ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟକରି ସ୍ବାମୀ ଗିରଫ

ରାୟଗଡ଼ା ଅଫିସ,୧୬ା୧୨: ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟକରି ସ୍ବାମୀ ଗିରଫ ହୋଇଛନ୍ତି। ରାୟଗଡ଼ା ଜିଲା ଗୁଣପୁର ଥାନା ପୋଲିସ ସୋମବାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳର ଗୋବିନ୍ଦ ରାଓ(୪୧)ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗୋବିନ୍ଦ ୨୦୧୦ରେ ରାୟଗଡ଼ା ଜିଲା ଗୁଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ବିବାହ ପରଠାରୁ ସେ ସ୍ତ୍ରୀଙ୍କୁ ନିର୍ଯାତନା ଦେଇଆସୁଥିଲେ। ଏଥିପାଇଁ ପୂର୍ବରୁ ଗୋବିନ୍ଦ ଜେଲ ମଧ୍ୟ ଯାଇଥିଲେ। ସେଠାରୁ ଫେରିବା ପରେ ସେ ପୁଣି ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ଭୟଭୀତ କରାଇଥିଲେ; ଯଦ୍ଦ୍ବାରା ମହିଳା ଜଣଙ୍କ ବାପଘରକୁ ଚାଲିଆସିଥିଲେ। ହେଲେ ଗୋବିନ୍ଦ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏ ନେଇ ଶନିବାର ମହିଳା ଜଣଙ୍କ ଗୁଣପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଜବତକରି ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ସର୍ବଣା ବିବେକ୍‌ ଏମ୍‌ ସୂଚନା ଦେଇଛନ୍ତି। ଏ ନେଇ ଗୁଣୁପୁର ଥାନାରେ ୨୨୧/୨୦ ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ ଧରପଗଡ଼, ଜରିମାନା ଆଦାୟ

ବୁଗୁଡା,୧୬।୭ (ଡି.ଏନ୍‌.ଏ.): ବୁଗୁଡା ଏନ୍‌ଏସିରେ ପ୍ରଶାସନ ପକ୍ଷରୁ ଶନିବାର ପଲିଥିନ ଧରପଗଡ଼ କରାଯାଇଥିଲା। ଏନ୍‌ଏସି କାର୍ଯ୍ୟ ନିବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ...

ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ।...

ଖବର ପ୍ରକାଶ ପରେ ରାସ୍ତା କାମ ଆରମ୍ଭ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକରୁ ଡେଙ୍ଗାଗୁଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଶୋଚନୀୟ ହୋଇ...

ଶ୍ୱଶୁରଘରୁ ଫେରୁଥିବା ବେଳେ ଦୁର୍ଘଟଣା: ଜ୍ୱାଇଁଙ୍କ ଜୀବନଗଲା

ପଦ୍ମପୁର,୧୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ମନ୍ଦାରଇ ଧାମରା ରାସ୍ତାରେ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ (ଇଚ୍ଛାପୁର) ବ୍ରହ୍ମପୁର...

ଓଭରବ୍ରିଜ ତଳକୁ ଖସିପଡିଲା ବାଇକ୍‌, ଇଂଞ୍ଜିନିୟର ମୃତ

କେନ୍ଦୁଝର,୨୦।୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ଧୃପଦା ଓଭର ବ୍ରିଜ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଖସି ପଡିଛି। ଫଳରେ ଜଣେ ଇଂଞ୍ଜିନିୟରଙ୍କ ମୃତ୍ୟୁ...

ହୀରାଧରବାଟି କେନାଲରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ହୀରାଧରବାଟି କେନାଲରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି (ୱାର୍ଡ ନଂ.୮)...

ମରୁଡ଼ି ଘୋଷଣା କର

କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଚଳିତ ବର୍ଷ ଚାଷପୋଯୋଗୀ ବର୍ଷା ଅଭାବରୁ କଳାହାଣ୍ଡି ଜିଲା କୋକସରା ବ୍ଲକର ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି। ଆସନ୍ନ...

ବସ୍ତା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ଦୌରାତ୍ମ୍ୟ, ଧରାପଡିଲେ ୪ ଲୁଟେରା

ବସ୍ତା, ୨୭।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ଲୋକଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ୪ ବାଇକ୍‌ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ...

Advertisement
Archives

Model This Week