ଖରାରେ ଓଭରବ୍ରିଜ୍‌ ଉପରେ କାମ କରୁଛନ୍ତି ଶ୍ରମିକ: ବିପଜ୍ଜନକ କାର୍ଯ୍ୟ ସତ୍ତ୍ୱେ ନୀରବ ଶ୍ରମ ବିଭାଗ

ନିରାକାରପୁର,୧୯ା୬(ଡି.ଏନ୍‌.ଏ.)-ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ତାତି କମିନାହିଁ। ତେଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାବେ କୌଣସି ଶ୍ରମିକ କାର୍ଯ୍ୟ କରିବା ସରକାରୀ ନିୟମ ବିରୁଦ୍ଧ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ଷ୍ଟେଶନ ପରିସରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ମଙ୍ଗଳବାର ପ୍ରାୟ ୪୦ଡିଗ୍ରୀ ଖରାରେ ୩୦ଫୁଟ ଉଚ୍ଚତାବିଶିଷ୍ଟ ଓଭରବ୍ରିଜ୍‌ ଉପରେ ଚଢି ଅସୁରକ୍ଷିତ ଭାବେ ଜଣେ ରଙ୍ଗ ମିସ୍ତ୍ରୀ କାମ କରୁଥିବା ଦେଖିବାକୁ ମିଳିଛି ା ଶ୍ରମ ଅଧିକାରୀଙ୍କୁ ଏ ନେଇ ବାରମ୍ବାର ଅବଗତ କରାଯାଉଥିବାବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ ହେବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧିପାଉଛିା ଯାହା କଷ୍ଟ ହେଉପଛେ ଆମେ କାମ କରିବୁ ଏବଂ ଠିକାଦାରଙ୍କ ବିରୋଧରେ କିଛି କହିଲେ ଆମକୁ କାମ ମିଳିବନି ବୋଲି କେତେଜଣ ଶ୍ରମିକ କହିଛନ୍ତି। ଏନେଇ ଖୋର୍ଦ୍ଧା ଶ୍ରମ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ନିରାକାରପୁର ଅଞ୍ଚଳଟି ବାଲୁଗଁା ଶ୍ରମ ଅଧିକାରୀଙ୍କ ଅଧୀନରେ ରହିଛି। ମୁଁ ଏ ନେଇ ଅବଗତ କରାଇବି ଓ ସେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ା ତେବେ ବାଲୁଗାଁ ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତିଙ୍କ ଫୋନ୍‌ ନ ଲାଗିବାରୁ ତାଙ୍କ ମତାମତ ମିଳି ପାରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଜଟଣୀ ଦେଖିବ ପୁଣି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଜଟଣୀ,୨୧ା୪(ରବୀନ୍ଦ୍ରନାଥ ମହାକୁଡ଼)ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ବିଧାନସଭା କ୍ଷେତ୍ର ଅନ୍ୟତମ। ନିକଟରେ କଂଗ୍ରେସ ସନ୍ତୋଷ ଜେନାଙ୍କୁ ଏଠାରୁ ଟିକେଟ ଦେବା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri