୫ ଲକ୍ଷ ଟଙ୍କାର ମୋବାଇଲ ଚୋରି କରିନେଲେ ଦୁର୍ବୃତ୍ତ

ମୁନିଗୁଡ଼ା,୧୯ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ରୋଡ୍‌ ହନୁମାନ ବଜାରରେ ବୁଧବାର ରାତିରେ ଗୋଟିଏ ମୋବାଇଲ ଦୋକାନ ଉପର ଟିଣ ଭାଙ୍ଗି ପ୍ରାୟ ୫ ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଛି ।  ବିଭିନ୍ନ ନାମୀଦାମୀ କମ୍ପାନୀର ମୋବାଇଲ ସହ କିଛି ମୋବାଇଲ ସାମଗ୍ରୀ ଏହି ଦୋକାନରେ ବିକ୍ରି ହେଉଥିବା ଜଣାପଡ଼ିଛି। ଗୁରୁବାର ସକାଳୁ ଖବର ପାଇ ମୁନିଗୁଡ଼ା ଏସ୍‌ଡିିପିଓ ଆକାଶ ଚନ୍ଦ୍ର ସାହୁ , ଏସ୍‌ଆଇ ଏ.କେ. ବିଶୋୟୀ, କନଷ୍ଟେବଳ ଶ୍ରୀନିବାସ ଦଳାଇ, ଏ.କେ.ଟି ଶବର, ସନ୍ତୋଷ ଶବରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ କରିବା ସହ ତନାଘନା ଆରମ୍ଭ କରିଛନ୍ତି। ତେବେ ସେହି ସ୍ଥାନରେ ଲାଗିଥିବା ଗୋଟିଏ ସିସି କ୍ୟାମେରାକୁ ଦୁର୍ବୃତ୍ତମାନେ ଗତି ବଦଳାଇ ଦେଇଥିବା ଜଣାପଡ଼ିଛି l ଶୀଘ୍ର ଯାଞ୍ଚ କରି ଚୋରିରେ ସାମିଲ ଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା : ଫସଲ ହାନୀ ସମ୍ଭାବନାକୁ ନେଇ ଚିନ୍ତାରେ ଚାଷୀ

ରାଜଗାଙ୍ଗପୁର/କୁତ୍ରା, ୨୪।୧୦ (ଡି.ଏନ.ଏ)-  ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ...

ପରୀକ୍ଷା ବାତିଲ ଦାବିକଲା ଛାତ୍ର କଂଗ୍ରେସ

ବରଗଡ଼ ଅଫିସ୍‌,୧୦।୬-ଯୁକ୍ତତିନି ଶେଷବର୍ଷ ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ କରିବା ପାଇଁ ବରଗଡ଼ ଜିଲା ଛାତ୍ର କଂଗ୍ରେସ ଦାବି କରିଛି । ଏହି ଦାବି ନେଇ...

ରାସ୍ତାରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ

ଢେଙ୍କିକୋଟ/କେନ୍ଦୁଝର,୨ା୯(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଜଣେ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା...

୧୦ ଲକ୍ଷର ରାସ୍ତା ୧୦ଦିନ ଗଲାନାହିଁ

ଯାଜପୁର ଅଫିସ,୧୪ା୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଗତ ପ୍ରାୟ ୫ ବର୍ଷ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମହାଦୁର୍ନୀତି ହେଉଥିବା...

ପେଟ୍ରୋଲ ପମ୍ପରେ ଗ୍ରାହକ ଶୋଷିତ

ନୟାଗଡ଼ ଅଫିସ,୧୨।୪: ନୟାଗଡ଼ ଜିଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲେ ହେଁ ଧରପଗଡ କରାଯାଉନି। ସେହିପରି ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁନି...

କୂଅକୁ ଠେଲି ଦାଦାଙ୍କୁ ହତ୍ୟା ଅଭିଯୋଗ, ପୁତୁରା ଅଟକ

ବଲାଙ୍ଗୀର ଅଫିସ, ୨୧।୧- ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସମ୍ପର୍କୀୟ କାକାଙ୍କୁ କୂଅ ଭିତରକୁ ଠେଲି ପୁତୁରା...

‘ଅନ୍ଧ ପରମ୍ପରା ଉଚ୍ଛେଦ ହେବ’:ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୬-୧୧:ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା...

ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ପୁଅ

ବିନିକା୧୮ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପାଲି ଗାଁର ଜଣେ ଯୁବକ ଗୁଜରାଟରେ ଫସି ରହିଛନ୍ତି। ସାପ କାମୁଡ଼ାରେ ତାଙ୍କ ମା’ଙ୍କ...

Advertisement


Archives

Model This Week