ଜଗତ୍ସିଂହପୁର ଅଫିସ,୧୯ା୬: ଜଗତ୍ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଚାଲିଛି। ଏ ସମ୍ପର୍କରେ ଧରିତ୍ରୀ ସମେତ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା ପରେ ପୋଲିସ ନିଦ ଭାଙ୍ଗିଛି। ମଙ୍ଗଳବାର ଜଗତ୍ସିଂହପୁର ପୋଲିସ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ ୪.୭୩ ଗ୍ରାମ ବ୍ରାଉନ ସୁଗାର ଓ ଏକ ବାଇକ୍ (ନଂ.ଓଡି ୦୫ଭି ୩୮୫୧) ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାର୍କଣ୍ଡପୁର ଗୋପାଳସାଗରର ବାବୁ ଓରଫ ଜଗନ୍ନାଥ ମହାନ୍ତି, ମାଧପୁରର ବିଭୁ ଓରଫ ଚନ୍ଦନ ମଲ୍ଲିକ ଓ ବବୁଲ ଓରଫ ଜିତନ ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଜେରା ପରେ ର଼୍ୟାକେଟ୍ର ଚେର ବହୁତ ଲମ୍ବିଥିବା ସୂଚନା ମିଳିଛି। କିନ୍ତୁ ଖବର ଲେଖାହେବା ପର୍ଯ୍ୟନ୍ତ ର଼୍ୟାକେଟ୍ର ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇନାହିଁ।
ଜଗତ୍ସିଂହପୁରରେ ଚାଲିଥିବା ବ୍ରାଉନ ସୁଗାର କାରବାରର ଚେର କଟକକୁ ଲମ୍ବିଛି। ଏ ସମ୍ପର୍କରେ ଜଗତ୍ସିଂହପୁର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ୧୭ ତାରିଖ ରାତିରେ ଗୋପାଳସାଗର ଓ ଗାନ୍ଧୀ ଛକ ମଝି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବ୍ରାଉନ ସୁଗାର କାରବାର ଚାଲିଥିବା ସୂଚନା ମିଳିଥିଲା। ଚଢାଉ ସମୟରେ ଅଭିଯୁକ୍ତମାନେ ଧରାପଡିଥିଲେ। ଏସ୍ଆଇ ଚିତ୍ତରଞ୍ଜନ ବରାଳଙ୍କ ଅଭିଯୋଗକ୍ରମେ ମାମଲା ନଂ.୨୧୭/୧୯ ରୁଜୁ ହୋଇଛି। କିନ୍ତୁ ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇପାରିନାହିଁ। ଅଭିଯୁକ୍ତମାନଙ୍କୁ ପଚରାଉଚୁରା ପରେ ମାଷ୍ଟର ମାଇଣ୍ଡ କଟକର ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଗିରଫ ପୂର୍ବରୁ ତାଙ୍କ ନଁା ଓ ଠିକଣା ଆଦି ପୋଲିସ ପ୍ରଘଟ କରିବାକୁ ଚାହୁଁନି।
ବ୍ରାଉନ ସୁଗାର ଏତେ ସହଜରେ କିପରି ଜଗତ୍ସିଂହପୁର ଓ ଜିଲାର ବିଭିନ୍ନ ପ୍ରାନ୍ତକୁ ଯାଇପାରୁଛି, ତାହାକୁ ନେଇ କେତେକ ତଥ୍ୟ ହସ୍ତଗତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପାଖାପାଖି ୫୦ ଯୁବକ ଏହି କାରବାରରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପାଉଡର କଟକରୁ ଜଗତ୍ସିଂହପୁର ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ଆସୁଛି। କେତେବେଳେ ବାଇକ୍ ତ କେତେବେଳେ କାର ବ୍ୟବହାର ହେଉଛି। ପାଉଡର ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଦଳ ରହିଛି। ଜଣଙ୍କୁ ସବୁ ସମୟରେ ବ୍ୟବହାରରେ ଲଗାଯାଉନି। ଏକ ପ୍ରକାର ଗାଡି ମଧ୍ୟ ସବୁବେଳେ ବ୍ୟବହାର ହୋଇ ନ ଥାଏ। ଅଧିକ ପରିମାଣର ପାଉଡର ଜଣଙ୍କୁ ଦିଆଯାଏ ନାହିଁ। ଏକାଧିକ ଯୁବକ ଛୋଟ ଛୋଟ ପ୍ୟାକେଟ୍ ଧରି କଟକରୁ ବାହାରି ଜଗତ୍ସିଂହପୁରରେ ପହଞ୍ଚତ୍ଥାନ୍ତି। ରାସ୍ତା ମଧ୍ୟ ଆବଶ୍ୟକସ୍ଥଳେ ବଦଳାଯାଏ। ଏପରି କି ବେଳେ ବେଳେ ବସରେ ମଧ୍ୟ ଏହା ପଠାଯାଉଛି। ଅନୁରୂପ ଭାବେ ଜିଲାର ବିଭିନ୍ନ ପ୍ରାନ୍ତକୁ ବ୍ରାଉନ ସୁଗାର ପଠାଯାଉଛି। ପାଉଡର ପହଞ୍ଚତ୍ବା ପରେ ପରିବହନକାରୀ ନାଟକୀୟ ଢଙ୍ଗରେ ସ୍ଥାନ ଛାଡି ଖସିଯାଆନ୍ତି। ଚୋରା ବ୍ୟବସାୟୀମାନେ ଛୋଟ ଛୋଟ ପ୍ୟାକେଟ୍ କରି ବିକ୍ରି କରୁଛନ୍ତି।
୨ ବର୍ଷ ପୂର୍ବରୁ ଜିଲାରେ ବ୍ରାଇନ୍ ସୁଗାର କାରବାର ଚାଲିଛି। ମାତ୍ର ସେତେବେଳେ ଯେଉଁ ପରିମାଣରେ ବିକ୍ରି ହେଉଥିଲା, ଏବେ ତାହା ଢେର୍ ଗୁଣ ବଢିଯାଇଛି। ପୋଲିସ ଓ ଅବକାରୀ ବିଭାଗର ନିଷ୍ଟ୍ରିୟତା ଯୋଗୁ ଏହି କାରବାର ଖୋଲାଖୋଲି ଚାଲିଛି। ଫଳରେ ଜିଲାର ବହୁ ଯୁବଗୋଷ୍ଠୀ ଏହି ନିଶା ଦ୍ୱାରା କବଳିତ ହେଲେଣି। ବିଶେଷକରି ସ୍ଥାନୀୟ ଏସ୍ଭିଏମ୍ ମହାବିଦ୍ୟାଳୟର ବହୁ ଛାତ୍ର ଓ ସ୍ଥାନୀୟ ଯୁବକ ବ୍ରାଉନ ସୁଗାର ସେବନ କରିଥିବା ନଜିର ରହିଛି। ପୋଲିସ ମଧ୍ୟ ଚଢାଉ କରି ସତ୍ୟାସତ୍ୟ ଜାଣିଛି। କିନ୍ତୁ ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନଙ୍କୁ ତାଗିଦ କରି ଛାଡିଦେଇଛି। କିଛି ଦିନ ତଳେ ମହିଳାମାନେ ସ୍ବର ଉତ୍ତୋଳନ କରି ତୁରନ୍ତ ଗୋପାଳସାଗର ଅଞ୍ଚଳରୁ ଚୋରା ମାଦକଦ୍ରବ୍ୟ କାରବାର ବନ୍ଦ କରାଯାଉ ବୋଲି ଜଗତ୍ସିଂହପୁର ଥାନାରେ ଦାବି କରିଥିଲେ। ଗତ ୧ ତାରିଖରେ ଜଗତ୍ସିଂହପୁର ଥାନା ପକ୍ଷରୁ ଚଢାଉ କରାଯାଇ ଗୋପାଳସାଗର ଅଞ୍ଚଳରୁ ୭୭୦ ଗ୍ରାମର ବ୍ରାଉନ ସୁଗାର ପ୍ୟାକେଟ୍ ଜବତ କରାଯାଇଥିଲା। ଏନେଇ ଏସ୍ଆଇ ରବିନ୍ଦ୍ରନାରାୟଣ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୧୯୫/୧୯ ରୁଜୁ କରିଥିଲା। ଉକ୍ତ ମାମଲାରେ ପୋଲିସ ମାର୍କଣ୍ଡପୁରର ଜଣେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।
ଜଗତ୍ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ
Posted inଜଗତ୍ସିଂହପୁର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

