ଦକ୍ଷିଣ ଏସିଆସ୍ତରୀୟ ସୁଶ୍ରୀ, ଶ୍ରୀମତୀ ପ୍ରତିଯୋଗିତା: ଗୁଣପୁରର ବୋହୂ ଦ୍ବିତୀୟ
ଗୁଣପୁର,୪ା୧(ଡି.ଏନ.ଏ) ଶ୍ରୀଲଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦକ୍ଷିଣ ଏସିଆସ୍ତରୀୟ ସୁଶ୍ରୀ ଓ ଶ୍ରୀମତୀ ପ୍ରତିଯୋଗିତାରେ ରାୟଗଡା ଜିଲା ଗୁଣପୁରର ବୋହୂ ଇନ୍ଦ୍ରାଣୀ ସାଇକିଆ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ା ଶ୍ରୀଲଙ୍କା ସରକାରଙ୍କ ଦ୍ବାରା କଲମ୍ବୋଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…
୩ ସନ୍ତାନ ଥିବାରୁ କାନାକୋଟ ସରପଞ୍ଚଙ୍କ ପଦବୀ ଅସିଦ୍ଧ
ନବରଙ୍ଗପୁର,୩ା୧(ବି.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କାନାକୋଟ ପଞ୍ଚାୟତ ସରପଞ୍ଚ ଜଗ ଭତରାଙ୍କ ୩ଟି ସନ୍ତାନ ଥିବାରୁ ତାଙ୍କ ପଦବୀକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଅଜିତ କୁମାର ମିଶ୍ର ଅସିଦ୍ଧ ଘୋଷଣା କରିଛନ୍ତି ା ଏଥିସହ ତାଙ୍କ ନିକଟତମ…
କେନାଲ ଶୁଖିଲା, ପ୍ରଭାବିତ ହେବ ରବିଚାଷ
ମାଲକାନଗିରି, ୩।୧(ସ୍ବ.ପ୍ର.) – ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ ଥିଲେ। ଡିସେମ୍ବର ଆରମ୍ଭରୁ ଆରମ୍ଭ କରିଥାନ୍ତେ ଚାଷ କାମ। କିନ୍ତୁ ପ୍ରଶାସନ ପକ୍ଷରୁ କେନାଲରେ ପାଣି ଛଡା ନ ଯିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଅସୁବିଧା ନେଇ…
ମଣ୍ଡିରେ ଅବ୍ୟବସ୍ଥା: ବର୍ଷା ଆଶଙ୍କା ସତ୍ତ୍ୱେ ଧାନ ଉଠାଉ ନାହାନ୍ତି ମିଲର
କୋରୁକୋଣ୍ଡା,୩।୧(ଡି.ଏନ୍.ଏ.) – ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ମାଲକାନଗିରି ଜିଲାର ସମସ୍ତ ମଣ୍ଡି ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। କିନ୍ତୁ ପୂର୍ବରୁ ମଣ୍ଡିରେ ପଡିଥିବା ଧାନକୁ ଏଯାଏ ମିଲରମାନେ ଉଠାଉ ନ ଥିବା ଅଭିଯୋଗ ହୋଇଛି।…
ଗୁଣିଗାରେଡ଼ି ସନ୍ଦେହରେ ଆକ୍ରମଣ: ଭୟରେ ଗାଁ ଛାଡ଼ିଲେ ପରିବାର ଲୋକେ
ରାୟଗଡ଼ା ଅଫିସ,୩।୧ – ସଚେତନତା ସତ୍ତ୍ୱେ ଲୋକଙ୍କ ମନରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଦୂର ହେଉନାହିଁ। ଗୁଣିଗାରେଡ଼ିକୁ କେନ୍ଦ୍ରକରି ବାରମ୍ବାର ଲୋକେ ଅଭାବନୀୟ କାଣ୍ଡ ଘଟାଉଛନ୍ତି ା ଆଇନକୁ ହାତକୁ ନେଉଛନ୍ତି ା ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ କନ୍ଧମାଳି…
ମଧ୍ୟାହ୍ନଭୋଜନ ରିପୋର୍ଟକୁ ନେଇ ସନ୍ଦେହ: ସ୍କୁଲ ଛୁଟି ଥାଇ ପିଲାଙ୍କୁ ମିଳିଛି ଖାଦ୍ୟ
କୋରୁକୋଣ୍ଡା ୩।୧(ଡି.ଏନ. ଏ) – ଛାତ୍ରୀଛାତ୍ରଙ୍କୁ ସ୍କୁଲମୁହାଁ କରିବାକୁ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍କୁଲ ଛୁଟି ଥିବା ସମୟରେ ମଧ୍ୟ ପିଲାଙ୍କୁ ଏହି ମଧ୍ୟାହ୍ନଭୋଜନ ମିଳିଥିବା ନେଇ ଏକ ତଥ୍ୟ ଅନ୍ଲାଇନ ମାଧ୍ୟମରେ ଜଣାପଡିଛି। ପ୍ରକାଶ ଯେ,…
ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ
ମୁନିଗୁଡ଼ା,୩।୧(ଡି.ଏନ୍.ଏ.) – ରାୟଗଡ଼ା ଜିଲା ମୁନିଗୁଡ଼ାର ଗୁପ୍ତା କଲୋନୀରେ ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନୂଆବର୍ଷରେ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଯୁବରାଜ ଚଣ୍ଡୀ (୩୦)। ସ୍ବାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ…
ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି
ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଗୁରୁବାର ସୁଧାକର ଓଦାଲୁଗାକୁ ତାରରେ ଶୁଖାଇବା…
ବର୍ଷ ଆରମ୍ଭରୁ ଦୁର୍ଘଟଣା: ୨ ଦିନରେ ୬ ମୃତ
ରାୟଗଡ଼ା ଅଫିସ/ଜୟପୁର/ପାଣ୍ଡ୍ରିପାଣି/ସୁନାବେଡ଼ା, ୨ା୧(ନି.ପ୍ର./ଡି.ଏନ୍.ଏ.): ନୂଆବର୍ଷ ଆରମ୍ଭରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ଗୁରୁତର ଓ ଆହତ ହୋଇଛନ୍ତି।…
୨୦ ଫୁଟ ତଳକୁ ଖସିଲା ଆଲୁମିନିୟମ ପାଉଡର ଲୋଡିଂ ଟ୍ୟାଙ୍କର: ଡ୍ରାଇଭର ମୃତ
ରାୟଗଡ଼ା ଅଫିସ, ୨।୧: ୩୨୬ ନଂ. ଜାତୀୟ ରାଜପଥର ଗୁମ୍ମା ଘାଟିରୁ ଗୁରୁବାର ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଖସିପଡ଼ିଛି। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ରାଘବେନ୍ଦ୍ର ସିଂ(୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ପୁଷ୍ପେନ୍ଦ୍ର ସିଂ ଗୁରୁତର ଆହତ…
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର
ରାୟଗଡ଼ା ଅଫିସ,୨।୧: ରାୟଗଡ଼ା ଜିଲା କୁର୍ଲୀ ପଞ୍ଚାୟତର ଉତକାପାଡ଼ୁ ଗ୍ରାମ ନିକଟରେ ଟ୍ରାକ୍ଟର ବାଇକ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ବାଇକ୍ ଚାଳକ କଣ୍ଡାଗରୀ କାନଟୁଙ୍କ ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ସୋନା ଉଲ୍ଲକା ଆହତ ହୋଇଛନ୍ତି। ସେ ରାୟଗଡ଼ା ଜିଲା ମୁଖ୍ୟ…
ବାଇକ୍କୁ ଧକ୍କା ଦେଲା କାର୍: ୨ ଗୁରୁତର
ରାୟଗଡ଼ା ଅଫିସ,୧।୧: ରାୟଗଡ଼ା ସହରର ସିରିଗୁଡ଼ା ନିକଟରେ ଥିବା ଜୟଗୁରୁ ମନ୍ଦିର ସମ୍ମୁଖରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍ (ଓଡି୧୮ଡି ୭୭୪୭) କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ଉକ୍ତ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଆରୋହୀ ବାରିଝୋଲାର…
Archives


