ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ

ଗୁଣପୁର,୬ା୧୨(ଡି.ଏନ୍‌.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ ପରିସ୍ଥିତି। ଯୋଗାଣ ବିଭାଗ ଏବଂ ରାଜସ୍ବ ବିଭାଗ ମଧ୍ୟରେ ଛନ୍ଦି ହୋଇ ପଡିଥିବା ଚାଷୀ କହିଛନ୍ତି। ଚଳିତ ଖରିଫ ଋତୁ ପାଇଁ ଚାଷୀମାନେ ନିଜର ନାମ ଲ୍ୟାମ୍ପ୍‌ସ ମାଧ୍ୟମରେ ପଞ୍ଜିକରଣ କରିଥିଲେ। କେତ ସଂଖ୍ୟାରେ ନିଜ ଅଞ୍ଚଳର ଚାଷୀ ଲ୍ୟାମ୍ପ୍‌ସ ଜରିଆରେ ପଞ୍ଜିକରଣ କରିଛନ୍ତି ତାହାର ଏକ ରିପୋର୍ଟ ଲ୍ୟାମ୍ପ୍‌ସ ପକ୍ଷରୁ ଜିଲା ଯୋଗାଣ ବିଭାଗକୁ ଦିଆଯାଇଛି। ୧୦ ଏକରରୁ ଊର୍ଦ୍ଧ୍ୱ ଜମି ଥିବା ଚାଷୀଙ୍କ ତଥ୍ୟ ସଂଗ୍ରହ ନେଇ ଯୋଗାଣ ବିଭାଗ ସମ୍ପୃକ୍ତ ତହିସଲ ତଥା ରାଜସ୍ବ ବିଭାଗକୁ ଜଣାଇଥିଲେ। ଏପରି ପ୍ରକ୍ରିୟା ମଧ୍ୟରେ ଦେଖାଦେଇଛି ବିବାଦ। ତହସିଲ ବିଭାଗ ସେମାନଙ୍କ ତଥ୍ୟ ଯୋଗାଣ ବିଭାଗକୁ ପ୍ରଦାନ କରିଥିବା କହୁଥିବାବେଳେ ଯୋଗାଣ ବିଭାଗ ସେହି ତଥ୍ୟ ପାଇ ନ ଥିବା କହିଛି। ଏପରି ଉଭୟ ବିଭାଗର ଟଣା ଓଟରା ମଧ୍ୟରେ ଅନେକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଗୁଣପୁର ଉପଖଣ୍ଡରେ ୩୦ଟି ମଣ୍ଡି ରହିଛି। ଗତ ୨୭ ତାରିଖରେ ଏହି ମଣ୍ଡି ଖୋଲା ଯାଇଛି। ହେଲେ ଚାଷୀ ଟୋକନ ପାଇ ନ ଥିବାରୁ ଅନେକସ୍ଥାନରେ ଧାନକିଣା ଆରମ୍ଭ ହୋଇପାରୁନି। କାଁ ଭାଁ କେତେକ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଛି। ଫଳରେ ଅନେକ ସ୍ଥାନରେ ଜମିରେ ଓ ଘରେ ଧାନ ପଡି ରହିଛି। ଆଉ କେତେକ ଚାଷୀ ଶୀତ କାକରରେ ଖଳାରେ ଧାନ ଜଗି ରହିଛନ୍ତି। ଧାନ କ୍ରୟ ପାଇଁ ତୁରନ୍ତ ଟୋକନ ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଚାଷୀ ଅଭାବି ବିକ୍ରିର ଶୀକାର ହେବା ଆଶଙ୍କା ଉପୁଜିଛି। ତେଣୁ ଚାଷୀଙ୍କ ହିତ ଦୃଷ୍ଟିରୁ ତୁରନ୍ତ ସମସ୍ତ ବ୍ୟତିକ୍ରମ ଏବଂ ତ୍ରୁଟି ସୁଧାର କରି ଟୋକନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ଜିଲାପାଳ

ରାଉରକେଲା ଅଫିସ, ୮।୨: ରାଉରକେଲାର ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ...

କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି

ପୁରୀ ଅଫିସ୍‌,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ...

ଜନବସତି ନିକଟରେ ଖଣି ଷ୍ଟକ୍‌ୟାର୍ଡକୁ ବିରୋଧ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): ପଲ୍ଲୀସଭା ନ କରି, ବିନା ପ୍ରଦୂଷଣ ଅନୁମୋତିରେ ବାଂଶପାଳ ବ୍ଲକ୍‌ ତଳକଇଁସାରୀ ଗ୍ରାମରେ ଲୁହାପଥର ଷ୍ଟକ୍‌ୟାର୍ଡ ନିର୍ମାଣ ହେଉଛି। ଉକ୍ତ ସ୍ଥାନରୁ ଗଛ କଟାଯିବା...

ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍‌ରୁ ଚୋରା କେନ୍ଦୁପତ୍ର ଜବତ

ରେଢ଼ାଖୋଲ,୮।୧୦(ଡି.ଏନ୍‌.ଏ.): ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍‌ରୁ ମଙ୍ଗଳବାର ଅପରାହ୍ନରେ ରେଢ଼ାଖୋଲ ରେଳବାଇ ପୋଲିସ ଚଢ଼ାଉ କରି ଚାଲାଣ ହେଉଥିବା ୧୮ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି। ତେବେ...

‘ସାହିତ୍ୟରେ ନାରୀସ୍ବର ଶାଣିତ ରହିଛି’

ବଲାଙ୍ଗୀର ଅଫିସ, ୧୪ା୧ ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ୧୫ତମ ବଲାଙ୍ଗୀର ବହିହାଟର ପଞ୍ଚମ ସନ୍ଧ୍ୟା ସୋମବାର ସାହିତ୍ୟରେ ନାରୀ ସ୍ବର ଶୀର୍ଷକ ଆଲୋଚନାଚକ୍ର...

ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଦେବଗଡ଼, ୧୭।୧୦(ଡି.ଏନ୍‌.ଏ.): ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହାକୁ...

ବିନା ଭକ୍ତରେ ମେରୁ ଯାତ୍ରା

ସୋରଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବିନା ଭକ୍ତରେ ବୁଧବାର ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ସମସ୍ତ ମନ୍ଦିରରେ କଟକଣା ସହିତ ପୋଲିସ ମୁତୟନ କରାଯାଇଛି। ବିଧିମୁତାବକ ଦଣ୍ଡୁଆମାନଙ୍କୁ...

Advertisement
Archives

Model This Week