନରେ ଚମକିଛନ୍ତି ଭାରତୀୟ ଓପନର୍‌ କେଏଲ ରାହୁଲ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫୨ ରନ କରି ଅପରାଜିତ ଥିବା ରାହୁଲ ତୃତୀୟ ଦିନରେ ମଧ୍ୟ ନିଜର ଦମ୍‌ଦାର ବ୍ୟାଟିଂ ଜାରି ରଖି ଦ୍ୱିତୀୟ ସେସନରେ ଟେଷ୍ଟ କ୍ୟାରିୟରର ୧୩ତମ ଶତକ ପୂରଣ କରିଛନ୍ତି। ଏହି ଶତକ ସହ ରାହୁଲ ଟେଷ୍ଟ କ୍ରିକେଟରେ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି। SENA ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ଭାରତୀୟ ଓପନର୍‌ ଭାବେ ଚାରିଟି ଯାକ ଦେଶରେ ଟେଷ୍ଟ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟର୍‌ ହୋଇଛନ୍ତି।

ନ୍ୟୁଜିଲାଣ୍ଡ ଗସ୍ତ କେଏଲ ରାହୁଲଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ସେ ଶତକ ସହ ଏହାର ଜବରଦସ୍ତ ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଭଳି କଠିନ ପରିସ୍ଥିତିରେ ଶତକ ହାସଲ କରିବା କୌଣସି ବ୍ୟାଟରଙ୍କ ପାଇଁ ସହଜ ନୁହେଁ। ଏହି ଚାରିଟି ଦେଶକୁ ମିଶାଇ SENA ଦେଶ କୁହାଯାଏ। ଏହି ଉପଲବ୍ଧି ସହ ରାହୁଲ ଏସୀୟ ଓପନରଙ୍କ ମଧ୍ୟରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନର ପୂର୍ବତନ ଓପନର୍‌ ସଇଦ ଅନୱରଙ୍କ ପରେ ସେ ଦ୍ୱିତୀୟ ଏସୀୟ ଓପନର୍‌ ଭାବେ ଏହି ଚାରିଟି ଦେଶରେ ଟେଷ୍ଟ ଶତକ ମାରିବାରେ ସଫଳ ହୋଇଛନ୍ତି।

SENA ଦେଶରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାର ରେକର୍ଡ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ଏହି ଚାରିଟି ଦେଶରେ ମୋଟ ୧୭ଟି ଶତକ ହାସଲ କରିଛନ୍ତି। ଏହି ତାଲିକାରେ ୧୨ଟି ଶତକ ସହ ବିରାଟ କୋହଲି ଦ୍ୱିତୀୟ ଏବଂ ୧୦ଟି ଶତକ ସହ ରାହୁଲ ଦ୍ରାବିଡ଼ ତୃତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ, ୮ଟି ଶତକ ସହ କେଏଲ ରାହୁଲ ଏବେ ମହାନ ବ୍ୟାଟର୍‌ ସୁନୀଲ ଗାଭାସ୍କରଙ୍କ ସହ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। SENA ଦେଶର ସମସ୍ତ ଚାରିଟି ଦେଶରେ ଟେଷ୍ଟ ଶତକ ହାସଲ କରିବାରେ ରାହୁଲ ହେଉଛନ୍ତି ପଞ୍ଚମ ଭାରତୀୟ ବ୍ୟାଟର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

‘ଅକ୍ୱାନ’ ଦୁର୍ବଳ: ପବନ କମ୍‌, ଅଧିକ ବର୍ଷିଲା

ଭୁବନେଶ୍ୱର, ୨୧ା୧୧ (ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଦୁର୍ବଳ ଅବସ୍ଥାରେ ଶୁକ୍ରବାର ସ୍ଥଳଭାଗ ଛୁଇଁଛି। ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ…

ମାତ୍ର ୬ ରନ୍‌ରେ ଏକାକୀ ଅଧା ଟିମ୍‌କୁ ଆଉଟ୍ କଲେ ପ୍ରିନ୍ସ ଯାଦବ; କ୍ୟାରିୟରରେ ପ୍ରଥମ ଥର କଲେ ବଡ଼ କମାଲ୍!

ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ…

ପ୍ରିନ୍ସ-ହର୍ଷିତଙ୍କ ଆଗରେ ଧରାଶାୟୀ ନେପାଳ! ଖାତା ଖୋଲିପାରିଲେନି ଅଧା ବ୍ୟାଟର, ୩୦୬ ରନ୍‌ରେ ଜିତିଲା…

ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?