ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ

ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ ପିଲାଛୁଆ ମିଶି ୧୪ ଜଣ। ୨ ଭାଇ ଗାଈ ରଖି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ବଟକୃଷ୍ଣଙ୍କ ଜଣେ ଭଉଣୀ ଜନ୍ମରୁ ଦୃଷ୍ଟିହୀନ ହୋଇଥିବାରୁ ସେ ଭାଇଙ୍କ ସହ ରହୁଛନ୍ତି। ସେହିପରି ବଟକୃଷ୍ଣଙ୍କ ଝିଅ ମଧ୍ୟ ଭିନ୍ନକ୍ଷମ। ଯୌଥ ପରିବାର ସାଙ୍ଗକୁ ୨ ଭିନ୍ନକ୍ଷମଙ୍କୁ ନେଇ ଚଳିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ଦୁର୍ଭାଗ୍ୟବଶତଃ ଗତ ମେ ୨୪ରେ ତାଙ୍କ ୬ବଖରା ଘର ପୋଡ଼ିଗଲା। ଦିନ ଦି’ପହରେ କିପରି ନିଅଁା ଲାଗିଲା ତାହା ଏବେ ମଧ୍ୟ ବୁଝିପାରୁନାହାନ୍ତି ବଟକୃଷ୍ଣ। ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିବା ବେଳକୁ ଘର ମଧ୍ୟରେ ଆଉ କିଛି ଜିନିଷପତ୍ର ନ ଥିଲା। ଘର କରଣା ଜିନିଷ ସହ କାଠ ସାମଗ୍ରୀ, ବର୍ଷକର ଧାନ, ଚାଉଳ ଆଦି ପୋଡ଼ି ନଷ୍ଟ ହୋଇଯାଇଥିଲା। ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିବାବେଳେ ଯେଉଁ ଝୁପୁଡ଼ି ଖଣ୍ଡିଏ ଥିଲା ତାହା ମଧ୍ୟ ୨ ଦିନ ପରେ ପୋଡ଼ିଗଲା। ଗଁା ଲୋକେ ଏହାକୁ ଭୌତ୍ତିକ କାଣ୍ଡ ଭାବି ଭୟଭୀତ ହୋଇପଡିଥିଲେ। ତହସିଲ ପକ୍ଷରୁ ବିପନ୍ନ ପରିବାରକୁ ପଲିଥିନ ଯୋଗାଇ ଦିଆଗଲା। ମାତ୍ର ବର୍ତ୍ତମାନ ବଟକୃଷ୍ଣଙ୍କ ଅବସ୍ଥା ନ କହିବା ଭଲ। ଅଦ୍ୟାବଧି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିବାବେଳେ ଘର ପାଇଁ ସେ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ୨ ଭାଇଙ୍କ ମଧ୍ୟରୁ ବଟକୃଷ୍ଣଙ୍କୁ ଗୋଟିଏ ଇନ୍ଦିରା ଆବାସ ମିଳିଥିବାବେଳେ ୧୪ ପ୍ରାଣୀ ଗୋଟିଏ ଘରେ ରହିବା ସମ୍ଭବ ନୁହେଁ। ତେଣୁ ଝାଟିମାଟି ଘରେ ଗୋଟିଏ ପାର୍ଶ୍ୱରେ ଗାଈ ରଖିଥିବାବେଳେ ଅନ୍ୟ ପାର୍ଶ୍ୱରେ ରୋଷେଇ କରୁଛନ୍ତି। ରୋଷେଇ ସରିବା ପରେ ସେଇଠାରେ ଶୋଉଛନ୍ତି। ଆଗକୁ ବର୍ଷାଦିନ ଆସୁଥିବାରୁ ବଟକୃଷ୍ଣଙ୍କ ଚିନ୍ତା ବଢିଯାଇଛି। ଗାଈ ବାଛୁରୀଙ୍କ ସହ ଗୃହାଳ ଘରେ
ଅସ୍ବାସ୍ଥ୍ୟକର ପରିବେଶରେ ରହିବାକୁ ଏହି ପରିବାର ବାଧ୍ୟ ହେଉଛନ୍ତି। ତେଣୁ ସରକାରୀ ସାହାଯ୍ୟ କିଛି ମିଳିଲେ ହୁଏତ ଆଉ ଖଣ୍ଡେ ଘର କରିପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ୨ ଭାଇଙ୍କ ଦୁଃଖ ସେତିକିରେ ସରିନାହିଁ। ଝିଅ ନିୟତି ଜେନାଙ୍କୁ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ୧୯ ନଭେମ୍ବର ୨୦୧୩ରେ ଶତକଡ଼ା ୪୫ ପ୍ରତିଶତ ଭିନ୍ନକ୍ଷମ ଥିବା ପ୍ରମାଣପତ୍ର ମିଳିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ। ଭିନ୍ନକ୍ଷମ ଭତ୍ତା ପାଇଁ ୬ ମାସ ହେଲା ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ମିଳିନି। ନିଜେ ଚାଲିପାରୁ ନ ଥିବାରୁ ବିଭିନ୍ନ ସ୍ଥାନରେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି। ଅର୍ଥାଭାବରୁ ଝିଅକୁ ଡାକ୍ତରଖାନା ନେଇପାରୁ ନ ଥିବା କହିଛନ୍ତି ବଟକୃଷ୍ଣ। ତେଣୁ ଏହି ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦେବାଶିଷ ସ୍ବାଇଁଙ୍କୁ ପଚାରିବାରେ ଯଦି ସେ ଆବେଦନ କରିଥିବେ ତେବେ ତାଙ୍କୁ ଯଥାଶୀଘ୍ର ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri