ଆମ ଜିଲା ଖବର

ଦୁବାଇରେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟଣା : ୯ଦିନ ପରେ ଗ୍ରାମରେ ପହଞ୍ଚତ୍ଲା ମୃତଦେହ

ଖଲିକୋଟ,୧୦ା୮(ଡି.ଏନ.ଏ.): ଖଲିକୋଟ ବ୍ଲକ ପଥରା ବଜାରସାହିର ଯୁବକ ବସନ୍ତ କୁମାର ସାଧବ (୪୧) ଦୁବାଇ ଆବୁଧାବି ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଅଗଷ୍ଟ ୨ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର…

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ପୋଲ ଦବିଲା

ଖଜୁରୀପଡ଼ା,୧୦ା୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଖଜୁରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବାବେଳେ କେତେକ ସ୍ଥାନରେ ପୋଲ ଦବିଯାଇଛି। ବଲସକୁମ୍ପା ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ନିକଟରେ ପୁରୁଣା…

କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌

ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ ନିର୍ମିତ ଏହି ସ୍ଲୁଇସ୍‌ଗେଟ୍‌ କଞ୍ଚୁଡ଼ି ନଦୀର ଜଳକୁ ଗଚ୍ଛିତ ରଖି ଅଞ୍ଚଳର ସୁଗୋ, ଏଡତାଳ,…

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟା ସୁଦ୍ଧା ୬୪୦.୦୬ ମିଟର: ୨ଟି ଗେଟ୍‌ ଖୋଲା

ତେନ୍ତୁଳିଖୁଣ୍ଟି,୧୦।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟାସୁଦ୍ଧା ୬୪୦.୦୬ ରହିଛି। ବର୍ତ୍ତମାନ ୨ ଓ ୬ ନଂ.ଗେଟ୍‌ ଦେଢ଼ ମିଟର ଲେଖାଏ ଖୋଲାରହିଛି। ମୁଖୀଗୁଡ଼ା ପାଓ୍ବାର ହାଉସ୍‌ରେ ୩ଟି ଟର୍‌ବାଇନ୍‌ ଚାଲୁରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍‌ରେ…

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ସରପଞ୍ଚ ଛବିଲତା ନାୟକ ପୌରୋହିତ୍ୟ କରିଥିବାବେଳେ ଉଦ୍‌ଘାଟକ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର…

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ ସୁନ୍ଦରାବସ୍ତି ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ମନୋଜ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ…

ଏସ୍‌କେଡି କେନ୍ଦ୍ର ପରିଦର୍ଶନ ସମୟରେ ଦିବ୍ୟାଙ୍ଗଙ୍କୁ ଜୋତା ପିନ୍ଧାଇଲେ ମନ୍ତ୍ରୀ

ଟିଟିଲାଗଡ଼,୧୦।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଥିବା ଏସ୍‌କେଡି କେନ୍ଦ୍ରକୁ ଶନିବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଜଣେ ଦିବ୍ୟାଙ୍ଗ ବାଳକଙ୍କୁ କାଖେଇଥିବା ବେଳେ ଜଣେ ବାଳିକାଙ୍କୁ ଜୋତା ପିନ୍ଧାଇଥିବା…

ଭଉଣୀଙ୍କୁ ଶାଶୁଘରେ ଛାଡ଼ି ଫେରିବାବେଳେ ଦୁର୍ଘଟଣା : ଭାଇଙ୍କ ଜୀବନଗଲା

ହାଟଡ଼ିହୀ,୧୦।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଆବୁଲପୁରା ଗ୍ରାମର ବିନୋଦ ଦାସଙ୍କ ପୁଅ ଘନଶ୍ୟାମ(୨୫)ଙ୍କ ଶନିବାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘନଶ୍ୟାମ ଭଉଣୀଙ୍କୁ ଶାଶୁଘରେ ଛାଡ଼ିବାକୁ ଭଦ୍ରକ ଜିଲା ନିଚିବନ୍ଧା ଗ୍ରାମକୁ ନେଇଥିଲେ । ତେବେ ସେଠାରୁ ଫେରିବା…

୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ବ୍ରାଉନସୁଗାର ବିକ୍ରି ଟଙ୍କା ୪ ହଜାର ୩ ଶହ ଜବତ ହୋଇଛି। ଏଥିରେ…

ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରେ…

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ଶନିବାର ତାଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ବାଲେଶ୍ୱର ଜିଲା…

ଏମିତି ଚାଲିଛି ପାଠପଢ଼ା: ୧୧୯ ଛାତ୍ରୀଛାତ୍ରଙ୍କୁ ୨ ଶିକ୍ଷୟିତ୍ରୀ

ମାଧପୁର,୧୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ଅଭାବ ଦେଖାଦେଇଛି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୯ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ପଢ଼ାଇବାକୁ ୨ (କଳା) ଶିକ୍ଷୟିତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri