ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ସାହିବାସିନ୍ଦା

ମୁନିଗୁଡ଼ା,୯ା୧୧(ଡି.ଏନ୍‌.ଏ.): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ l ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବାଦ ସ୍ବରୁପ ସୋମବାର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ପାତ୍ରଗୁଡା ଗ୍ରାମରେ।
ପାତ୍ରଗୁଡା ଗ୍ରାମବାସୀଙ୍କ ପାଇଁ ଭୁରୁସିଖୁମାଠାରେ ତିଆରି ହୋଇଛି ପାନୀୟଜଳ ପ୍ରକଳ୍ପ। ଯେଉଁଥିରେ ଓଭରହେଡ୍‌ ଟାଙ୍କି ଅଛି କିନ୍ତୁ ହରିଜନ ସାହିବାସିନ୍ଦା ପାନୀୟଜଳରୁ ବଞ୍ଚିତ ହେଉଛନ୍ତି। ଗତ ୬ ବର୍ଷ ହେବ ହରିଜନ ସାହିରେ ଠିକ୍‌ ଭାବେ ପାଣି ଆସୁନି। ଏଥିସହ ଦୁଇଟି ନଳକୂପ ଅଛି, ତାହା ବି ଖରାପ ହୋଇରହିଛି। ଯେଉଁ ପାଣି ଆସୁଛି ତାହା ଗୋଳିଆ। ଏହାକୁ ପିଇ ନାନା ରୋଗରେ ସଂକ୍ରମିତ ହେଉଛନ୍ତି ସ୍ଥାନୀୟ ଲୋକେ। ସାହିକୁ ଯେପର୍ଯ୍ୟନ୍ତ ପାଣି ଆସିବନି ସେପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ଏବଂ ଆଗାମୀ ଦିନରେ ଯଦି ଦାବି ପୂରଣ ନ ହୁଏ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମର ଓ୍ବାର୍ଡମେମ୍ବର ଲଳିତା ହିଆଲ, ଗ୍ରାମବାସୀ ପ୍ରଦୀପ ହିଆଲ, କାଳିମତି କୁସୁଲିଆ, ମାଣିକ ଟାକ୍ରି, ପବିତ୍ର ବାଗ, ଗୁରସ୍ତି ନାଗ, ଅସ୍ମିତା ହିଆଲ, ତିଲଇ ହିଆଲ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନରେ ଗାଡ଼ି ନିୟୋଜିତ କଲେନି: ୧୪ ଗାଡ଼ି ମାଲିକଙ୍କୁ ନୋଟିସ

ଭଦ୍ରକ ଅଫିସ,୨୯।୧୦: ଧାମନଗର ଉପନିର୍ବାଚନ ପାଇଁ ଗାଡ଼ି ନିୟୋଜିତ ନ କରିବାରୁ ୧୪ ଗାଡ଼ି ମାଲିକଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି। ସନ୍ତୋଷଜନକ ଉତ୍ତର ନ...

ମତସାବ୍ୟସ୍ତ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨୨।୨(ଡି.ଏନ୍‌.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଜାରି ରହିଛି। ଗଜପତି ଜିଲାର କାଶୀନଗର ଓ ଗୁମ୍ମା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବରେ ଲୋକ...

ଭଙ୍ଗା ଘରେ କଟୁଛି କରୁଣାକରଙ୍କ ଜୀବନ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗ୍ରାମର କରୁଣାକର ସାହୁଙ୍କ ଛପର ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ଘର ମଧ୍ୟ ଭାଙ୍ଗି...

ରାଇସ୍‌ ମିଲ୍‌ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ପାଟଣା,୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ବଡ଼ପାଟଣା ପଞ୍ଚାୟତ କୁଆପଶି ମୌଜାରେ ୬ ଏକର ପରିମିତ ଜମିରେ ମେସର୍ସ ନାରାୟଣ ରାଇସ ମିଲ୍‌, ହୁଣ୍ଡଳା ତରଫରୁ...

ଆଜି ଓଡ଼ିଶା ଆସିବେ ନଡ୍ଡା

ଫୁଲବାଣୀ ଅଫିସ/ବାଲୁଗଁ।,୨୮ା୧୨(ଡି.ଏନ୍‌.ଏ.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୧ଟାରେ...

ନଜର ଆଢୁଆଳରେ ଶ୍ରୀଦଧିବାମନଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଅଫିସ, ୪ା୭: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟସ୍ଥିତ ତମାଳ କ୍ଷେତ୍ରାଧିପତି ଶ୍ରୀଦଧିବାମନଜୀଉ ମନ୍ଦିରକୁ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ୧୮୦...

ଦ୍ରୁତଗତିରେ ଗାଡ଼ି ଚାଳନା କାଳ ହେଲା: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ବାଲେଶ୍ୱର ଅଫିସ/ରସାଳପୁର(ଡି.ଏନ.ଏ), ୧୪।୬-ବାଲେଶ୍ୱର ସହର ନିକଟସ୍ଥ ଚାନ୍ଦିପୁର ରାସ୍ତାରେ ଶୁକ୍ରବାର ଅପରାହ୍ନ ସାଢେ ୨ଟା ବେଳେ ଏକ ସଡକ ଦୁର୍ଘଟଣା ଘଟି ୩ଜଣଙ୍କର ମୃତ୍ୟୁ ହୋଇଛି।...

୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଯୋଡ଼ା, ୨୧।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଗଣେଶ ଭବନଠାରେ ସୋମବାର ପୂର୍ବାହ୍ନରେ ଯୋଡା ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

Advertisement
Archives

Model This Week