ମା’ ତାରିଣୀଙ୍କ ହୁଣ୍ଡି ଗଣତି: ରେକର୍ଡ ପରିମାଣର ଦାନଅର୍ଥ ସଂଗ୍ରହ

ଘଟଗାଁ, ୧୧ା୯(ଡି.ଏନ୍‌.ଏ.)- ଘଟଗାଁ ମା’ ତାରିଣୀଙ୍କୁ ଭକ୍ତଙ୍କ ଦାନଅର୍ଥ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମଙ୍ଗଳବାର ଖୋଲାଯାଇ ଗଣତି କରାଯାଇଛି। ଏଥିରୁ ନଗଦ ଅର୍ଥ ୧୮ଲକ୍ଷ ୮୯ ହଜାର ୭୮୮ ଟଙ୍କା ମିଳିଥିବାବେଳେ ସୁନା ଅଳଙ୍କାର ୭୨ ଗ୍ରାମ ୫୧୦ ମିଲିଗ୍ରାମ ମିଳିଥିଲା। ଯାହାକି ଅଗଷ୍ଟ ମାସରେ ସର୍ବାଧିକ ରେକର୍ଡ଼ ବୋଲି ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଜଣାଯାଇଛି। ଏହି ଗଣତିକୁ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମନ୍ଦିର ପରିସର ଥିବା ଦାନବାକ୍ସ (ହୁଣ୍ଡି) ୧୩ ଗୋଟି ଦିନ ୧୧ଟା ବେଳେ ଖୋଲାଯାଇ ଟ୍ରଷ୍ଟବୋର୍ଡ଼ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଗଣତିବେଳେ ମନ୍ଦିର ପରିଚାଳନା ବୋର୍ଡ଼ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଗଣତିବେଳେ ମନ୍ଦିର କର୍ମଚାରୀ ଅକ୍ଷୟ ବେହେରା, ହରେକୃଷ୍ଣ ପଲେଇ, ଶରତ ବେହେରା, ରମେଶ ଚନ୍ଦ୍ର ରାଉତ, ନାରାୟଣ ମୁଖୀ, ଅବନୀ ଜେନା, ପ୍ରାଣବନ୍ଧୁ ସରାଡିଆ, ଚନ୍ଦ୍ରାମୁଖୀ, ରଞ୍ଜନ ସାହୁ, ମହେଶ୍ୱର ସାହୁ, ହରିହର ମହାନ୍ତ, ଅରୁଣ ନାଏକ, ମହେଶ୍ୱର ଦେହୁରୀ, ଗଗନବାଳ ବାବୁଲିସା, ଚକ୍ରଧର ନାଏକ, କୁଳମଣି ପଲେଇ ପ୍ରମୁଖ ୨୫ରୁ ଊର୍ଦ୍ଧ୍ୱ କର୍ମଚାରୀ ଗଣତିବେଳେ ଉପସ୍ଥିତ ଥିଲେ। ତେବେ ଏହି ଦାନ ଅର୍ଥ ଚଳିତ ମାସ ରେକର୍ଡ ପରିମାଣ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri