ପଲ୍ୟୁସନ ଟେଷ୍ଟିଂ ଗାଡ଼ିିକୁ ହଟାଇଲେ ଲୋକେ

ବାରିପଦା ଅଫିସ,୧୧ା୯- ନୂତନ ମୋଟରଯାନ ଆଇନରେ ପରିବର୍ତ୍ତନ ହେବା ପରେ ଜରିମାନା ଭୟରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ରାଜ୍ୟ ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରିଛନ୍ତିି। ତଥାପିି ଲୋକଙ୍କ ମନରୁ ଜରିମାନା ଭୟ ଛାଡି ନାହିଁ। ଫଳରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ ଅଫିସ) ଗୁଡିକରେ ଲୋକଙ୍କ ଭିଡ଼ ଲାଗି ରହୁଛି। ଲୋକେ ନିଜ ନିଜ ଗାଡିର ବିଭିନ୍ନ କାଗଜପତ୍ର ଯଥା ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ମାଲିକାନା ପରିବର୍ତ୍ତନ, ପଲ୍ୟୁସନ ସାର୍ଟିଫିକେଟ, ଗାଡ଼ିି ପଞ୍ଜୀକରରଣ ପାଇଁ ଲାଇନ ଲଗାଉଛନ୍ତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବାରିପଦା ମୁର୍ଗାବାଡିସ୍ଥିତ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲମାନେ ଲୋକଙ୍କ କାର୍ଯ୍ୟ କରାଇ ଦେବା କହି ଠକୁଛନ୍ତି। କାର୍ଯ୍ୟାଳୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି। ଦଲାଲମାନେ କାର୍ଯ୍ୟାଳୟ ଭିତରେ ଓ ବାହାରେ ରହି କେତେକ କର୍ମଚାରୀମାନଙ୍କୁ ଧରି ବିଭିନ୍ନ କାର୍ଯ୍ୟ କରୁଛନ୍ତିି। ଲୋକଙ୍କଠାରୁ ମୋଟାଅଙ୍କର ଟଙ୍କା ଠକେଇ କରୁଛନ୍ତି। ଏ ସମ୍ପର୍କରେ ଏଆରଟିଓ ମନୋଜ କୁମାର ଟପ୍ପୋଙ୍କୁ ପଚାରିବାରୁ ଦଲାଲମାନଙ୍କୁ କାର୍ଯ୍ୟାଳୟକୁ ନ ଆସିବା ପାଇଁ ତାଗିଦ କରାଯାଇଛି ବୋଲି କହିଥିଲେ। ତେବେ ବର୍ତ୍ତମାନ ଲୋକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଦଲାଲମାନେ ଶୋଷଣ କରୁଥିବା ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରିଥିଲେ।
ସେହିପରି ଲୋକେ ଜରିମାନା ଭୟରେ କାଗଜପତ୍ର ଶୀଘ୍ର କରିବା ପାଇଁ ତପତ୍ର ହୋଇଛନ୍ତି। ଏହାର ସୁଯୋଗ ନେଇ ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଏକ ଚାରିଚକିଆ ଗାଡି ରଖି ବେଆଇନ ଭାବେ ପଲ୍ୟୁସନ ଟେଷ୍ଟିଂ କରି ସାର୍ଟିଫିକେଟ ଦିଆଯାଉଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଘଟଣା ଏଆରଟିଓ ଟପ୍ପୋଙ୍କ ନଜରକୁ ଆଣିବାରୁ ସେ ଗାଡ଼ିକୁ ସେଠାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷରେ ପଲ୍ୟୁସନ ଟେଷ୍ଟିଂ କରିବାକୁ ଆସିଥିବା ଗାଡିରେ ମଧ୍ୟ ପଲ୍ୟୁସନ ସାର୍ଟିଫିକେଟ ଲଗାଯାଇ ନ ଥିଲା। ଏକ ସଂସ୍ଥାକୁ ଏହି କାର୍ଯ୍ୟ ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଅନୁମତି ଦେଇଥିଲେ ମଧ୍ୟ କେଉଁ ଚାରିଚକିଆ ଯାନ ବ୍ୟବହାର କରାଯିବ ସେ ନେଇ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନ ଥିଲା। ଅନ୍ୟପକ୍ଷେ ଅଳ୍ପ କିଛି ସଂସ୍ଥାକୁ ପଲ୍ୟୁସନ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହି ସଂସ୍ଥା ଏଥିରେ ଅନ୍ତର୍ଭୁକ୍ତ ନାହିଁ। ଜିଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ କେଉଁ ପରିସ୍ଥିତିରେ ଏହି ସଂସ୍ଥାକୁ ଅନୁକମ୍ପା ଦେଖାଉଛନ୍ତି ତାହା ବୁଝାପଡୁନାହିଁ। ଏ ନେଇ ଏଆରଟିଓ ଟପ୍ପୋଙ୍କୁ ପଚାରିବାରୁ ଏ ନେଇ ସେ କିଛି ମତାମତ ଦେଇ ପାରିବେ ନାହିଁ ଓ ଗଣମାଧ୍ୟମକୁ ମତାମତ ନ ଦେବା ପାର୍ଁଇ ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ତାଙ୍କୁ ମନା କରିଛନ୍ତି ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଏକ ବର୍ଷ ହେବ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ରହିଛି। ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏହାର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?