ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା

ନୂଆଗାଁ,୧୯।୬ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ନିର୍ମାଣ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଠିକାଦାରଙ୍କୁ ଦେଇ ତାହାର ତଦାରଖ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଦାନ କରିଯାଇଛି । କିନ୍ତୁ ଅନେକ ସ୍ଥାନରେ ତାହାର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସେ ସବୁ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ , ବିଭାଗୀୟ ମନ୍ତ୍ରୀ , ଜିଲାପାଳ, ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ନୂଆଗାଁ ବ୍ଲକ କୋରଡା ପଞ୍ଚାୟତର ରକ୍ତପଟା, ମୀନାଗାଡିଆ, ଟୁଣିଆପଡା ଓ ବେଲବଣିବାସୀ । ରକ୍ତପଟାଠାରୁ ମୀନାଗାଡିଆ ରାସ୍ତା ନିର୍ମାଣ ପାଇଁ ଲଗାଯାଇଥିବା ସୂଚନା ଫଳକ ଅନୁସାରେ ନିର୍ମାଣ ହେବାକୁଥିବା ୩.୨୦୦ କିମି ମଧ୍ୟରୁ ୨.୧୩୫ ରାସ୍ତା ପିଚୁ ଏବଂ ୧.୦୬୫ କି.ମି କଂକ୍ରିଟ କରାଯିବା ସହ ସେଥିରେ ୧୧ଟି ପୋଲ ନିର୍ମାଣ କରିବାର ନିର୍ଦ୍ଦେଶ ରହିଛି । ସେହି ସବୁ କାର୍ଯ୍ୟ ପାଇଁ ୧୫୦. ୧୧ ଲକ୍ଷ ଟଙ୍କା ଅନୁଦାନ ଦେବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ୨୮ା୫ା୨୦୧୮ଠାରୁ ଆରମ୍ଭ କରି ୨୭ା ୦୨ ା୨୦୧୯ରେ କାର୍ଯ୍ୟ ଶେଷ କରିବାର ନିର୍ଦ୍ଦେଶ ଥିବା ବେଳେ ଅଦ୍ୟାବଧି ଅଧା କାମ ହୋଇ ନଥିବା ଦେଖିବାକୁ ମିଳିଛି । ସୂଚନା ଫଳକରେ ୧୧ଟି ପୋଲ ନିର୍ମାଣର ସୂଚନା ଦିଆଯାଇଥିବା ବେଳେ ୬ଟି ନୂଆ ପୋଲ ନିର୍ମାଣ କରି ଗୋଟିଏ ପୁରୁଣା ପୋଲକୁ ମରାମତି କରାଯାଇଛି । ଆବଶ୍ୟକ ପରିମାଣର ସାମଗ୍ରୀ ଲଗାଯାଉ ନାହିଁ। ପିଚୁ ପକାଇବାର ଦୁଇଦିନ ପରେ ପିଚୁ ସବୁ ଉଠି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ବିଷୟରେ ଆରଡି ଏସଡିଓ ନାରାୟଣ ମୁର୍ମୁଙ୍କୁ ପଚାରିବାରେ କାମ ଠିକ ଚାଲିଛି ଏବଂ ଯେତିକି ପିଚୁ ପଡିଛି ମୋ ଉପସ୍ଥିତିରେ ପଡିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri