ରାସ୍ତା ଉପରେ ଝୁଲିରହିଛି ବିଦ୍ୟୁତ୍‌ ତାର:ବିପଦ ଆଶଙ୍କାରେ ସାହିବାସୀ

ଖଣ୍ଡପଡା,୧୧ା୯(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳ ଦେଇ ଯାଇଛି ଦଶପଲ୍ଲା-ଖୋର୍ଦ୍ଧା ରାଜ୍ୟ ରାଜପଥ। ଏହି ରାସ୍ତାର କଣ୍ଟିଲୋ ଅଞ୍ଚଳରେ ବିଦ୍ୟୁତ୍‌ ତାର ଝୁଲିରହିଥିବାରୁ ବିଭିନ୍ନ ସାହି, ବସ୍ତିର ଲୋକେ ବିପଦ ଆଶଙ୍କା କରିଛନ୍ତି।
ଖଣ୍ଡପଡା ସେସୁ ବିଭାଗର କଣ୍ଟିଲୋ ବିଦ୍ୟୁତ୍‌ ସେକ୍ସନ ଅଧୀନରେ ପ୍ରାୟ ୧୩୦ କିଲୋ ମିଟର ୧୧ କେଭି ଓ ଏଲ୍‌ଟି ଲାଇନ ରହିଛି ା ଉକ୍ତ ଲାଇନ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଟଣାଯାଇଥିବା ବେଳେ ପୁରୁଣା ତାର ବଦଳାଯାଇ ନାହିଁ। ଏହାଛଡା ୧୧ କେଭି ବିଦ୍ୟତ୍‌ ତାର ସହିତ ଗୃହମାନଙ୍କୁ ଯାଇଥିବା ସର୍ଭିସ ଲାଇନଗୁଡିକ ଅଧିକାଂଶ ସ୍ଥାନରେ ଝୁଲି ରହିଛି ା ବିଶେଷ କରି ଦଶପଲ୍ଲ-ଖୋର୍ଦ୍ଧା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ୪୮ ନମ୍ବର ରାଜ୍ୟ ରାଜପଥ ଭାବେ ଘୋଷଣା କରାଯାଇ ନବୀକରଣ କରାଯିବାରୁ ଏହି ରାସ୍ତା ପ୍ରାୟ ଏକଫୁଟ ଉଚ୍ଚା ହୋଇଯାଇଛି ା କଣ୍ଟିଲୋ ମୁଖ୍ୟ ବଜାରରେ ସିମେଣ୍ଟ ରାସ୍ତା ଉପରୁ ଏହି ଏଲଟି ଲାଇନ ଓ ୧୧ କେଭି ଲାଇନର ଉଚ୍ଚତା ପ୍ରାୟ ୧୦/୧୫ଫୁଟ ରହିଛି ା ପ୍ରତ୍ୟହ ଉକ୍ତ ବଜାର ରାସ୍ତା ଦେଇ ଶତାଧିକ ଭରିଯାନ ସହିତ ଯାତ୍ରୀବାହୀ ବସ୍‌, ଟ୍ରକ, ଜେସିବି ଆଦି ଚଳାଚଳ କରୁଛି ା ଅନେକ ସୟରେ ବିଭିନ୍ନ ଭାରିଯାନ ଓ ଯାତ୍ରୀବାହୀ ବସ୍‌ରେ ଲଦା ହୋଇଥିବା ସାମଗ୍ରୀ ରାସ୍ତା ଉପରେ ଝୁଲି ରହିଥିବା ଲାଇନରେ ମାଡ ହୋଇ ବିଦ୍ୟୁତ୍‌ ତାର ଛିଣ୍ଡିଯିବାର ନଜିର ରହିଛି ା ବିଗତ ଦିନରେ ଏକ ଯାତ୍ରୀବାହୀ ବସ୍‌ ଛାତ ଉପରେ ବସିଥିବା ଜଣେ ବ୍ୟକ୍ତି ତାର ସଂସ୍ପର୍ଶରେ ଆସି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ଗତ ଅଗଷ୍ଟ ୮ ତାରିଖରେ କୌଣସି ଏକ ଗାଡିରେ ଲୋଡ୍‌ହୋଇଥିବା ସାମଗ୍ରୀ ଝୁଲି ରହିଥିବା ବିଦ୍ୟୁତ ଲାଇନରେ ଲାଗିଯିବାରୁ ତାରଗୁଡିକ ୧୦/୧୫ ଫୁଟ ଯାଏ ଟାଣି ହୋଇ ଯାଇଥିଲା ା ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡି ଉପରେ ବସି ଯାଉଥିବା କୌଣସି ଯାତ୍ରୀ ଯଦି ଅନ୍ୟମନସ୍କ ହୋଇ ହାତ ଉପରକୁ ଟେକି ଦିଅନ୍ତି ତେବେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ନିଶ୍ଚିତ। ଏହି ଲାଇନକୁ ଉପରକୁ ଉଠାଇବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏହାର ପ୍ରତିକାର ହେଉନାହିଁ ା ଏ ସମ୍ପର୍କରେ ନୟାଗଡ ସେସୁ ଡିଭିଜନର ମ୍ୟାନେଜର ତଥା ନିର୍ବାହୀଯନ୍ତ୍ରୀ ସୁଜିତ କୁମାର ସାହୁ କହନ୍ତି, ପୂର୍ତ୍ତ ବିଭାଗ ରାସ୍ତା ନବୀକରଣ କରୁଥିବାରୁ ଏହା ସ୍ବାଭାବିକ ଭାବେ ଉଚ୍ଚା ହେଉଛି ା ସେହି ଅନୁପାତରେ ବିଦ୍ୟୁତ୍‌ ଲାଇନ କିପରି ଉଚ୍ଚ ହେବ ସେ ଦିଗରେ ପୂର୍ତ୍ତ ବିଭାଗ ଯନତ୍ଶୀଳ ହେବା କଥା। ବିଦ୍ୟୁତ୍‌ ବିଭାଗର ସୀମିତ ଅର୍ଥରେ ରାସ୍ତା ଉପରୁ ଏତେଗୁଡିଏ ଖୁଣ୍ଟ ଓ ବିଦ୍ୟୁତ୍‌ ଲାଇନକୁ ଅଧିକ ଉଚ୍ଚରେ ରଖିବା ସମ୍ଭବ ନୁହେଁ ା ଏ ସମ୍ପର୍କରେ ଜିଲାପାଳ ଓ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ ା ତଥାପି ଭବିଷ୍ୟତରେ ଯଦି ମେଣ୍ଟେନାନ୍ସ ପାଇଁ ଅଧିକ ଅର୍ଥ ଆସେ ତେବେ ଏ ଦିଗରେ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବେ ବୋଲି ସେ ସୂଚନା ଦେଇଥିଲେ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା କହନ୍ତି, ବିଦ୍ୟୁତ୍‌ ତାର ବା ଖୁଣ୍ଟ ଉଠାଇବା ନେଇ ଆମ ସେଭଳି କିଛି ବ୍ୟବସ୍ଥା ନାହିଁ। ଟେଣ୍ଡର ଡକାଯାଇ ଠିକାଦାର ମାଧ୍ୟମରେ ଏସବୁ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri