ଆମ ଜିଲା ଖବର

ନାବାଳକଙ୍କ ପତ୍ତା ମିଳୁନି, ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): ଦୀର୍ଘ ଆଠଦିନ ହେଲା ଜଣେ ନାବାଳକ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିବାରୁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳକମ୍ପଡ଼ି କୁସୁମିତା ଗ୍ରାମର…

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା ଶକ୍ତିନଗର ୫ ସାରଣୀର ଅଯୋଧ୍ୟା ପାଣିଗ୍ରାହୀ (୪୨)। ଗୁରୁବାର ଅଯୋଧ୍ୟାଙ୍କୁ କେସ ନମ୍ବର ୯୮/୧୯…

ସେବାୟତଙ୍କ ମଧ୍ୟରେ ବିବାଦ: ୪ ଦିନ ଧରି ବନ୍ଦ ରହିଥିଲା ମା’ ହରଚଣ୍ଡୀ ମନ୍ଦିର, ଦେବୋତ୍ତର ବିଭାଗ ହସ୍ତକ୍ଷେପ ପରେ ନୀତିକାନ୍ତି ଆରମ୍ଭ

ନିଶ୍ଚିନ୍ତକୋଇଲି,୧୬।୫(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଛପଚିକଣା ମା’ ହରଚଣ୍ଡୀଙ୍କ ପୀଠରେ ନାଜିବନ୍ତ ସେବାୟତଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱକୁ କେନ୍ଦ୍ରକରି ଗତ ସୋମବାରଠାରୁ ମନ୍ଦିରରେ ତାଲା ପଡ଼ିଥିଲା। ଗୁରୁବାର ଦେବୋତ୍ତର ବିଭାଗର ହସ୍ତକ୍ଷେପ ପରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ…

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ଏଥିରେ ଡା.ମଧୁସ୍ମିତା ଦାସ, ଡା. ପୁଷ୍ପଲତା ସ୍ବାଇଁ, ଡା.ସୌମ୍ୟରଞ୍ଜନ ଗାହାଣ,…

ବଳାରଙ୍ଗ ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସୋନପୁର,୧୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବଳାରଙ୍ଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଉକ୍ତ ଗ୍ରାମର ଅଚ୍ୟୁତ ଭୋଇ(୨୨)ଙ୍କର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ଅଚ୍ୟୁତଙ୍କ…

ଝାଡ଼କୁସୁମି ଗ୍ରାମରେ ପାନୀୟ ଜଳ ସମସ୍ୟା: ୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ, କଳାହାଣ୍ଡି-ନବରଙ୍ଗପୁରକୁ ଯାତାୟାତ ଠପ୍‌

ପାପଡ଼ାହାଣ୍ଡି,୧୬।୫(ଡି.ଏନ୍‌.ଏ.): ପାନୀୟ ଜଳ ସମସ୍ୟା ନେଇ ଗୁରୁବାର ପାପଡ଼ାହାଣ୍ଡି ବ୍ଲକ ଝାଡ଼କୁସୁମି ଗ୍ରାମବାସୀ ୨୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡିଠାରୁ ନବରଙ୍ଗପୁର ଜିଲାକୁ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମରେ ମୋଟ…

ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବାରୁ ଗ୍ରାମକୁ ମାସେ ହେଲାଣି ଜଳଯୋଗାଣ ବନ୍ଦ ରହିଛି। ଏଥିଯୋଗୁ ଗ୍ରାମବାସୀ…

ତାତିଲେ ରାଣୀଗୋଡ଼ାବାସୀ : ବିଜୁଳି ଦିଅ, ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ, ୧୬।୫- ଅନୁଗୋଳ ଉପକଣ୍ଠ ରାଣୀଗୋଡ଼ା ନାୟକ ସାହିର ଲୋକେ ଅନୁଗୋଳ ସେସୁ କାର୍ଯ୍ୟାଳୟ ଆଗରେ ବୁଧବାର ଧାରଣା ଦେଇଥିଲେ। ଗ୍ରାମରେ ଲୋ ଭୋଲଟେଜ୍‌ ଯୋଗୁ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ପାଠ ପଢ଼ାରେ ମଧ୍ୟ ସମସ୍ୟା ଉପୁଜୁଛି।…

ଅର୍ଥ ଅମଳ କରୁଛି ପୌରପାଳିକା : ବସିବାଯୋଗ୍ୟ ନୁହେଁ ତାଳଚେର ବସ୍‌ଷ୍ଟାଣ୍ଡ

ତାଳଚେର,୧୬ା୫(ନି.ପ୍ର.)- କଳାହୀରାର ସହର ତାଳଚେର। ଏଠାରେ ଅଛି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଅର୍ଥର ଆଦୌ ଅଭାବ ନାହିଁ କହିଲେ ଚଳେ। ଜିଲା ଖଣିଜ ପାଣ୍ଠି ଅର୍ଥ ବି ପଡ଼ିରହିଛି ବର୍ଷ ବର୍ଷ ଧରି। ତଥାପି ଅବହେଳିତ ହୋଇପଡ଼ିଛି ତାଳଚେର ବସ୍‌ଷ୍ଟାଣ୍ଡ। ଏଠାରୁ…

ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଜୁଳି। ସବୁ ପ୍ରକାର ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଥିବା ନୂଆଗାଁରେ…

୯୩୬ଜଣ ଭୋଟଗଣତି କର୍ମଚାରୀଙ୍କୁ ତାଲିମ

ବ୍ରହ୍ମପୁର ଅଫିସ୍‌,୧୬ା୫-ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ଗଣତି ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲାର ୧୩ଟି ବିଧାନସଭା ଆସନ ଏବଂ ୨ଟି ଲୋକ ସଭା ଆସନର ଭୋଟ୍‌ଗଣତି ସକାଳ ୮ଟାରୁ ହେବ। ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଏବଂ ପରେ ଇଭିଏମ୍‌ର ଭୋଟ୍‌…

ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)- ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌। ଇତାର ବାହାରେ ତାକର କିଛି ଅଲଗ୍‌ କାମ୍‌ କି ଚିନ୍‌ତା ନାଇଁଥାଏ। ହେଲେ ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?