ରଣପୁର ବଡଦାଣ୍ଡ ପାଲଟିଛି ନର୍ଦ୍ଦମା:ଡ୍ରେନ ସ୍ଥାନରେ କଂକ୍ରିଟ ରାସ୍ତା ,ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ପ୍ଲାନ ଡାକିଆଣିଛି ଦୁର୍ଦ୍ଦଶା

ରଣପୁର,୧୧ା୯(ସ୍ବ.ପ୍ର.): ଡ୍ରେନ ପାଇଁ ସ୍ଥାନ ନ ଛାଡି ସମୁଦାୟ ଅଞ୍ଚଳରେ କଂକ୍ରିଟ ରାସ୍ତା କରିଦେବାରୁ ନୂଆ ଜଗନ୍ନାଥ ସଡକର ରଣପୁର ବଡଦାଣ୍ଡ ନର୍ଦ୍ଦମା ପାଲଟିଛି। ଡ୍ରେନ ନ ଥିବାରୁ ବର୍ଷାଜଳ ଦୋକାନ ଘରେ ଓ ସ୍ଥାନୀୟ ଲୋକଙ୍କ ଘରେ ପଶୁଛି। ରାସ୍ତାରେ ବର୍ଷାଜଳ ଲହଡି ଭାଙ୍ଗି କୃତ୍ରିମ ପୋଖରୀ ସୃଷ୍ଟି କରୁଛି। ଅନ୍ୟପକ୍ଷେ ରାସ୍ତା ଉପରେ ବର୍ଷାଜଳ ବାରମ୍ବାର ପ୍ରବାହିତ ହୋଇ ଝର ବାହାରିଲାଣି। ବର୍ଷା ନ ହେଲେ ମଧ୍ୟ ରଣପୁର ବଜାର ରାସ୍ତା ତଥା ବଡଦାଣ୍ଡରେ ଝରଣା ପରି ଜଳ ପ୍ରବାହିତ ହେଉଛି। ଏପରି ସ୍ଥିତି ପଥଚାରୀ, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁର୍ଦ୍ଦଶା ଡାକି ଆଣିଥିବାବେଳେ ଝରଜଳ ରାସ୍ତାକୁ ନଷ୍ଟ କରିଚାଲିଛି । ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ପ୍ଲାନ ଯୋଗୁ ସାଧାରଣ ଲୋକେ ନର୍କଯନ୍ତ୍ରଣା ଭୋଗୁଛନ୍ତି। ଏହାର ସମାଧାନ କରିବାକୁ ହେଲେ ରାସ୍ତା ତାଡି ଡ୍ରେନ କରାଯିବ। ଏଥିପାଇଁ ପୁଣି ଲକ୍ଷାଧିକ ଟଙ୍କା ବ୍ୟୟ ହେବ। ରାସ୍ତା ନିର୍ମାଣ ନଁାରେ ସରକାରୀ ଅର୍ଥ ଅପବ୍ୟୟ ହେଉଥିଲେ ମଧ୍ୟ ପ୍ରଶାସନିକ ଓ ସରକାରୀ ସ୍ତରରେ ପଦକ୍ଷେପ ନାହିଁ।
ରଣପୁରରେ ଥିବା ଶ୍ରୀଜଗନ୍ନାଥଙ୍କ ପୀଠ ୨ୟ ଶ୍ରୀକ୍ଷେତ୍ର ରୂପେ ପରଚିତ। ଏଠାରେ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡା ଯାତ୍ରା ହୁଏ। ଏହି ଯାତ୍ରା ରଣପୁର ବଜାର ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡକ ଉପରେ ହୋଇଥାଏ। ରଥଯାତ୍ରା ଓ ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ରଣପୁର ବଜାରର ପ୍ରାୟ ଦେଢ଼କିମି ବଡଦାଣ୍ଡକୁ ସରକାର ଓସାରିଆ କରି ନିର୍ମାଣ କରିଥିଲେ। ହେଲେ ନିର୍ମାଣ ସମୟରେ ଡ୍ରେନ କରି ନ ଥିଲେ । ଏପରି କି ଡ୍ରେନ ପାଇଁ ସ୍ଥାନ ନ ଛାଡି ସମୁଦାୟ ଅଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କରିଦେଲେ। ରାସ୍ତା ନିର୍ମାଣ ସମୟରେ ଡ୍ରେନ ନର୍ମାଣ ଦାବି ଉଠିଥିଲା। ହେଲେ ଲୋକଙ୍କ ଦାବିକୁ ଉପେକ୍ଷା କରାଯାଇ କେବଳ ରାସ୍ତା ନିର୍ମାଣ କରାଗଲା । ଏବେ ରାସ୍ତା ଉପରେ ଝର ଫିଟିବାରୁ ସିଉଳି ହୋଇ ଦୁର୍ଘଟଣା ଘଟିଲାଣି। ଏ ସମ୍ପର୍କରେ ରଣପୁର ଏନ୍‌ଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କୁହନ୍ତି, ରାସ୍ତା ନିର୍ମାଣ ବେଳେ ଉଭୟ ପାର୍ଶ୍ୱରେ ଡ୍ରେନର ଆବଶ୍ୟକତା ଥିଲା। ଏ ନେଇ ଲୋକଙ୍କ ଦାବି ମଧ୍ୟ ରହିଥିଲା। କିନ୍ତୁ ପୂର୍ତ୍ତ ବିଭାଗ ଡ୍ରେନ ନ କରିବାକୁ ସାଧାରଣ ଲୋକ, ପଥଚାରି ହଇରାଣ ହେଉଛନ୍ତି। ଘରେ ପାଣି ପଶୁଛି । ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ ପଟ୍ଟନାୟକ କୁହନ୍ତି, ରାସ୍ତା ନିର୍ମାଣ ବେଳେ ଡ୍ରେନ ନ ହେବାରୁ ଲୋକମାନଙ୍କ ଘରେ ପାଣି ପଶୁଛି। ପୁଣି ରାସ୍ତାରେ ପାଣି ଯାଉଛି। ଏଣୁ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ପୁଣି ଡ୍ରେନ କରାଯିବାକୁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri