ସରକାରୀ ନିର୍ଦ୍ଦେଶକୁ ବେଖାାତିର: ସ୍କୁଲ ବ୍ୟାଗ୍‌ର ଓଜନ କମିଲାନି

ବଡବିଲ, ୧୧।୯(ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବ୍ୟାଗର ଓଜନ କମାଇବାକୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଖାସକରି କେନ୍ଦୁଝର ଜିଲା ଯୋଡା-ବଡବିଲ ଅଞ୍ଚଳରେ ଥିବା ଘରୋଇ ସ୍କୁଲ ଗୁଡିକ ଏହି ନିର୍ଦ୍ଦେଶନାମା ମାନିବାକୁ ଆଗଭର ହେଉନାହାନ୍ତି। ଫଳରେ ଆବଶ୍ୟକଠାରୁ ଅଧିକ ଓଜନର ବ୍ୟାଗ ବୋହି କୋମଳମତି ଛାତ୍ରୀଛାତ୍ରମାନଙ୍କର ଅବସ୍ଥା ବେହାଲ ହୋଇପଡୁଛି।
ସୂଚନା ଯୋଗ୍ୟ ଯେ, ସ୍କୁଲ ବ୍ୟାଗ୍‌ ଓଜନ ନିୟମକୁ କଡାକଡି କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକ ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଜିଲାର ଜିଲା ଶିକ୍ଷାଧିକାରୀ ଏବଂ ଜିଲା ପ୍ରକଳ୍ପ ସଂଯୋଜକଙ୍କ ନେତୃତ୍ୱରେ ଏକ ସ୍କ୍ବାଡ ନିର୍ମାଣ କରାଯିବ ଓ ଏହି ସ୍ବାଡରେ ବ୍ଲକ ଶିକ୍ଷାଧିକାରୀ ଓ ଥାନାଧିକାରୀ ପ୍ରମୁଖ ସଦସ୍ୟ ରହି ବିଭିନ୍ନ ସରକାରୀ ଓ ଘରୋଇ ସ୍କୁଲ ଗୁଡିକୁ ଗସ୍ତ କରି ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗର ଓଜନ ଯାଂଚ କରିବେ। ତେବେ ବିଭାଗ ପକ୍ଷରୁ ହୋଇଥିବା ଏଭଳି ନିର୍ଦ୍ଦେଶନାମାସତ୍ତ୍ୱେ ନିୟମ କଡାକଡିଭାବେ ଲାଗୁ ହୋଇପାରିନାହିଁ। ଏହା ୍ଯଯତୀତ ସ୍କୁଲ ଗୁଡିକରେ ଏନସିଇଆରଟି(ନ୍ୟାଶନାଲ କାଉନସିଲ ଅଫ ଏଜୁକେଶନ ରିସର୍ଚ୍ଚ ଏଣ୍ଡ ଟ୍ରେନିଂ) ଏବଂ ଏସସିଇଆରଟି(ଷ୍ଟେଟ କାଉନସିଲ ଅଫ ଏଜୁକେଶନ ରିସର୍ଚ୍ଚ ଏଣ୍ଡ ଟ୍ରେନିଂ)ର ନିର୍ଦ୍ଧାରିତ ପୁସ୍ତକାନୁଯାୟୀ ପାଠ୍ୟକ୍ରମ ରହିବାକୁ ନିର୍ଦ୍ଦେଶ ରହିଥିଲେହେଁ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କିମ୍ବା ଯାଞ୍ଚ କରାଯାଉନାହିଁ ଫଳରେ ଘରୋଇ ସ୍କୁଲ ଗୁଡିକ ସରକାରୀ ନିର୍ଦ୍ଦେଶନାମାକୁ ଖାତିର କରୁନଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲାପାଳ ନଚେତ୍‌ ଶିକ୍ଷା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri