Posted inTrending, ଖେଳ

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର ବର୍ଷା ହେବାରୁ ଟସ୍‌ ମଧ୍ୟ ପଡ଼ିପାରି ନଥିଲା। ଏହାପରେ ଉନ୍ନତ ନେଟ ରନ ରେଟ ଆଧାରରେ ପାକିସ୍ତାନକୁ ଚାମ୍ପିୟନ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିକୁ ଭାରତୀୟ ଦଳ ବିରୋଧ କରିବା ସହ ଟ୍ରଫି ପ୍ରଦାନ ସମାରୋହକୁ ବର୍ଜନ କରିଥିଲା। ଅନ୍ୟପଟେ ଟ୍ରଫି ହାସଲ କରିବା ପରେ ପାକିସ୍ତାନୀ ବ୍ଲାଇଣ୍ଡ କ୍ରିକେଟରଙ୍କ ବିବାଦୀୟ ସେଲିବ୍ରେଶନର ଭିଡିଓ ଏବେ ଭାଇରାଲ ହେଉଛି।

ସାକ୍ଷାତକାର ଦେଇ କ୍ରିକେଟ ଆସୋସିଏଶନ ଫର୍‌ ଦି ବ୍ଲାଇଣ୍ଡ ଇନ ଇଣ୍ଡିଆ (CABI)ର ସଚିବ ଶୈଳେନ୍ଦ୍ର ଯାଦବ କହିଛନ୍ତି ଯେ, ଏହି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଦଳ ଆଗକୁ ପାକିସ୍ତାନ ସହ କୌଣସି ମ୍ୟାଚ ଖେଳିବ ନାହିଁ।

ରିପୋର୍ଟ ଅନୁସାରେ, ଫାଇନାଲ ମ୍ୟାଚ ବାତିଲ ହେବା ପରେ ଭାରତ ଓ ପାକିସ୍ତାନକୁ ଯୁଗ୍ମ ବିଜେତା ଘୋଷଣା କରିବା ପାଇଁ ୱାଲର୍‌ଡ ବ୍ଲାଇଣ୍ଡ କ୍ରିକେଟ କାଉନସିଲ (WBCC)ର ବୈଷୟିକ କମିଟି ସହମତି ପ୍ରକାଶ କରିଥିଲା। କିନ୍ତୁ WBCCର ଅଧ୍ୟକ୍ଷ ତଥା ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ କାଉନସିଲର ମୁଖ୍ୟ ସୁଲତାନ ଶାହ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ସେ ମ୍ୟାଚ ରେଫରିଙ୍କୁ ପାକିସ୍ତାନକୁ ଚାମ୍ପିୟନ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଭାରତ ତୁଳନାରେ ପାକିସ୍ତାନର ନେଟ ରନ ରେଟ ଅଧିକ ଥିବାରୁ ଏହି ଆଧାରରେ ତାକୁ ବିଜେତା ଘୋଷଣା କରାଯାଇଥିଲା। ନେଟ ରନ ରେଟ ଆଧାରରେ ପାକିସ୍ତାନକୁ ଚାମ୍ପିୟନ ଘୋଷଣା କରାଯିବାକୁ ନେଇ ଭାରତୀୟ ଦଳ ଅସନ୍ତୋଷ ପ୍ରକାଶ କରିଛି। ବର୍ଷା ଯୋଗୁ ଫାଇନାଲ ମ୍ୟାଚ ବାତିଲ ହେଲେ ଚାମ୍ପିୟନ ଚୟନ ପାଇଁ ନେଟ ରନ ରେଟ ନିୟମ ଲାଗୁ ହୁଏ ନାହିଁ ବୋଲି ଭାରତୀୟ ଦଳ ଯୁକ୍ତି ବାଢ଼ିଛି।

ରିପୋର୍ଟରେ ଜଣେ ଅଧିକାରୀଙ୍କ ମତକୁ ଉଦ୍ଧୃତ କରି ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ’ ବ୍ୟବସ୍ଥା ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଅଧିକାରୀ ଜଣକ କହିଛନ୍ତି, “ସବୁଠି ଫାଇନାଲ ପାଇଁ ରିଜର୍ଭ ଡେ’ ରଖାଯାଏ। ଯଦି ଏହାର ବ୍ୟବସ୍ଥା ନଥାଏ, ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଏ। ନେଟ ରନ ରେଟ କେବଳ କ୍ୱାଲିଫାୟର୍‌ ମ୍ୟାଚ ପାଇଁ ବିଚାରକୁ ନିଆଯାଏ, ଫାଇନାଲ ପାଇଁ ନୁହେଁ।”

ଅନ୍ୟପଟେ ଟ୍ରଫି ହାସଲ କରିବା ପରେ ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ ଦଳର ଖେଳାଳିମାନେ କରିଥିବା ସେଲିବ୍ରେଶନକୁ ନେଇ ମଧ୍ୟ ସମାଲୋଚନା ହେଉଛି। ସେମାନେ ବିମାନ ଖସାଇବା ଭଳି ଇସାରା କରି ସେଲିବ୍ରେସନ କରିଥିଲେ। ଏହାକୁ ଭାରତ ବିରୋଧରେ ପାକିସ୍ତାନର ମିଥ୍ୟା ଦାବି ସହ ଯୋଡ଼ାଯାଉଛି। ବିଶେଷକରି ଅପରେସନ ସିନ୍ଦୂର ସମୟରେ ଭାରତୀୟ ବିମାନ ଖସାଇଥିବା ନେଇ ପାକିସ୍ତାନ କରିଥିବା ଦାବିକୁ ଏହି ଇସାରା ସହ ଯୋଡ଼ି ଦେଖାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

ନୂଆ ଇତିହାସ ଲେଖିଲେ କେ.ଏଲ. ରାହୁଲ: ଯାହା କୌଣସି ଭାରତୀୟ ଓପନର୍‌ କରିପାରି ନ ଥିଲେ ତାହା କଲେ ହାସଲ

ଓ୍ବେଲିଂଟନ,୨୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାର ତୃତୀୟ ଦିନରେ ଚମକିଛନ୍ତି…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

କୃତ୍ରିମ ଚନ୍ଦ୍ର ମାଟିରେ ଆଳୁ ଚାଷ କଲେ ବୈଜ୍ଞାନିକ

ୱାଶିଂଟନ, ୨୧ା୧୧: କୃତ୍ରିମ ଚନ୍ଦ୍ର ମାଟିରେ ପୁଷ୍ଟିକର ଏବଂ ଖାଇବା ଉପଯୋଗୀ ଆଳୁ ଚାଷ କରିବାରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି। ନାସା ସହାୟତାରେ ଓରେଗନ୍‌ ଷ୍ଟେଟ୍‌…

ବାତ୍ୟା ସୁହାଇଲା,୨୩ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୧୧ (ରବିନାରାୟଣ ଜେନା): ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ସଂସଦୀୟ ବ୍ୟାପାର ତଥା ବୈଦ୍ୟୁତିକ ଓ…

ମାତ୍ର ୬ ରନ୍‌ରେ ଏକାକୀ ଅଧା ଟିମ୍‌କୁ ଆଉଟ୍ କଲେ ପ୍ରିନ୍ସ ଯାଦବ; କ୍ୟାରିୟରରେ ପ୍ରଥମ ଥର କଲେ ବଡ଼ କମାଲ୍!

ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?