ସାହିରୁ ବାସନ୍ଦ ହୋଇଥିଲେ ବୋଲି କାନ୍ଧ ଦେବାକୁ ଆସିଲେନି କେହି: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ନୟାଗଡ଼ ଅଫିସ,୧୧।୯-ସାହି ଲୋକେ ଏକ ପରିବାରକୁ ବାସନ୍ଦ କରିଥିଲେ। ଉକ୍ତ ପରିବାରର ସୁଖଦୁଃଖରେ ସାହିଲୋକେ ସାମିଲ ହେଉ ନ ଥିଲେ। ସେମାନଙ୍କୁ ମଧ୍ୟ ସାହିର ଭଲମନ୍ଦରେ ଯୋଗ ଦେବାକୁ ବାରଣ କରାଯାଇଥିଲା। ଫଳରେ ଏକଘରକିଆ ହୋଇ ଖୁବ୍‌ କଷ୍ଟରେ ଜୀବନ ବିତାଉଥିଲେ ଉକ୍ତ ପରିବାର ସଦସ୍ୟ। ଏପରିସ୍ଥିତିରେ ମଙ୍ଗଳବାର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ପରିବାର ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ କିମ୍ବା ସତ୍କାର ଲାଗି ମୃତଦେହ ମଶାଣିକୁ ନେବାକୁ ସାହିର କେହି ଜଣେ ବି ଉକ୍ତ ପରିବାର ପାଖରେ ଉପସ୍ଥିତ ହେଲେ ନାହିଁ। ମୃତକଙ୍କ ଏକମାତ୍ର ପୁଅ ଥିବାବେଳେ ମଶାଣିକୁ ନେବା ପାଇଁ ଚାରି କାନ୍ଧର ଆବଶ୍ୟକ ଥିବାରୁ ଦୀର୍ଘ ୬ଘଣ୍ଟା କାଳ ଘରେ ପଡିରହିଲା ମୃତଦେହ। ପରେ ସରପଞ୍ଚଙ୍କ ହସ୍ତକ୍ଷେପ ଯୋଗୁ ଗ୍ରାମର ଅନ୍ୟ ଲୋକଙ୍କ ସହଯୋଗରେ ମୃତଦେହ ମଶାଣିକୁ ନିଆଯାଇ ସତ୍କାର କରାଯାଇଥିଲା।
ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ସଦର ବ୍ଲକ ଗମ୍ଭାରିଡିହି ଗ୍ରାମର ବଣିଆସାହିରେ। ବଣିଆସାହିର ଶ୍ରୀଧର ସାଥୁଆଙ୍କ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୃତ୍ୟୁ ଘଟିଥିଲା। କୌଣସି ଏକ ବିବାଦକୁ ନେଇ ତାଙ୍କ ସାହି ଜାତିଭାଇ ଦୀର୍ଘ ବର୍ଷ ହେଲାଣି ଶ୍ରୀଧରଙ୍କ ପରିବାରକୁ ବାସନ୍ଦ କରି ରଖିଥିଲେ। ପୂର୍ବରୁ ଶ୍ରୀଧରଙ୍କ ଘରେ ଯାହାର ମୃତ୍ୟୁ ହେଉଥିଲା ତାଙ୍କ ମୃତଦେହକୁ ଶ୍ରୀଧର ଓ ତାଙ୍କର ଏକମାତ୍ର ପୁଅ ଧନେଶ୍ୱର ମଶାଣିକୁ ନେଇ ସତ୍କାର କରୁଥିଲେ। ତେବେ ଶ୍ରୀଧରଙ୍କ ମୃତ୍ୟୁ ପରେ ଧନେଶ୍ୱର ସାହିଲୋକଙ୍କୁ ଯାଇ ମୃତଦେହ ମଶାଣିକୁ ନେବା ପାଇଁ ଡାକିବାରୁ କେହି ଆସି ନ ଥିଲେ। ପରେ ଧନେଶ୍ୱର ଏ ନେଇ ସରପଞ୍ଚଙ୍କୁ ଜଣାଇଥିଲେ। ଗମ୍ଭାରିଡିହି ସରପଞ୍ଚ ଉକ୍ତ ସାହିରେ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କେହି ଆସି ନ ଥିଲେ । ପରେ ଗ୍ରାମର ଅନ୍ୟ ସାହିରୁ ଲୋକ ଆସି ଅପରାହ୍ନ ୫ଟାରେ ଦୀର୍ଘ ପ୍ରାୟ ୬ଘଣ୍ଟା ପରେ ଶ୍ରୀଧରଙ୍କ ମୃତଦେହ ମଶାଣିକୁ ନେଇଥିଲେ। ସେହିପରି ସାହିର ଅନ୍ୟ ଲୋକମାନେ ସାହାଯ୍ୟ ନ କରିବାରୁ ଧନେଶ୍ୱରଙ୍କ ଏକମାତ୍ର ନାବାଳକ ପୁଅ ଜେଜେବାପାଙ୍କ ପାଇଁ ମଶାଣିକୁ ବାଉଁଶ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଦୃଶ୍ୟ ଗ୍ରାମବାସୀ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟ କରିବା ପାଇଁ ଆଗଭର ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri