ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା

ବାଲେଶ୍ୱର ଅଫିସ,୨୬।୧୦-ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଗତ ୩ଦିନ ଧରି ବର୍ଷା ଲାଗି ରହିବାରୁ ଶୁକ୍ରବାର ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟ ବୁଡ଼ିଯିବା ସହ ଘର ଭିତରେ ପାଣି ପଶିଛି। ସହରର ବିଭିନ୍ନ ନାଳ ଏବଂ ମହାନାଳକୁ ସମୟ ଅନୁସାରେ ସଫେଇ କରାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
ଜିଲାର ସହର ଉପକଣ୍ଠ ନୂଆସାହି ସିଟି କ୍ଲିନିକ୍‌ ଛକରେ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଚାଲିଛି। ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ବର୍ଷାପାଣି ଜମି ରହିଛି। ମେଡ଼ିକାଲର ସର୍ଜରୀ ୱାର୍ଡ଼ରେ ଗୁରୁବାର ରାତିରେ ପାଣି ପଶିଯିବା ସହିତ ବାରଣ୍ଡାରେ ପାଣି ଜମିଯାଇଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ନାହଁି ନ ଥିବା ହଇରାଣ ହୋଇଛନ୍ତି। ଜିଲାର ଗୁଡ଼ିପଦା, ସିଟି କ୍ଲିନିକ୍‌ ଛକ, ନୂଆସାହି, ପୋଷ୍ଟାଲ କଲୋନୀ, ଗୋପାଳଗାଁ, ରାଣୀପାଟଣା, ସିନେମାଛକ, ନୂଆବଜାର ଭଳି ବିଭିନ୍ନ ସ୍ଥାନରେ ଡ୍ରେନ୍‌ ପାଣି ଢ଼େଉ ଖେଳୁଛି। ତଳିଆ ଅଞ୍ଚଳର ଲୋକମାନଙ୍କ ଘରେ ପାଣି ପଶି ଯାଇଥିବାରୁ ସେମାନେ ଘରଦ୍ୱାର ଛାଡ଼ି ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ଅଦ୍ୟାବଧି ପହଞ୍ଚତ୍ ନ ଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଜିଲାରେ ହାରାହାରି ୧୨୭.୮୦ ମି.ମି. ବର୍ଷା ହୋଇଥିବା ବେଳେ ଭୋଗରାଇରେ ବ୍ଲକରେ ୧୫୬.୨ ମି.ମି., ଜଳେଶ୍ୱରରେ ୧୩୭ ମି.ମି., ବାଲିଆପାଳରେ ୧୪୮ ମି.ମି., ବସ୍ତାରେ ୮୬ ମି.ମି., ବାଲେଶ୍ୱରରେ ୧୪୫ ମି.ମି., ରେମୁଣାରେ ୧୭୫ ମି.ମି., ନୀଳଗିରିରେ ୧୩୪.୪ମି.ମି., ସୋରରେ ୧୨୫ମି.ମି., ବାହାନଗାରେ ୧୩୧ ମି.ମି., ସିମୁଳିଆରେ ୧୧୩ ମି.ମି., ଖଇରାରେ ୧୧୦ ମି.ମି., ଔପଦା ବ୍ଲକରେ ୭୩ ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀ କାଳୀନ ଅଧିକାରୀ ଅଭୟ କୁମାର ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କୌଣସି ଜାଗାରେ ବନ୍ୟା ପରିସ୍ଥିତି ଉପୁଜି ନ ଥିବାବେଳେ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri