ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୁନିଆ ପର୍ବ:ସୁନା ଥାଳିଆରେ କାକରାପିଠା ଭୋଗଲାଗି

ଓଡ଼ଗାଁ ୧୧।୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ମଙ୍ଗଳବାର ସୁନିଆ ପର୍ବ ପାଳିତ ହୋଇଛି। ଏହି ଅବସରରେ ଶ୍ରୀଜୀଉଙ୍କୁ ୩ ସୁନାଥାଳିଆରେ ୩ ବାଡ ସ୍ବତନ୍ତ୍ର କାକରା ପିଠା ଲାଗି କରାଯାଇଛି ା ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସୁନିଆ ଓ ବାମନ ଜନ୍ମ ମହୋତ୍ସବ ପାଳନ କରାଯାଇଥିଲା। ଏହି ଦିନଠାରୁ ଗଜପତି ମହାରାଜାଙ୍କ ନାମରେ ନୂତନ ଅଙ୍କ ପ୍ରଚଳନ କରାଯାଇ ୧୪୨୭ସାଲ ଆରମ୍ଭ ହୋଇଛି ା ବାମନ ଜନ୍ମ ଅବସରରେ ପରମ୍ପରା ଅନୁସାରରେ ଶ୍ରୀଜୀଉମାନେ ନୂତନ ପାଟବସ୍ତ୍ର, ବନାରସୀ ପୋଷାକ, ସୁବର୍ଣ୍ଣ ମୁକୁଟ ସହିତ ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ା ସୁନିଆ ପାଳନ ଉପଲକ୍ଷେ ଶ୍ରୀଜୀଉଙ୍କ ବିଜେ ପ୍ରତିମା ସୁନିଆ ନୀତିଲାଗି ଜୟ ବିଜୟ ଦ୍ୱାରକୁ ବିଜେ ହୋଇ ସୁବର୍ଣ୍ଣ ସିଂହାସନ ଉପରେ ଉପବେଶନ କରିଥିଲେ ା ବିଜେ ପ୍ରତିମାଙ୍କୁ ଷୋଡଶ ଉପଚାର ବିଧିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ୩ ବାଡ କାକରା ରାଜ ଭୋଗ (ପିଠା) ୩ଟି ସୁବର୍ଣ୍ଣ ଥାଳିରେ ନୈବେଦ୍ୟ ଅର୍ପଣ କରାଯାଇଥିଲା ା ଏହା ସହିତ ଶ୍ରୀଜୀଉଙ୍କୁ ମହା ଆଳତି ଲାଗି କରାଯାଇଥିଲା ା ବର୍ଷକରେ ଥରେ ବାମନ ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଥାଳିରେ ଏହି ବିଶେଷ ଭୋଗ ଲାଗି କରାଯିବା ପରମ୍ପରା ମନ୍ଦିର ପ୍ରତିଷ୍ଠା ଦିନରୁ ପ୍ରଚଳିତ ହୋଇଆସୁଛି ା ଏହା ସହିତ ଶ୍ରୀଜୀଉଙ୍କ ସେବାରେ ଥିବା ଛତିଶା ନିଯୋଗ ତଥା ପୂଜକ ସେବକ, କର୍ମଚାରୀ, ଶ୍ରଦ୍ଧାଳୁ ଓ ଅଧିକାରୀମାନେ ପ୍ରଭୁଙ୍କୁ ଅଙ୍କ ଭେଟି ପ୍ରଦାନ କରି ପ୍ରଭୁକୃପା ଲାଭ କରିବାକୁ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ା ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟାହ୍ନ ଧୂପ ସହିତ ଶ୍ରୀଜୀଉଙ୍କ ଦିବା ପହୁଡ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri