ପୈଠ ହୋଇନି ବିଲ୍‌, ବିଦ୍ୟୁତ୍‌ ସେବା, ପାନୀୟ ଜଳ ବନ୍ଦ

ରାୟଗଡ଼ା ଅଫିସ,୧୭ା୯: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ୧୧ ପଞ୍ଚାୟତରେ ଶୁକ୍ରବାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ କରାଯାଇଛି l ପଞ୍ଚାୟତ ପକ୍ଷରୁ ବିଦ୍ୟୁତ୍‌ ବିଲ୍‌ ପୈଠ ହୋଇ ନ ଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ସେବା ବନ୍ଦ ହୋଇଥିବାରୁ ୧୧ ପଞ୍ଚାୟତର ଲୋକେ ଶନିବାର ଠାରୁ ପାନୀୟ ଜଳ ମଧ୍ୟ ପାଇବେ ନାହିଁ।
ସୂଚନାଯୋଗ୍ୟ, ବ୍ଲକର ୧୪ ପଞ୍ଚାୟତ ମଧ୍ୟରୁ ୧୧ଟିରେ ଆର୍‌ଡବ୍ଲ୍ୟଏସ୍‌ଏସ୍‌ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଆସୁଛି। ଏହି ବାବଦକୁ ଆସୁଥିବା ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତ ପକ୍ଷରୁ ଜମା କରିବା ଆବଶ୍ୟକ। ହେଲେ ଉକ୍ତ ୧୧ଟି ପଞ୍ଚାୟତରେ ବିଦ୍ୟୁତ୍‌ ବିଲ୍‌ ବାବଦକୁ ୧୪ ଲକ୍ଷ ୭୬ ହଜାର ୫୪୦ଟଙ୍କା ୯୩ ପଇସା ବକେୟା ରହିଛି। କଲ୍ୟାଣସିଂହପୁର ସଦର ଅଞ୍ଚଳର ୬ଟି ସ୍ଥାନ ସମେତ ସୁନାଖଣ୍ଡି, ସିକରପାଇର ୪ଟି ସ୍ଥାନ, ବୁଡ଼ାଗୁଡ଼ା ପଞ୍ଚାୟତରେ ୨ଟି ସ୍ଥାନ, ଧାମୁଣିପଙ୍ଗା ପଞ୍ଚାୟତରେ ୩ ସ୍ଥାନ, ପଲମା ପଞ୍ଚାୟତରେ ଦୁଇଟି ସ୍ଥାନ, କରପା ପଞ୍ଚାୟତରେ ୩ଟି ସ୍ଥାନ, ସେରିଗୁମା ପଞ୍ଚାୟତ, ନାରାୟଣପୁର, ଶିଙ୍ଗାରି ଏବଂ ପୂଜାରୀଗୁଡ଼ା ପଞ୍ଚାୟତରୁ ସମୁଦାୟ ୧୪୭୬୫୪୦.୯୩ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ବିଲ୍‌ ପୈଠ କଲେ ବିଦ୍ୟୁତ୍‌ ସେବା ମିଳିବ ବୋଲି କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁ ସୂଚନା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri