ପୃଥକ୍‌ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ମୁନିଗୁଡ଼ା/ଟିକିରି,୭ା୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲାରେ ପୃଥକ୍‌ ଦୁର୍ଘଟଣାରେ ସୋମବାର ୪ଜଣଙ୍କ ମୃତ୍ୟୁ ଘଟିଛି। ମୁନିଗୁଡ଼ା ଥାନା ଅଧୀନ ଦେଓକୁଗୁଲି ଛକରେ ସୋମବାର ଦୁଇ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉଭୟ ପାର୍ଶ୍ୱରୁ ୨ ବାଇକ୍‌ ଦ୍ରୁତଗତିରେ ଯିବା ସମୟରେ ଦେଓକୁଗୁଲି ଛକଠାରେ ଦୁଇ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ ୩ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁହେଁ ହେଲେ ପଶ୍ଚିମବଙ୍ଗର ଆସାମ୍ବଳ ମିର୍ଜା(୨୬) ଏବଂ କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳର ଦିବାକର ମାଝି(୩୪)। ସେହିପରି ଗୁରୁତର ବ୍ୟକ୍ତି ହେଲେ କୋଟଗଡ଼ର ସୋନାପାଟ ମାଝି(୩୮)।
ସେହିପରି କାଶୀପୁର ବ୍ଲକ୍‌ ଗୋଡ଼ିବାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିବାଲି ଘାଟିରେ ଏକ ଟିପ୍ପର ଓଲଟିପଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଜଣେ କୋଲନରା ଅଞ୍ଚଳର ଗାଡ଼ି ଚାଳକ ରଞ୍ଜନ ବୋଲି ଜଣାପଡ଼ିଥିବାବେଳେ ମୃତ ହେଲ୍‌ପରଙ୍କ ପରିଚୟ ମିଳି ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅପରାହ୍ନରେ କାଶୀପୁରରୁ ଶିକରପାଇ ଯାଉଥିବା ଟିପ୍ପର(ଓଡି୧୮ ଇ-୩୪୪୩) ବର୍ତ୍ତିବାଲି ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଖବରପାଇ କାଶୀପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri