ବିପଦ ସଂକେତ ଊର୍ଦ୍ଧ୍ୱରେ ଜଳକା: ଦିନ୨ଟା ସୁଦ୍ଧା ଜଳସ୍ତର ୬.୧୭ ମିଟର
ବସ୍ତା,୧୯।୮(ସ୍ବ.ପ୍ର.): ବିପଦ ସଂକେତ ଊର୍ଦ୍ଧ୍ୱରେ ବାଲେଶ୍ୱର ଜିଲାର ଜଳକା ନଦୀ ପ୍ରବାହିତ ହେଉଛି। ମଥାନୀଠାରେ ଜଳ ସ୍ତରର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ.େସାମବାର ଦିନ ୨ଟା ସୁଦ୍ଧା ଏଠାରେ ଜଳସ୍ତର ୬.୧୭ ମିଟର ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି…
ବାଲିମେଳା ଡ୍ୟାମ୍ର ୨ଟି ଗେଟ୍ ଖୋଲିଲା
କୋରୁକୋଣ୍ଡା, ୧୯।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳ ଭଣ୍ଡାରର ୨ଟି ଗେଟ୍ ସୋମବାର ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଜଳ ନିଷ୍କାସନ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା…
୨ ଟ୍ରକ୍ ମୁହାଁମୁହିଁ: ୧ ମୃତ, ୪ ଆହତ
ସମ୍ବଲପୁର, ୧୯।୮(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ…
ବଲାଙ୍ଗୀର ବର୍ଷାବିପନ୍ନଙ୍କ ପାଇଁ ସହାୟତା ସଂଗ୍ରହ
ବରଗଡ଼ ଅଫିସ, ୧୯।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉକ୍ତ ଜିଲାର ବର୍ଷାବିପନ୍ନଙ୍କୁ ସହାୟତା କରିବା ପାଇଁ ବରଗଡ଼ ଜିଲା ଖଣ୍ଡହଥାର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ଆଗେଇ ଆସିଛି । ଏହି…
ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ
ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି ଠାବ କରିଛି। ପରେ ସେମାନଙ୍କୁ ସ୍ଥାନୀୟ ପାରାଦୀପ ମଡେଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ…
ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋଗ୍ରାଫର ତ୍ରିନାଥ ସମ୍ବର୍ଦ୍ଧିତ
ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଫଟୋଗ୍ରାଫର୍ସ ୱେଲଫେୟାର୍ ଆସୋସିଏଶନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଖଲିକୋଟ କଲେଜ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଅର୍ବାନବ୍ୟାଙ୍କ ରୋଡ,…
ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି
ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ୧୨ ଦିନ ଧରି ଜାହାଜଟି ସେଠାରେ ରହିଛି।…
ବିପଦସଂକେତ ଟପିଲା ଜଳକା
ବସ୍ତା,୧୯ା୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ବିଭିନ୍ନ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଗଙ୍ଗାହାର ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା ବେଳେ ଜଳକା ନଦୀରେ ବନ୍ୟାଜଳ ରବିବାର ବିପଦ ସଂକେତ ଅତିକ୍ରମ କରିଛି। ବସ୍ତା ବ୍ଲକ…
ବିଷାକ୍ତ ମଦ ପିଇ ଜଣେ ମୃତ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
ପଦ୍ମପୁର,୧୯।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର – ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୪୨) ମଦ ପିଇ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ…
ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ
ପୁରୀ ଅଫିସ,୧୯।୮ : ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଶାସନ ପକ୍ଷରୁ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଉଚ୍ଛେଦ କରାଯାଇଛି। ଶୌଚାଳୟ, ସାମଗ୍ରୀ ଘର ଭଙ୍ଗା ଯାଇଛି। ମାତ୍ର ଦକ୍ଷିଣ…
ପେଦ୍ର ଦିଗାଲ ମୃତ୍ୟୁ ଘଟଣା ହତ୍ୟା: ଅଭିଯୋଗ ଆଣିଲେ ପରିବାର
ଫୁଲବାଣୀ ଅଫିସ, ୧୯ା୮-କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତ କୁଡୁପାକିଆ ଗ୍ରାମର ପେଦ୍ର ଦିଗାଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପେଦ୍ରଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ୨୩ ଦିନ ପରେ ପରିବାର ଲୋକଙ୍କ…
ଦୁବାଇ ହସ୍ପିଟାଲରେ ପଡିରହିଛି ଓଡ଼ିଆ ମିସ୍ତ୍ରିଙ୍କ ମୃତଦେହ: ଗାଁକୁ ଆଣିବାକୁ ନିବେଦନ କଲେ ସ୍ତ୍ରୀ
ଖଲ୍ଲିକୋଟ/ଛତ୍ରପୁର, ୧୯ା୮ (ଡି.ଏନ.ଏ.)-ଦୁବାଇରେ ଜଣେ ଓଡିଆ ମିସ୍ତ୍ରୀଙ୍କର ୧୬ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଦୁବାଇର ଏକ ହସ୍ପିଟାଲରେ ପଡିରହିଛି। ସେ ହେଲେ ଖଲ୍ଲିକୋଟ ଥାନା ଅଧୀନ ତେନ୍ତୁଳିଆପଲ୍ଲୀ ନିକଟ କୈଠରାଗାଁର ଜୟ ଦଳେଇ (୪୫)। ତାଙ୍କର ହୃଦ୍ଘାତରେ ମୃତ୍ୟୁ…

