ନାଁ ‘ସିରାଜ୍‌’ ଯୋଗୁ ଦଳରେ ମିଳିଲାନି ସ୍ଥାନ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ବିବାଦ ତେଜିଛି। କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହାକୁ ଧର୍ମ ଆଧାରିତ ଭେଦଭାବ ବୋଲି ଅଭିଯୋଗ କରିଛନ୍ତି। ଏକ କଟାକ୍ଷମୂଳକ ମନ୍ତବ୍ୟ ଦେଇ ସେ କହିଛନ୍ତି, ତାଙ୍କ ନାମ ସିରାଜ ଏତିକି କ’ଣ ଯଥେଷ୍ଟ ନୁହେଁ। ଭଲ ପ୍ରଦର୍ଶନ ସତ୍ତ୍ୱେ ସିରାଜଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଯଦି ପ୍ରଦର୍ଶନ ଆଧାରରେ ଚୟନ ହେଉନାହିଁ, ତେବେ ଏହା ସ୍ପଷ୍ଟ ଭେଦଭାବ। କ୍ରିକେଟ ଜଗତ ମଧ୍ୟ ସିରାଜଙ୍କୁ ବାଦ ଦିଆଯିବା ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ୱସିମ ଜାଫର, ଆକାଶ ଚୋପ୍ରା, ସୁନୀଲ ଗାଭାସ୍କର ଏବଂ ରବି ଶାସ୍ତ୍ରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ ୨୦୨୫-୨୭ ଚକ୍ରରେ ସିରାଜ ଭାରତ ପକ୍ଷରୁ ସର୍ବାଧିକ ୪୩ଟି ଉଇକେଟ ନେଇଛନ୍ତି। ସେ ୧୧ଟି ମ୍ୟାଚ୍‌ରେ ୨୧ଟି ଇନିଂସ୍‌ରେ ଏହି ସଫଳତା ପାଇଛନ୍ତି। ଗତବର୍ଷ ଇଂଲଣ୍ଡ ଗସ୍ତରେ ପାଞ୍ଚଟି ଯାକ ଟେଷ୍ଟ ଖେଳିଥିବା ଏକମାତ୍ର ଭାରତୀୟ ଦ୍ରୁତ ବୋଲର୍‌ ଥିଲେ ସେ।
ସିରାଜଙ୍କୁ ଦଳରେ ସ୍ଥାନ ନ ମିଳିବାକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଯଦି ଗତି, ଦକ୍ଷତା ଓ ସିମ ମୁଭମେଣ୍ଟ ଚୟନର ମାପଦଣ୍ଡ, ତେବେ ୧୪୦ କିମି ବେଗରେ ବୋଲିଂ କରୁଥିବା ସିରାଜ କେଉଁଠି? ତାଙ୍କ ଅଭିଜ୍ଞତା, ଆକ୍ରମଣାତ୍ମକ ମନୋଭାବ ଓ ବଲ୍‌ରେ ପ୍ରଭାବ ପକାଇବାର କ୍ଷମତାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଶାସ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୈନନ୍ଦିନ ଜୀବନ, କାର୍ଯ୍ୟଧାରାରେ ପରିବର୍ତ୍ତନ ଦରକାର: ଅଭିନେତ୍ରୀ ଅର୍ଚ୍ଚିତା

ଆମେ ସଚେତନ ହୋଇ ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା। ପାଣି, ଶବ୍ଦ ଓ ବିଦ୍ୟୁତ୍‌କୁ କମ୍‌…

ୱାର୍ଡ ମେମ୍ୱରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦରମା ମିଳେ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୧୧: ରାଜସ୍ଥାନର ୩୭ଟି ଜିଲାରେ ହୋଇଥିବା ପଞ୍ଚାୟତିରାଜ ନିର୍ୱାଚନ ୨୦୨୬ର ଫଳାଫଳ ରାଜ୍ୟ ରାଜନୀତିରେ ହଲଚଲ ବଢ଼ାଇ ଦେଇଛି। ରାଜ୍ୟ ନିର୍ୱାଚନ ଆୟୋଗଙ୍କ ତାଜା ତଥ୍ୟ ଅନୁଯାୟୀ,…

୨.୩ କିମି ଖାଲି ପାଦରେ ଚାଲି ପ୍ରୋଟକଲ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: ବିଧାୟକଙ୍କ କୋକେଇରେ ଦେଲେ କାନ୍ଧ, ପ୍ରଶଂସକଙ୍କ ଆଖିରେ ଲୁହ

ଚେନ୍ନାଇ,୨୧।୧୧: ତାମିଲନାଡୁରେମାନବିକତା ଓ ସମ୍ମାନର ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଙ୍ଗତ ଟିଭିକେ (TVK) ବିଧାୟକ ଭି.ଏସ. ବାବୁଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ…

‘ମୁଁ ଗ୍ଲେନ ଫିଲିପ୍ସଙ୍କୁ କିଛି ପାନୀୟ ପିଆଇବି’… ନିଜର ଶତକୀୟ ଇନିଂସ ପରେ କାହିଁକି ଏମିତି କହିଲେ କେ.ଏଲ. ରାହୁଲ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ୱେଲିଂଟନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପରସ୍ପରର ମୁକାବିଲା କରୁଛନ୍ତି। କେ.ଏଲ. ରାହୁଲଙ୍କ ଶତକ (୧୩୬ ରନ) ବଳରେ, ତୃତୀୟ ଦିନର…

ବିହାରକୁ ନୀତୀଶ ସେତୁ ଭେଟି ଦେଲେ ମୋଦି, ଜାଣନ୍ତୁ ଏପରି ନାମ ଦେବାର କାରଣ

ପାଟନା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ନଭେମ୍ୱର ୨୦୨୬ରେ ବିହାରର ବୈଶାଳୀ ଜିଲାରେ ଗଙ୍ଗା ନଦୀ ଉପରେ ର୍ନିମିତ ନୂଆ ‘ନୀତୀଶ ସେତୁ’ର ଉଦ୍ଘାଟନ କରିଛନ୍ତି। ଏହି…

ୟାମୀଙ୍କୁ ନିଜର ‘ଲେଡି ଲକ’ କହିଲେ ଆଦିତ୍ୟ ଧର, ୨୦ ବର୍ଷର ସଂଘର୍ଷ ପରେ…

ବଲିଉଡ ନିର୍ଦ୍ଦେଶକ ଆଦିତ୍ୟ ଧର ଓ ଅଭିନେତ୍ରୀ ୟାମୀ ଗୌତମଙ୍କ ଯୋଡ଼ି ପୁଣି ଚର୍ଚ୍ଚାରେ। ଧୂରନ୍ଧର-୨ର ସଫଳତା ପରେ ଆଦିତ୍ୟ ଲୋକପ୍ରିୟତା ବଢିଯାଇଛି। ଲୋକଙ୍କୁ ତାଙ୍କ ସଫଳତା…

୨୯ ବଲରୁ ୮୨ ରନ, ଏବେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ କି ସୂର୍ଯ୍ୟକୁମାର ? ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୨୧।୧୧: ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କରି ଅଧିନାୟକତ୍ୱରେ ହିଁ ଭାରତୀୟ ଦଳ ୨୦୨୬ ଟି-୨୦ ବିଶ୍ୱକପ ଟାଇଟଲ…

ବଦ୍‌ନାମରୁ ବର୍ତ୍ତିବା ପାଇଁ ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଇଥିଲେ ମା’, ପ୍ରେମିକଙ୍କୁ ଗିରଫ କରି…

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?