ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ
ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ବ୍ୟକ୍ତି କୁରାଢ଼ିରେ ହାଣି ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛନ୍ତି। ମୃତକ…
ଯୁବକଙ୍କୁ ଗଳାକାଟି ହତ୍ୟା: ପୂର୍ବଶତ୍ରୁତା ସନ୍ଦେହ
ବ୍ରହ୍ମପୁର ଅଫିସ,୧୭।୬: ସଦର ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ବୁରୁଡ଼ା ଗ୍ରାମ ନିକଟ ଏକ କେନାଲରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ପଦ୍ମନାଭ ମଲ୍ଲିକଙ୍କ ପୁଅ ପ୍ରକାଶ। ତାଙ୍କ ଘର ଦିଗପହଣ୍ଡି ଥାନା ବୁରୁଡ଼ା…
ନଗର କଂଗ୍ରେସ ତରଫରୁ ଜିଲାପାଳଙ୍କ ଅଫିସ ଘେରାଉ
ବଲାଙ୍ଗୀର ଅଫିସ, ୧୭।୬: ଅଘୋଷିତ ବିଜୁଳି କାଟ, ପିଇବା ପାଣି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସମାଧାନ ଦାବିରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ନଗର ସଭାପତି ବୁଲୁ ଦାନୀଙ୍କ ସଂଯୋଜନାରେ ଅନୁଷ୍ଠିତ…
ଜି.ଉଦୟଗିରିରେ ସ୍ନାନପୂର୍ଣ୍ଣିମା: ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ
ଜି.ଉଦୟଗିରି, ୧୭।୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଜଗନ୍ନାଥ ମନ୍ଦିରଠାରେ ସୋମବାର ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଛି। ସକାଳ ଧୂପ ପରେ ଠାକୁରଙ୍କୁ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା । ସେଠାରେ ଠାକୁରଙ୍କ ସ୍ନାନନୀତି ସରିବାପରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀବେଶରେ…
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ସ୍ବାସ୍ଥ୍ୟସେବା ବ୍ୟାହତ, ସାଧାରଣରେ ଅସନ୍ତୋଷ
ଦିଗପହଣ୍ଡି,୧୭ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଭାରତୀୟ ମେଡିକାଲ ଡାକ୍ତର ସଂଘ (ଆଇଏମ୍ଏ)ର ଦେଶବ୍ୟାପୀ ଆନ୍ଦୋଳନ ଡାକରାରେ ସାମିଲ ହୋଇଛନ୍ତି। ଫଳରେ ଦିଗପହଣ୍ଡିରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି। ସୋମବାର ସକାଳୁ ବହୁ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ…
ଭୁବନରେ ଦେବସ୍ନାନ ପୂର୍ଣ୍ଣିମା
ଭୁବନ,୧୭ା୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ସକାଳେ ସମସ୍ତ ନୀତିକାନ୍ତି ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା। ଘଣ୍ଟ…
ଓଲଟି ପଡ଼ିଲା ଛେଳି, ମେଣ୍ଢା ବୋଝେଇ ପିକ୍ଅପ : ୪୫ରୁ ଊର୍ଦ୍ଧ୍ୱ ମୃତ
ପଟାଙ୍ଗି,୧୭ା୬(ଡି.ଏନ୍.ଏ.) : କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ଅଧିନସ୍ଥ ତେଲରାଇ ଗ୍ରାମ ଛକ ନିକଟରେ ଜାତୀୟ ରାଜପଥ ଉପରେ ଏପି ୩୧ ଟିଏଚ୍ ୪୭୬୫ ନଂ ବିଶିଷ୍ଟ ଏକ ପିକ୍ଅପ ଛତିଶଗଡ଼ରୁ ଛେଳି ଓ ମେଣ୍ଢା ବୋଝେଇ କରି…
ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର
ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ ଗଙ୍ଗାଦେବୀଙ୍କୁ ଆବାହନ ପରେ ମହାପ୍ରଭୁମାନଙ୍କ ସ୍ନାନନୀତି ଆରମ୍ଭ ହୋଇଥିଲା । ତିନି ପୂଜକ ସଂକଳ୍ପ…
ବଜ୍ରପାତ ନେଲା ୨ ଜୀବନ
ପାପଡ଼ାହାଣ୍ଡି, ୧୭।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମରେ ରବିବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ବିଷମ ନାୟକ ଓ ମହେନ୍ଦ୍ର ଭତରା। ସୋମବାର ସେମାନଙ୍କ ମୃତଦେହ ଜମିରୁ ଉଦ୍ଧାର କରାଯାଇଛି।…
ତୃତୀୟ ଶ୍ରୀକ୍ଷେତ୍ର ନୀଳିଗିରି ସ୍ନାନମଣ୍ଡପରେ ତିନିଠାକୁର
ସଜନାଗଡ଼,୧୭ା୬(ଡି.ଏନ୍.ଏ.): ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦେବ ସ୍ନାନମଣ୍ଡପରେ ବିଜେ କରିଥିଲେ। ଘଣ୍ଟ, ଘଣ୍ଟା, ମହୁରୀ,…
ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା
ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି। ମାଲିକ ଅନନ୍ତ ସାହୁ(୪୦) ଏବଂ ରୋଷେଇ କରୁଥିବା ଯୁବତୀ ମଞ୍ଜରୀ ମୁଣ୍ଡା (୩୦) ।…
ବାଉଁଶ ତିଆରି ନନ୍ଦରେ ବସୁଛି କୂଅ
ମୁନିଗୁଡ଼ା,୧୭ା୬ : ପାନୀୟ ଜଳ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ସିନ୍ଧିପଙ୍ଗା ଗ୍ରାମବାସୀ। ଗାଁ ନିକଟରେ କୌଣସି ନଦୀ, ନାଳ କିମ୍ବା ପୋଖରୀ ନ ଥିବାରୁ ପାଣି ପାଇଁ ସେମାନେ ପଥର କିମ୍ବା ସିମେଣ୍ଟ ନନ୍ଦ…
Archives


