ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଚାଲିଛି। ଏ ସମ୍ପର୍କରେ ଧରିତ୍ରୀ ସମେତ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା ପରେ ପୋଲିସ ନିଦ ଭାଙ୍ଗିଛି। ମଙ୍ଗଳବାର ଜଗତ୍‌ସିଂହପୁର ପୋଲିସ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ ୪.୭୩ ଗ୍ରାମ ବ୍ରାଉନ ସୁଗାର ଓ ଏକ ବାଇକ୍‌ (ନଂ.ଓଡି ୦୫ଭି ୩୮୫୧) ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାର୍କଣ୍ଡପୁର ଗୋପାଳସାଗରର ବାବୁ ଓରଫ ଜଗନ୍ନାଥ ମହାନ୍ତି, ମାଧପୁରର ବିଭୁ ଓରଫ ଚନ୍ଦନ ମଲ୍ଲିକ ଓ ବବୁଲ ଓରଫ ଜିତନ ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଜେରା ପରେ ର଼୍ୟାକେଟ୍‌ର ଚେର ବହୁତ ଲମ୍ବିଥିବା ସୂଚନା ମିଳିଛି। କିନ୍ତୁ ଖବର ଲେଖାହେବା ପର୍ଯ୍ୟନ୍ତ ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇନାହିଁ।
ଜଗତ୍‌ସିଂହପୁରରେ ଚାଲିଥିବା ବ୍ରାଉନ ସୁଗାର କାରବାରର ଚେର କଟକକୁ ଲମ୍ବିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ୧୭ ତାରିଖ ରାତିରେ ଗୋପାଳସାଗର ଓ ଗାନ୍ଧୀ ଛକ ମଝି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବ୍ରାଉନ ସୁଗାର କାରବାର ଚାଲିଥିବା ସୂଚନା ମିଳିଥିଲା। ଚଢାଉ ସମୟରେ ଅଭିଯୁକ୍ତମାନେ ଧରାପଡିଥିଲେ। ଏସ୍‌ଆଇ ଚିତ୍ତରଞ୍ଜନ ବରାଳଙ୍କ ଅଭିଯୋଗକ୍ରମେ ମାମଲା ନଂ.୨୧୭/୧୯ ରୁଜୁ ହୋଇଛି। କିନ୍ତୁ ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇପାରିନାହିଁ। ଅଭିଯୁକ୍ତମାନଙ୍କୁ ପଚରାଉଚୁରା ପରେ ମାଷ୍ଟର ମାଇଣ୍ଡ କଟକର ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଗିରଫ ପୂର୍ବରୁ ତାଙ୍କ ନଁା ଓ ଠିକଣା ଆଦି ପୋଲିସ ପ୍ରଘଟ କରିବାକୁ ଚାହୁଁନି।
ବ୍ରାଉନ ସୁଗାର ଏତେ ସହଜରେ କିପରି ଜଗତ୍‌ସିଂହପୁର ଓ ଜିଲାର ବିଭିନ୍ନ ପ୍ରାନ୍ତକୁ ଯାଇପାରୁଛି, ତାହାକୁ ନେଇ କେତେକ ତଥ୍ୟ ହସ୍ତଗତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପାଖାପାଖି ୫୦ ଯୁବକ ଏହି କାରବାରରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପାଉଡର କଟକରୁ ଜଗତ୍‌ସିଂହପୁର ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ଆସୁଛି। କେତେବେଳେ ବାଇକ୍‌ ତ କେତେବେଳେ କାର ବ୍ୟବହାର ହେଉଛି। ପାଉଡର ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଦଳ ରହିଛି। ଜଣଙ୍କୁ ସବୁ ସମୟରେ ବ୍ୟବହାରରେ ଲଗାଯାଉନି। ଏକ ପ୍ରକାର ଗାଡି ମଧ୍ୟ ସବୁବେଳେ ବ୍ୟବହାର ହୋଇ ନ ଥାଏ। ଅଧିକ ପରିମାଣର ପାଉଡର ଜଣଙ୍କୁ ଦିଆଯାଏ ନାହିଁ। ଏକାଧିକ ଯୁବକ ଛୋଟ ଛୋଟ ପ୍ୟାକେଟ୍‌ ଧରି କଟକରୁ ବାହାରି ଜଗତ୍‌ସିଂହପୁରରେ ପହଞ୍ଚତ୍ଥାନ୍ତି। ରାସ୍ତା ମଧ୍ୟ ଆବଶ୍ୟକସ୍ଥଳେ ବଦଳାଯାଏ। ଏପରି କି ବେଳେ ବେଳେ ବସରେ ମଧ୍ୟ ଏହା ପଠାଯାଉଛି। ଅନୁରୂପ ଭାବେ ଜିଲାର ବିଭିନ୍ନ ପ୍ରାନ୍ତକୁ ବ୍ରାଉନ ସୁଗାର ପଠାଯାଉଛି। ପାଉଡର ପହଞ୍ଚତ୍ବା ପରେ ପରିବହନକାରୀ ନାଟକୀୟ ଢଙ୍ଗରେ ସ୍ଥାନ ଛାଡି ଖସିଯାଆନ୍ତି। ଚୋରା ବ୍ୟବସାୟୀମାନେ ଛୋଟ ଛୋଟ ପ୍ୟାକେଟ୍‌ କରି ବିକ୍ରି କରୁଛନ୍ତି।
୨ ବର୍ଷ ପୂର୍ବରୁ ଜିଲାରେ ବ୍ରାଇନ୍‌ ସୁଗାର କାରବାର ଚାଲିଛି। ମାତ୍ର ସେତେବେଳେ ଯେଉଁ ପରିମାଣରେ ବିକ୍ରି ହେଉଥିଲା, ଏବେ ତାହା ଢେର୍‌ ଗୁଣ ବଢିଯାଇଛି। ପୋଲିସ ଓ ଅବକାରୀ ବିଭାଗର ନିଷ୍ଟ୍ରିୟତା ଯୋଗୁ ଏହି କାରବାର ଖୋଲାଖୋଲି ଚାଲିଛି। ଫଳରେ ଜିଲାର ବହୁ ଯୁବଗୋଷ୍ଠୀ ଏହି ନିଶା ଦ୍ୱାରା କବଳିତ ହେଲେଣି। ବିଶେଷକରି ସ୍ଥାନୀୟ ଏସ୍‌ଭିଏମ୍‌ ମହାବିଦ୍ୟାଳୟର ବହୁ ଛାତ୍ର ଓ ସ୍ଥାନୀୟ ଯୁବକ ବ୍ରାଉନ ସୁଗାର ସେବନ କରିଥିବା ନଜିର ରହିଛି। ପୋଲିସ ମଧ୍ୟ ଚଢାଉ କରି ସତ୍ୟାସତ୍ୟ ଜାଣିଛି। କିନ୍ତୁ ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନଙ୍କୁ ତାଗିଦ କରି ଛାଡିଦେଇଛି। କିଛି ଦିନ ତଳେ ମହିଳାମାନେ ସ୍ବର ଉତ୍ତୋଳନ କରି ତୁରନ୍ତ ଗୋପାଳସାଗର ଅଞ୍ଚଳରୁ ଚୋରା ମାଦକଦ୍ରବ୍ୟ କାରବାର ବନ୍ଦ କରାଯାଉ ବୋଲି ଜଗତ୍‌ସିଂହପୁର ଥାନାରେ ଦାବି କରିଥିଲେ। ଗତ ୧ ତାରିଖରେ ଜଗତ୍‌ସିଂହପୁର ଥାନା ପକ୍ଷରୁ ଚଢାଉ କରାଯାଇ ଗୋପାଳସାଗର ଅଞ୍ଚଳରୁ ୭୭୦ ଗ୍ରାମର ବ୍ରାଉନ ସୁଗାର ପ୍ୟାକେଟ୍‌ ଜବତ କରାଯାଇଥିଲା। ଏନେଇ ଏସ୍‌ଆଇ ରବିନ୍ଦ୍ରନାରାୟଣ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୧୯୫/୧୯ ରୁଜୁ କରିଥିଲା। ଉକ୍ତ ମାମଲାରେ ପୋଲିସ ମାର୍କଣ୍ଡପୁରର ଜଣେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri