ଆସିଛି ୫ଶହ, କିଣା ହୋଇଛି ୧୧ଶହ କୁଇଣ୍ଟାଲ ଧାନ

ବିଷମକଟକ, ୧୯।୧୨: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ହାଟମୁନିଗୁଡ଼ା ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି। ଶୁକ୍ରବାର ମଣ୍ଡିକୁ ମାତ୍ର ୫ଶହ କୁଇଣ୍ଟାଲ ଧାନ ଆସିଥିବାବେଳେ ୧୧ଶହ କୁଇଣ୍ଟାଲ ଧାନ କିଣାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାଛଡ଼ା ଧାନ ବିକିବାକୁ ଆସୁଥିବା ଚାଷୀଙ୍କ ପାଇଁ ମଣ୍ଡିରେ କୌଣସି ବ୍ୟବସ୍ଥା କରାଯାଉ ନ ଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି।
ଶୁକ୍ରବାର ହାଟମୁନିଗୁଡା ମଣ୍ଡିକୁ ୧୦ ଗାଡିରେ ୧୦୦୦ ପ୍ୟାକେଟ୍‌ (୫ଶହ କୁଇଣ୍ଟାଲ) ଧାନ ଆସିଥିଲା। କିନ୍ତୁ ଦିନ ଶେଷ ବେଳକୁ କ୍ରୟକାରୀ ସଂସ୍ଥା ୧୧ଶହ.୯୦ କୁଇଣ୍ଟାଲ ଧାନ କିଣିଥିବା ନଥିପତ୍ରରେ ଦର୍ଶାଇଛି। ମିଲର ଏବଂ କ୍ରୟକାରୀ ସଂସ୍ଥାର ସଲାସୁତରାରେ ଏପରି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଚାଷୀମାନେ ମଣ୍ଡିରେ ଶୋଷଣର ଶୀକାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। କ୍ରୟକାରୀ ସଂସ୍ଥା ଧାନ କିଣିବା ପରେ ମିଲର ଧାନ ଉଠାଇବା କଥା। କିନ୍ତୁ କୁଇଣ୍ଟାଲ ପ୍ରତି ୧୫୦ରୁ ୨ଶ୦ ଟଙ୍କା ଦେଲେ ଧାନ ଉଠାଇବେ ବୋଲି ମିଲରମାନେ କହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ଡିରେ ଡାକୁଲୁଗୁଡାର ସୁମିତ୍ରା ଗୌଡ୫୦ କୁଇଣ୍ଟାଲ, ସିନ୍ଧିଙ୍ଗାର ଟଙ୍କଧର ରାଉତ ୯୮ କୁଇଣ୍ଟାଲ, ଶ୍ରୀନିବାସ କୁମାର ୫୯ କୁଇଣ୍ଟାଲ ଧାନ ବିକ୍ରି କରିବା ପରେ ମିଲରମାନେ ଧାନ ଉଠାଇବାକୁ ଟଙ୍କା ମାଗୁଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଧାନ ଉଠାଣ ନ ହେବାରୁ ଶ୍ରୀନିବାସ କୁମାର ବିକ୍ରି କରିଥିବା ଧାନକୁ ପୁଣି ନିଜ ଘରକୁ ନେଇ ଯାଇଥିବା କହିଛନ୍ତି। କମ୍‌ ଧାନ ଆସିଥିବାବେଳେ ଅଧିକ କିଣାଯାଇଥିବା ଅଭିଯୋଗ ସମ୍ପର୍କରେ ଲ୍ୟାମ୍ପ୍‌ସ ଏମ୍‌ଡି ଶାନ୍ତନୁ କୁମାର ସାହୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। କିଣା ଯାଇଥିବା ଧାନକୁ ମିଲରମାନେ ନେବାକୁ ବାଧ୍ୟ ବୋଲି ସେ କହିଛନ୍ତି। ମଣ୍ଡିରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି। ଏପରି ଅବ୍ୟବସ୍ଥା ଲାଗି ରହିଲେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri