୮ ମାସ ହେଲା କାମ ନ କରି ଦରମା ପାଉଛନ୍ତି ସହକାରୀ ଯନ୍ତ୍ରୀ

ରାୟଗଡ଼ା ଅଫିସ, ୨ା୯:ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଉନ୍ନୟନ ବିଭାଗରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ଜାନୁୟାରୀ ୧୯ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀ ଯୋଗଦେଇଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ଦୀର୍ଘ ୭ ମାସ ପରେ ସହକାରୀ ଯନ୍ତ୍ରୀ(ଅପ୍‌ଗ୍ରେଡେଶନ) ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ବିଡିଓ ଚିଠି ସଂଖ୍ୟା ୨୦୮୨/ତା୨୬ା୦୭ା୨୦୨୨ରେ ବ୍ଲକର ଦୁର୍ଗୀ, ଡୁମୁରିଲେଲି, ଚଞ୍ଚରାଗୁଡ଼ା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପି.ଏସ୍‌. ରାଓଙ୍କଠାରୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଯନ୍ତ୍ରୀ ପାଣିଗ୍ରାହୀ ମାସେ ହେଲା ଉକ୍ତ ୩ ପଞ୍ଚାୟତର ଦାୟିତ୍ୱ ନ ନେବା ନେଇ ବ୍ଲକ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି।
ଅପରପକ୍ଷେ ବିଡିଓଙ୍କ ନିର୍ଦ୍ଦେଶ ପରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ରାଓ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରାଙ୍କୁ ତିନୋଟି ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୁନଶ୍ଚ ବିଡିଓ ପତ୍ର ସଂଖ୍ୟା ୨୨୧୧/ତା୬ା୮ା୨୦୨୨ ରେ ସହକାରୀ ଯନ୍ତ୍ରୀ ପାଣିଗ୍ରାହୀଙ୍କୁ କୌଣସି ପଞ୍ଚାୟତ ଦାୟିତ୍ୱ ନ ଦେଇ ଅନ୍ୟ ୩ ଯନ୍ତ୍ରୀଙ୍କୁ ଉକ୍ତ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏବେ ୧ ମାସରୁ ଊଦ୍ଧର୍‌ବ ସମୟ ଧରି ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ ବ୍ଲକରେ ବିନା କାମରେ ବସିରହି ଦରମା ନେଉଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ ୩ ବର୍ଷ ତଳେ ବିଷମକଟକ ବ୍ଲକରେ ଯୋଗଦେଇଥିଲେ। ଏଠାରେ କାର୍ଯ୍ୟ ମଧ୍ୟରେ ବ୍ୟାପକ ଦୁର୍ନୀତି, ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାନୁୟାରୀ ମାସରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀଙ୍କୁ ବ୍ଲକରେ ଅବସ୍ଥାପିତ କରାଯାଇଥିଲା। ଜାନୁୟାରୀ ୧୯ ରେ ସେ ଯୋଗଦେଇଥିଲେ। ହେଲେ ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ ଦୀର୍ଘ ମାସ ଧରି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ଏମିତିକି ୬ ମାସ ଧରି ଅଫିସ ଚାମ୍ବର ଏବଂ ଗାଡ଼ି ହସ୍ତାନ୍ତର ନ କରିବାରୁ ଜୁନ୍‌ ୨୫ରେ ସହକାରୀ ଯନ୍ତ୍ରୀଙ୍କ ପ୍ରକୋଷ୍ଠ ଚାବି ଭଙ୍ଗାଯାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିପାଠୀଙ୍କୁ କାର୍ଯ୍ୟାଳୟରେ ବସି କାମ କରିବା ପାଇଁ ଦିଆଯାଇଥିଲା। ତେବେ ଜାନୁୟାରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକରେ ଯୋଗଦେଇଥିଲେ ମଧ୍ୟ ବିଡିଓ ୮ ମାସ ଧରି ସହକାରୀ ଯନ୍ତ୍ରୀ ପାଣିଗ୍ରାହୀଙ୍କୁ କାହିଁକି ପଞ୍ଚାୟତ ଦାୟିତ୍ୱ ଦେଇ ନ ଥିଲେ ବୋଲି ପ୍ରଶ୍ନ ଉଠିଛି। ଉକ୍ତ ସମୟରେ ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ କେଉଁ ଦାୟିତ୍ୱରେ ଥିଲେ ତାହାର ତଦନ୍ତ ପାଇଁ ଦାବି ହୋଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିପାଠୀଙ୍କୁ ବଦଳିକରି ପୁଣି ସହକାରୀ ଯନ୍ତ୍ରୀ ପାଣିଗ୍ରାହୀଙ୍କୁ ଉକ୍ତ ସ୍ଥାନରେ ଦାୟିତ୍ୱ ଦେବାକୁ ଚକ୍ରାନ୍ତ କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଜିଲାପାଳ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି। ଏ ବିଷୟରେ ବିଡିଓ ଆଲବର୍ଟ ଲାକ୍ରାଙ୍କୁ ପଚାରିବାରୁ ତାଙ୍କ କଥାରେ ତାଳମେଳ ରହୁନାହିିିିିିିିିିିିିିିିଁ। ଯନ୍ତ୍ରୀ ପାଣିଗ୍ରାହୀ ୩ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିବେ ବୋଲି ପୂର୍ବରୁ କହୁଥିଲେ। ଏବେ ସେ କହିଛନ୍ତି, ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ ଅସୁସ୍ଥ ଥିବାରୁ ଦାୟିତ୍ୱ ଗ୍ରହଣ କରିପାରୁ ନ ଥିଲେ। ସେ ପୁଣି ୩ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଡିଓ କହିଛନ୍ତି। ହେଲେ ଯନ୍ତ୍ରୀ ପାଣିଗ୍ରାହୀ କେତେଦିନ ଛୁଟିରେ ଥିଲେ ସେ ନେଇ ବିଡିଓ କୌଣସି ପ୍ରତିକ୍ରିୟା ରଖିପାରି ନାହାନ୍ତି। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, କନିଷ୍ଠ ଯନ୍ତ୍ରୀମାନେ କୌଣସି କେସ୍‌ ରେକର୍ଡ ବିଲ୍‌ ଆଣୁ ନାହାନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୬ଟି ବିଲ୍‌ରେ ସେ ଦସ୍ତଖତ କରିଥିବା କହିଛନ୍ତି। ବିଲ୍‌ ଚେକ୍‌ ମେଜରମେଣ୍ଟ କିଏ କରୁଛନ୍ତି ଜାଣିନାହାନ୍ତି ବୋଲି ତ୍ରିପାଠୀ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ପି.ଏସ୍‌. ରାଓଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀ ବେଆଇନ କାର୍ଯ୍ୟ କରିବା ପାଇଁ ଚାପ ପକାଇଲେ। ତାହା ନ କରିବାରୁ ଚକ୍ରାନ୍ତ କରି ବଦଳି କରିଦେଲେ ବୋଲି ରାଓ କହିଛନ୍ତି। ଏ ନେଇ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri