ଆମ ଜିଲା ଖବର

ନଦୀରେ ଭାସିଗଲେ ୨ ବୃଦ୍ଧା ଭଉଣୀ

ଦଶମନ୍ତପୁର,୨୯ା୯(ଡି.ଏନ୍‌.ଏ.):ଦୁଇଦିନ ତଳେ ଡଙ୍ଗରରୁ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିବା ୨ ଜଣ ବୃଦ୍ଧା ଭଉଣୀ ନଦୀ ପାର ହେବା ବେଳେ ଭାସିଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ତାଳଗୁଡ଼ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରବିବାର…

ହାଟରୁ ଧରାପଡ଼ିଲେ ୩ ପକେଟମାର ନିର୍ଧୂମ ଛେଚିଲେ, ପୋଲିସ ଜିମାଦେଲେ

ଭାପୁର, ୨୯।୯(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ଥାନା ଭାପୁର ମେଡିକାଲ ଛକ ନିକଟ ପରିବା ହାଟରୁ ରବିବାର ପକେଟମାର କରୁଥିବା ୩ଜଣଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଯୁବକ ଦ୍ୱୟ ହେଲେ ଅରୁଣ ପ୍ରଧାନ…

ବିଦ୍ୟୁତ୍‌ ଆଘାତରେ ବୃଦ୍ଧା ମୃତ

ଛେଣ୍ଡିପଦା,୨୯।୯(ସ୍ବ.ପ୍ର)-ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ବିଦେଶୀ ନାଏକଙ୍କ ସ୍ତ୍ରୀ ଲିଳାବତୀ ନାଏକ(୬୦)ଙ୍କ ମୃତ୍ୟୁ ହୋଇଛି। ଲିଳାବତୀ ଅପରାହ୍ନରେ ଘରୁ ବାହରି ପଡିଶା ଘରକୁ ଯାଉଥିବାବେଳେ ଘର ପାଖରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧରି ପକାଇଥିଲେ। ତେବେ ବିଦ୍ୟୁତ୍‌…

ଆର୍‌ଟିଓ ଅଫିସରୁ ୪ ଦଲାଲ୍‌ ଗିରଫ

ଫୁଲବାଣୀ ଅଫିସ, ୨୯।୯ – ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଡାକ୍ତରଖାନାରୁ ଦଲାଲାମାନଙ୍କୁ ହଟାଇବାକୁ ଜୋରଦାର ଧରପଗଡ ଚାଲିଛି। ଫୁଲବାଣୀ ଟାଉନ ଥାନା ପୋଲିସ ପକ୍ଷରୁ ଶନିବାର ସ୍ଥାନୀୟ ଆର୍‌ଟିଓ କାର୍ଯ୍ୟାଳୟରୁ ୪ ଜଣ ଦଲାଲ୍‌ଙ୍କୁ ଗିରଫ କରି…

ଧନେଇ ଡ୍ୟାମରେ ବୁଡି ନାବାଳକ ମୃତ

ପୋଲସରା/ହାତୀଓଟ,୨୯ା୯- ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର ମନୁ ସାହୁଙ୍କ ପୁତ୍ର ସିଦ୍ଧାନ୍ତ (୧୪)। ରବିବାର ଛୁଟି ଥିବାରୁ ସାଙ୍ଗମାନଙ୍କ…

ବିଦାୟ ନେଲେ ବୁଢ଼ାଗଣେଶ

ଭଦ୍ରକ ଅଫିସ, ୨୯।୯ – ୨୭ ଦିନ ଧରି ପୂଜା ପାଇବା ପରେ ରବିବାର ଭଦ୍ରକର ପ୍ରସିଦ୍ଧ ବାବା ବୁଢ଼ା ଗଣେଶ ବିଦାୟ ନେଇଛନ୍ତି। ପାରମ୍ପାରିକ ଶୋଭାଯାତ୍ରାରେ ନିଆଯାଇ ବୁଢ଼ା ଗଣେଶଙ୍କୁ ବିସର୍ଜନ କରାଯାଇଛି। ଚଳିତବର୍ଷ ପୋଲିସ ପକ୍ଷରୁ ଭସାଣି ଉତ୍ସବର…

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ୩ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଦଳା,୨୯ା୯(ଡି.ଏନ୍‌.ଏ.)- ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ପ୍ରେମିକ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ରାଜ୍ୟ ବାହାରେ ଗଣବଳାତ୍କାର କରିବା ଅଭିଯୋଗ ହୋଇଥିଲା। ଘଟଣାର ୩ ବର୍ଷ ପରେ ଶନିବାର ୨ ଅଭିଯୁକ୍ତଙ୍କୁ ଉଦଳା ପୋଲିସ୍‌…

କରତକଳରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଭୋଗରାଇ,୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୩ ବେଆଇନ କରତକଳ ଉପରେ ଗତ ଶନିବାର ବାଲେଶ୍ୱର ଟାସ୍କଫୋର୍ସ ଓ ପୋଲିସର ଚଢ଼ାଉ କରି ରବିବାର ବନବିଭାଗ ପକ୍ଷରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଓ ବ୍ୟବହୃତ ଯନ୍ତ୍ରାଂଶ ଜବତ କରାଯାଇଛି। ବାଲେଶ୍ୱର ଜଙ୍ଗଲ…

ସାପ କାମୁଡାରେ ଯୁବକଙ୍କ ପ୍ରାଣଗଲା

ସୋର, ୨୯।୯(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଅର୍ଜୁନ ସାହୁ (୩୬)ଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଛି। ଯୁବକ ଜଣକ ଶନିବାର ଅପରାହ୍ନରେ ଘାସ କାଟିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି…

ରାଇଜିନ୍‌ ଟେକ୍‌ ସଫ୍ଟୱେୟାର କମ୍ପାନୀରୁ ୮ ଲକ୍ଷ ଠକେଇ: ନୀଳଗିରିରେ ପହଞ୍ଚିଲେ କମ୍ପାନୀ ଅଧିକାରୀ

ସଜନାଗଡ଼, ୨୯।୯(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଞ୍ଚଳର ୫ଜଣ ଯୁବକ ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନୀରୁ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରି ପଳାଇ ଆସିଥିବା ଶୁଣିବାକୁ ମିଳିଛି। କମ୍ପାନୀ ପକ୍ଷରୁ ଅଧିକାରୀମାନେ ରବିବାର ନୀଳଗିରି ଆସି ବରହମପୁର ପୋଲିସ ସହାୟତାରେ ମାଟିଆଳି ଗ୍ରାମକୁ…

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡି. ରାଜା

କଟକ ଅଫିସ୍‌,୨୯।୯: ସିପିଆଇ ସାଧାରଣ ସଂପାଦକ ଡି. ରାଜା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଯାହା କହୁଥିଲେ ପରେ ତାହା ବିପରୀତ କରୁଛନ୍ତି। କେନ୍ଦ୍ର ସରକାରଙ୍କ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ବିଜେଡିର…

ହାତିଆ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ମାର୍ଶାଘାଇ, ୨୯।୯(ଡି.ଏନ.ଏ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହାତିଆ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି ମାର୍ଶାଘାଇ ପୋଲିସ। ଏକ ଗତ ୧୮ରେ ହାତିଆ ଗୁଳିକାଣ୍ଡ ଘଟଣାରେ ଗଗନ ସାହୁ ନାମକ ଜଣେ ଔଷଧ ବ୍ୟବସାୟୀ ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?