ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ: ଆବାସ ଯୋଜନାରୁ ବଁଚିତ୍‌ ଟିକ ହରିଜନ

ଭବାନୀପାଟଣା/କଲମପୁର,୧୯।୬(ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଅସାହାମାନକର ଲାଗି ଭିନେ ଭିନେ ଯୋଜନା ତିଆର କରି ଥଇଥାନ କରୁଛନ୍‌। ଇଥିରଲାଗି ସର୍ଭେ କରି ତାଲିକା ତିଆର କରୁଛନ୍‌। ହେଲେ ସର୍ଭେରେ ଭୁଲ ହେଉ କି ଯୋଜନା କାଯ୍‌କାରୀ କରୁଥିବାର ଅଧ୍‌କାରୀ କରମଚାରୀକଁର ଭୁଲ, ଅନେକ ଜାଗାରେ ସରକାରକଁର ଇ ମହତ୍‌ ଯୋଜନାରୁ ଅନେକ୍‌ ହକ୍‌ଦାର ହିତାଧିକାରୀ ବାଦ୍‌ ପଡ଼ୁଛନ୍‌। କେତେ ଜାଗାରେ ଅନେକ ଗରିବ୍‌ ଦୁଖି ଏସ୍‌ଇସିସି ତାଲିକାରୁ ବାଦପଡ଼ି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗଁାରେ।
ସୂଚନା ହିସାବେ ପାତ୍ରବସା ଗଁାର ଟିକ ହରିଜନ(୬୫)। ସେ ପଣ୍ଡିଗଁା ପଁଚେତ୍‌ର ୧୨୦ ନଂ. ବିପିଏଲ୍‌ ହିତାଧିକାରୀ। ସରକାରୀ ନିୟମ ଅନ୍‌ସାରେ ବିପିଏଲ୍‌ ହିତାଧିକାରୀମାନକୁ ଦରକାରୀ ସାମାନ ସଂଗେ ଅବାସ ଯୋଜନାରେ ସାମିଲ କରବାର କଥା। ହେଲେ ଟିକ ହରିଜନ ଝନେ ହକ୍‌ଦାର ହିତାଧିକାରୀ ହେଇ ବି ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍‌। ଏହେଦେ ସେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିଲାବେଲେ ଜୀବନ୍‌ ଯାକ ପେଟ କାଟି ଯାହା ସଁଚିଥିଲେ ସବୁ ଚିକିସତ୍ାରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଛନ୍‌। ଏନ୍‌ତା ପରିସ୍ଥିତିରେ ଗୁଟେ ବଖରା ଘରେ ପଁାଚ୍‌ ପରାନୀ କୁଟୁମ ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ସେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲେନ। ହେଲେ ଆଏଜ୍‌ତକ ସେ ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇଛନ୍‌। ବାପା ସାଧୁ ହରିଜନ ତାକର ଅମଲରେ ତିନ ବଖରା ଘର ତିଆର କରିଥିଲେ। ସେ ଭଂଗା ଦଦ୍‌ରା ଘର ଭିତରୁ ଟିକ ଗୁଟେ ବଖରାରେ ତାକର କୁଟୁମ ଧରି ବଡ଼ା ଗୁଲଗୁଲା ହେଇ ରହୁଛନ୍‌। ଇଆଡ଼େ ଅନେକ ଥିଲାବାଲା ଆବାସ ଯୋଜନାର ଲାଭ ପାଉଥିଲାବେଲେ ନିହାତି ଗରିବ୍‌ ଟିକ ହରିଜନ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଇଛନ୍‌। ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଯେନ୍‌ ହକ୍‌ଦାର ହିତାଧିକାରୀମାନେ ଏସ୍‌ଇସିସି ତାଲିକାରୁ ବାଦ୍‌ ପଡ଼ିଛନ୍‌, ଆମେ ସର୍ଭେ କରି ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରମୁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?