ପୃଥକ୍‌ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ମୁନିଗୁଡ଼ା/ଟିକିରି,୭ା୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲାରେ ପୃଥକ୍‌ ଦୁର୍ଘଟଣାରେ ସୋମବାର ୪ଜଣଙ୍କ ମୃତ୍ୟୁ ଘଟିଛି। ମୁନିଗୁଡ଼ା ଥାନା ଅଧୀନ ଦେଓକୁଗୁଲି ଛକରେ ସୋମବାର ଦୁଇ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉଭୟ ପାର୍ଶ୍ୱରୁ ୨ ବାଇକ୍‌ ଦ୍ରୁତଗତିରେ ଯିବା ସମୟରେ ଦେଓକୁଗୁଲି ଛକଠାରେ ଦୁଇ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ ୩ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁହେଁ ହେଲେ ପଶ୍ଚିମବଙ୍ଗର ଆସାମ୍ବଳ ମିର୍ଜା(୨୬) ଏବଂ କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳର ଦିବାକର ମାଝି(୩୪)। ସେହିପରି ଗୁରୁତର ବ୍ୟକ୍ତି ହେଲେ କୋଟଗଡ଼ର ସୋନାପାଟ ମାଝି(୩୮)।
ସେହିପରି କାଶୀପୁର ବ୍ଲକ୍‌ ଗୋଡ଼ିବାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିବାଲି ଘାଟିରେ ଏକ ଟିପ୍ପର ଓଲଟିପଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଜଣେ କୋଲନରା ଅଞ୍ଚଳର ଗାଡ଼ି ଚାଳକ ରଞ୍ଜନ ବୋଲି ଜଣାପଡ଼ିଥିବାବେଳେ ମୃତ ହେଲ୍‌ପରଙ୍କ ପରିଚୟ ମିଳି ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅପରାହ୍ନରେ କାଶୀପୁରରୁ ଶିକରପାଇ ଯାଉଥିବା ଟିପ୍ପର(ଓଡି୧୮ ଇ-୩୪୪୩) ବର୍ତ୍ତିବାଲି ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଖବରପାଇ କାଶୀପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri