ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବିଷମକଟକ,୮ା୧୧: ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ। କାନରେ ଇୟରଫୋନ୍‌ ଲଗାଇ ରେଳ ଧାରଣାରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା ବିଷମକଟକ ଥାନା ଅଧୀନ ସାନ ମଟକବାଡ଼ି ଗ୍ରାମରେ। ମୃତ ଯୁବତୀ ହେଲେ ସେହି ଗ୍ରାମର କୁମାରୀ ଗାଣ୍ଟା(୨୫)। କୁମାରୀ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ଲଟାଗୁଡ଼ା ଗ୍ରାମରୁ ନିଜ ଗାଁକୁ ଫେରୁଥିଲେ। ଗାଁ ନିକଟ ଦେଇ ଯାଇଥିବା ରେଳ ଧାରଣାରେ ସେ ଚାଲି ଚାଲି ଆସୁଥିଲେ। ହେଲେ କାନରେ ଇୟରଫୋନ୍‌ ଲଗାଇ ସେ ଗୀତ ଶୁଣି ଆସୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ୍‌ ଯୁବତୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଦେହ ରେଳ ଧାରଣା କଡ଼ରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ଜିଆର୍‌ପି ପହଞ୍ଚି ମୃତଦେହ ଜବତକରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଚଳିତ ବର୍ଷ ନିଆରା ଓ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତଥର ଶ୍ରୀ ଜଗନ୍ନାଥଙ୍କ ମାଉସୀ…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ

କର୍ଲାମୁଣ୍ଡା,୧୮ା୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ବର୍ଷା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ…

କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ…

ବୁଣାକାର ପରିବାରର ପୁଅଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପାଇ ଆଣିଲେ ଗୌରବ

ଅମରପାଲି, ୧୮।୭ (ପୀତାମ୍ବର ସାହୁ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମର ଯତୀନ ମେହେର ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷାରେ…

ନିଟ୍‌ ପ୍ରବେଶିକା ପରୀକ୍ଷାରେ ସ୍ବରୂପା ପ୍ରିୟଦର୍ଶିନୀଙ୍କ ବଡ଼ ସଫଳତା: ୧୫ରୁ ୧୬ ଘଣ୍ଟା ପଢି…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟସ୍ଥ ନୂଆଁପଡ଼ା ଗ୍ରାମର ସ୍ବରୂପା ପ୍ରିୟଦର୍ଶିନୀ ମିଶ୍ର ଚଳିତ ବର୍ଷର ନିଟ୍‌ ପ୍ରବେଶିକା…

ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ରେ କମାଲ କଲେ ଅନୁତ୍ତମ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

ସୋନପୁର ୧୮।୭ (ମୃତ୍ୟୁଞ୍ଜୟ ଶତପଥୀ): ଜାତୀୟସ୍ତରର ପ୍ରତିଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସୋନପୁର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମୁଦାୟ…

ଦବିଗଲା ବସ୍‌, ସବୁଆଡ଼େ ଜଳାର୍ଣ୍ଣବ

ବରଗଡ଼,୧୮।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ମାତ୍ର ତାହା ମଧ୍ୟ ଅଧବାଟେ ଅଟକି ରହିଛି।…

ଅନନ୍ୟ ପରମ୍ପରା: ତୃତୀୟାରେ ତିନିରଥଙ୍କ ମହାମେଳଣ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ, ତାହା ନୁହେଁ। ଏହା ହେଉଛି ଲୋକଙ୍କ ପର୍ବ। ଏହିଦିନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତିନି ଠାକୁରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri